Health & Lifestyle

ଜାଣନ୍ତୁ ନିମ୍ବର ଉପକାରୀ ଗୁଣ !!

କଥାରେ ଅଛି "ବୁଝ ନ ବୁଝ ପଢ଼ ଗୀତା ରୁଚୁ ନ ରୁଚୁ ଖାଅ ପିତା" l ତେଣୁ ଏହା ସ୍ପଷ୍ଟ ଯେ ପିତାର ଅନେକ ଭଲ ଗୁଣ ରହିଛି ଓ ଏହା ଆମ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ l ପେଟ ଠାରୁ ନେଇ ଶରୀରର ସମସ୍ତ ଅଙ୍ଗର ସମସ୍ୟା ପାଇଁ ନିମ୍ବ ରାମବାଣ ସଦୃଶ୍ୟ ହୋଇଥାଏ l

31 July, 2021 4:21 PM IST By: Sugyan Kumar Nayak

କଥାରେ ଅଛି "ବୁଝ ନ ବୁଝ ପଢ଼ ଗୀତା ରୁଚୁ ନ ରୁଚୁ ଖାଅ ପିତା" l  ତେଣୁ ଏହା ସ୍ପଷ୍ଟ ଯେ ପିତାର ଅନେକ ଭଲ ଗୁଣ ରହିଛି ଓ ଏହା ଆମ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ l ପେଟ ଠାରୁ  ନେଇ ଶରୀରର ସମସ୍ତ ଅଙ୍ଗର ସମସ୍ୟା ପାଇଁ ନିମ୍ବ ରାମବାଣ ସଦୃଶ୍ୟ ହୋଇଥାଏ l ପେଟ ସମ୍ବନ୍ଧୀତ ସମସ୍ତ ସମସ୍ୟାରୁ ଉପଶମ ପାଇବା ପାଇଁ ନିମ୍ବ ପତ୍ର ଅତି ଭଲ କାମ ଦେଇଥାଏ l ପେଟର କଷ୍ଟରୁ ମୁକ୍ତି ପାଇବା ପାଇଁ ନିମ୍ବ ରସ ସହିତ ମହୁ ଓ ଗୋଲମରିଚ ମିଶାଇ ସେବନ କରନ୍ତୁ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ l ଏହା ଛଡ଼ା ମଧ୍ୟ ନିମ୍ବ ପତ୍ର ଆହୁରି ଅନେକ ରୋଗ ପ୍ରତି ଲାଭକାରୀ ହୋଇଥାଏ l ନିମ୍ବ ପତ୍ର ଖାଇଲେ ଜ୍ୱର ଭଲ ହୋଇଥାଏ ଓ ଏହା ସହିତ ନିମ୍ବ ପତ୍ରକୁ ପେଷି ଏହାକୁ ଵ୍ରଣରେ ଲଗାଇଲେ ଆରାମ ମିଳିବା ସହିତ ଏଥିରୁ ରକ୍ଷା ମଧ୍ୟ ମିଳିଥାଏ l

ଏହା ସହିତ ପଥୁରୀ ରୋଗରୁ ବଞ୍ଚିବା ପାଇଁ ପାଖାପାଖି ୧୫୦ ଗ୍ରାମ ନିମ୍ବ ପତ୍ରକୁ ପ୍ରାୟ ୧ ଲିଟର ପାଣିରେ ମିଶାଇ ଫୁଟାଇ ଦିଅନ୍ତୁ ଓ ଏହାକୁ ଥଣ୍ଡା କରି ପିଇଦିଅନ୍ତୁ ଏପରି କରିବା ଦ୍ୱାରା ପଥୁରୀ ଭଲ ହୋଇଯାଇଥାଏ l ପଥୁରୀ ଯଦି କିଡନୀରେ ହୋଇଥାଏ ତେବେ ପ୍ରତିଦିନ ୨ ଗ୍ରାମ ପାଣିରେ ନିମ୍ବ ମିଶାଇ ସେବନ କରନ୍ତୁ ଲାଭ ମିଳିବ l କାନରେ ନିମ୍ବ ତେଲ ପକାଇବା ଦ୍ୱାରା କାନ ବିନ୍ଧା ଓ କାନରୁ ପାଣି ବୋହିବା ବନ୍ଦ ହୋଇଯାଇଥାଏ ଓ ଆରାମ ମିଳିଥାଏ l ଏହାଛଡା ନିମ୍ବ ଦାନ୍ତ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ l ଏହାକୁ ଚୋବାଇ ଚୋବାଇ ଖାଇଲେ ଦାନ୍ତର ଦୁର୍ଗନ୍ଧ ଦୂର ହେବା ସହିତ ଦାନ୍ତରେ କୀଟ ହେବା ବନ୍ଦ ହୋଇଯାଇଥାଏ ଏବଂ ଦାନ୍ତ ଓ ମାଢି ମଜବୁତ ହୋଇଥାଏ l

ଏହି ନିମ୍ବ ଚର୍ମ ପାଇଁ ମଧ୍ୟ ଅତ୍ୟନ୍ତ ଲାଭକାରୀ ହୋଇଥାଏ l ଏହାର ପତ୍ରକୁ ପେଷି ଚର୍ମରେ ଲଗାଇଲେ ବା ଏହାର ଛେଲିକୁ ପାଣିରେ ଫୁଟାଇ ସେଇ ପାଣିରେ ଗାଧୋଇବା ଦ୍ୱାରା କୌଣସି ଚର୍ମ ରୋଗ ହୋଇନଥାଏ l ଯଦି ଶରୀରର କୌଣସି ଅଂଶ ଜଳି ଯାଇଥାଏ, ତେବେ ନିମ୍ବ ପତ୍ରକୁ ପେଷି ତାହାର ଲେପ ସେହି ଜଳିଯାଇଥିବା ସ୍ଥାନରେ ଲଗାଇଲେ ସେଥିରୁ ଉପଶମ ମିଳିଥାଏ l ନିମ୍ବ କେଶ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ l ଏହାର ପତ୍ରକୁ ଶୁଖାଇ ତାହାର ଗୁଣ୍ଡକୁ ତେଲରେ ମିଶାଇ କେଶରେ ଲଗାଇବା ଦ୍ୱାରା କେଶ ଝଡ଼ିବା ସମସ୍ୟାରୁ ରକ୍ଷା ମିଳିଥାଏ l ନିମ୍ବକୁ ସୌନ୍ଦର୍ଯ୍ୟର ମନ୍ତ୍ର ବୋଲି ମଧ୍ୟ କୁହାଯାଏ, କାରଣ ଏହାକୁ ମୁହଁରେ ଲେପ କରି ଲଗାଇଲେ ଚେହେରା ଚମକିବା ସହିତ ସୌନ୍ଦର୍ଯ୍ୟ ବର୍ଦ୍ଧନରେ  ମଧ୍ୟ ସହାୟକ ହୋଇଥାଏ l ନିମ୍ବ ପତ୍ରରେ ଭିଟାମିନ ସି ରହିଥାଏ ଓ ଏହା ଆଣ୍ଟିଅକ୍ସିଡେଣ୍ଟର ଭଲ ଉତ୍ସ ହୋଇଥାଏ, ତେଣୁ ଏହା ତ୍ୱଚା ସମ୍ବନ୍ଧିତ ସମସ୍ତ ସମସ୍ୟାର ସମାଧାନ ଅତି ସହଜରେ କରିପାରିଥାଏ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)