Health & Lifestyle

ରାତିରେ ଖାଉଛନ୍ତି କି ମାଣ୍ଡିଆ ରେ ପ୍ରସ୍ତୁତ ଖାଦ୍ୟ ?

ମାଣ୍ଡିଆର ଭଳି କି ଭଳି ଖାଦ୍ୟ ପଦାର୍ଥ ଉପଲବ୍ଧ ଏବେ ବଜାର ରେ । ଏବେ ମାଣ୍ଡିଆ ଆଉ ଜାଉ ଭିତରେ ସୀମିତ ହୋଇ ରହି ନାହିଁ ।

25 January, 2023 12:19 PM IST By: Tanushree Mahapatra

ମାଣ୍ଡିଆର ଭଳି କି ଭଳି  ଖାଦ୍ୟ ପଦାର୍ଥ  ଉପଲବ୍ଧ ଏବେ ବଜାର ରେ  । ଏବେ ମାଣ୍ଡିଆ ଆଉ ଜାଉ ଭିତରେ ସୀମିତ ହୋଇ ରହି ନାହିଁ । ବର୍ତ୍ତମାନ ଲୋକମାନେ ଯେପରି ସ୍ବାସ୍ଥ୍ୟ ସଚେତନ ସହ ଖାଦ୍ୟ ପଦାର୍ଥ ଉପରେ ଗୁରୁତ୍ବ ଦେଲେଣି ଏଥିରେ ମାଣ୍ଡିଆ ପ୍ରସ୍ତୁତ ଏହି ଭିନ୍ନ ଭିନ୍ନ ଖାଦ୍ୟ ବେଶ ଆଦୃତ ହେବାରେ ଲାଗିଛି । ଏ ନେଇ ଖାଦ୍ୟ ଗବେଷକଙ୍କ କହିବା କଥା ମାଣ୍ଡିଆ ହେଉଛି ବିଭିନ୍ନ ଖାଦ୍ୟ ପଦାର୍ଥ ମଧ୍ୟରୁ ସର୍ବୋକୃଷ୍ଟ ( mandia with milk )

କାରଣ ଏଥିରେ ଯେପରି ଭିଟାମିନ ଭରି ରହିଛି ତାହା ଅନ୍ୟ ଡାଲି ଜାତୀୟ ଖାଦ୍ୟରେ ନାହିଁ। ବହୁ ଡାକ୍ତର ସକାଳୁ ସକାଳୁ ମାଣ୍ଡିଆ ଖିରି ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି ।

ଫିଟନେସକୁ ଭଲପାଉଥିବା ଲୋକେ ମାଣ୍ଡିଆ ଖାଇବାକୁ ଭଲପାଇଥାନ୍ତି । ଏହା ସେମାନଙ୍କ ପାଇଁ ଏକ  ସୁପରଫୁଡ ଭଳି । ଅନେକ ଲୋକଙ୍କ କହିବାନୁଯାୟୀ, ରାତିରେ ଶୋଇବା ପୂର୍ବରୁ ମାଣ୍ଡିଆ ସହିତ କ୍ଷୀର ମିଶାଇ ଖାଇବା ସ୍ୱାସ୍ଥ୍ୟ ପ୍ରତି ଫାଇଦାଯୁକ୍ତ ହୋଇଥାଏ । ଏହି ଦୁଇଟି ଜିନିଷ ମିଶାଇ ପିଇବା ଦ୍ବାରା ଅନେକ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ ।  ମାଣ୍ଡିଆକୁ ଅଧିକାଂଶ ଦକ୍ଷିଣ ଭାରତୀୟ ଲୋକେ ଖାଇଥାନ୍ତି । ମାଣ୍ଡିଆ ମେଟାବଲିଜିମକୁ ବୁଷ୍ଟ କରିଥାଏ ଏବଂ ହ୍ଦୟକୁ ସଠିକ୍ ରଖିବାରେ ସାହାଯ୍ୟ କରିଥାଏ ।  ଏହାଛଡା ଓଜନ କମ୍ କରିବାରେ ସହାୟକ ହୋଇଥାଏ । ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିଥାଏ ମାଣ୍ଡିଆ ।

ମାଣ୍ଡିଆରେ କାର୍ବୋ ହାଇଡ୍ରେଟ, ଫାଇବର, ପ୍ରୋଟିନ ଭରପୁର ମାତ୍ରାରେ ରହିଥାଏ। ଏଥିରେ ଭିଟାମିନି ସି, ବି, ଈ ଏବଂ ମିନେରାଲ ନଥାଏ। କିନ୍ତୁ ଏଥିରେ ଥାଇମିନ, ରାଇବୋଫ୍ଲାବିନ, ଫୋଲିକ ଏସିଡ, କ୍ୟାଲସିୟମ , ଆଇରନ ରହିଥାଏ । ଯାହା ଆପଣଙ୍କ ଦିନକୁ ଭଲଭାବେ ଆରମ୍ଭ କରିଥାଏ । କିନ୍ତୁ ଜାଣିଛନ୍ତି କି କ୍ଷୀରରେ ମାଣ୍ଡିଆ ପକାଇ ଖାଇବା ଉଚିତ ? ଏକ୍ସପର୍ଟଙ୍କ ମତରେ ରାତିରେ କେବେ ବି ମାଣ୍ଡିଆ ଖାଇବା ଉଚିତ ନୁହେଁ । ମାଣ୍ଡିଆରେ ଥିବା ପ୍ରୋଟିନ ଏବଂ କମ୍ପପ୍ଲେକ୍ସ ରେ କାର୍ବୋହାଇଡ୍ରେଟ ରହିଥାଏ, ଯାହା ପାଚନ କ୍ରିୟାକୁ ଧୀର କରିଦିଏ । ଏହି କାରଣରୁ ଆପଣଙ୍କ ଭୋକକୁ ଅଧିକ ସମୟ ପର୍ଯ୍ଯନ୍ତ ଶାନ୍ତ ରଖିଥାଏ । ଦିନ ସମୟରେ ଗ୍ଯାଷ୍ଟ୍ରୋଇଣ୍ଟେଷ୍ଟନାଇଲରୁ ଏସିଡକୁ ସକ୍ରିୟ କରିଥାଏ । ଯାହା ଆପଣଙ୍କ  ଶରୀର ପାଇଁ ଭଲ ନୁହଁ l ତେବେ ରାତିରେ ଏ ପରି ଖାଦ୍ୟ ରୁ ଦୁରେଇ ରହିବା ଦରକାର l

ଭିଟାମିନ୍ସ ଏବଂ ମିନେରାଲ୍ସରେ ଭରପୁର ରହିଛି ମାଣ୍ଡିଆ । ପ୍ରତି ୩ ଗ୍ଲାସ କ୍ଷୀରରୁ ଯେତିକି ପରିମାଣର କ୍ୟାଲସିୟମ ମିଳେ ତାହା ଗୋଟିଏ ଗ୍ଲାସ ମାଣ୍ଡିଆରୁ ମିଳିଥାଏ । ପ୍ରତି ଶହେ ଗ୍ରାମ୍ ମାଣ୍ଡିଆରେ ରହିଛି ୩୭୮ କିଲୋକ୍ୟାଲୋରୀର ଶକ୍ତି । ସେହିପରି ମାଣ୍ଡିଆ କିଲୋଗ୍ରାମରେ ଶ୍ୱେତସାର ୭୨.୮ ଗ୍ରାମ୍, ତନ୍ତୁ ୮.୫ ଗ୍ରାମ୍, ପୁଷ୍ଟିସାର ୧୧ ଗ୍ରାମ୍ ଏବଂ ସ୍ନେହସାର ୪.୩ ଗ୍ରାମ୍ ରହିଛି । ଭିଟାମିନ୍ ବି, ଭିଟାମିନ୍ ସି ଏବଂ ଭିଟାମିନ୍ କେ ବି ରହିଛି ମାଣ୍ଡିଆରେ । ସେହିପରି କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିଅମ୍, ମାଙ୍ଗାନିଜ୍, ଫସଫରସ୍, ପଟାସିୟମ୍, ସୋଡିୟମ୍ ଏବଂ ଜିଙ୍କ୍ ମଧ୍ୟ ମାଣ୍ଡିଆରେ ପ୍ରଚୁର ପରିମାଣରେ ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଦରକାରୀ ।

ଏବେ ବଜାରରେ ମାଣ୍ଡିଆ ମିକ୍ସଚର

ଘରେ ତିଆରି କରନ୍ତୁ ରାଗି ହଲୱା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)