Health & Lifestyle

ରସୁଣର ପୁଣି ଏମିତି ଗୁଣ, ଆପଣ ଜାଣନ୍ତୁ !!

ରସୁଣ ଏକ ଭଲ ମସଲା ଭାବେ ମଧ୍ୟ ଲୋକପ୍ରିୟ। ଅଧିକାଂଶ ଖାଦ୍ୟ ଆଇଟମରେ ରସୁଣର ବ୍ୟବହାର ହୋଇଥାଏ। କେବଳ ରୋଷେଇ ନୁହେଁ ବରଂ ଔଷଧ ଭାବେ ମଧ୍ୟ ରସୁଣର ବ୍ୟବହାର ହୋଇଥାଏ । ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ପୁରୁଷମାନେ ଖାଲି ପେଟରେ ରସୁଣ ଖାଇଲେ ଅନେକ ଉପକାର ପାଇଥାନ୍ତି। ରସୁଣରେ ଥିବା ପ୍ରାକୃତିକ ଆଣ୍ଟିବାୟୋଟିକ ଅନେକ ସଂକ୍ରମଣ ଠାରୁ ସୁରକ୍ଷା ଦେଇଥାଏ । ଆସନ୍ତୁ ଜାଣିବା ରସୁଣ କିପରି ଉପକାରୀ ସାବ୍ୟସ୍ତ ହୋଇଥାଏ ଏବଂ ଔଷଧ ଭଳି କାମ କରେ:

17 July, 2021 5:13 PM IST By: Sugyan Kumar Nayak

ରସୁଣ ଏକ ଭଲ ମସଲା ଭାବେ ମଧ୍ୟ ଲୋକପ୍ରିୟ।  ଅଧିକାଂଶ ଖାଦ୍ୟ ଆଇଟମରେ ରସୁଣର ବ୍ୟବହାର ହୋଇଥାଏ। କେବଳ ରୋଷେଇ ନୁହେଁ ବରଂ ଔଷଧ ଭାବେ ମଧ୍ୟ ରସୁଣର ବ୍ୟବହାର ହୋଇଥାଏ । ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ପୁରୁଷମାନେ ଖାଲି ପେଟରେ ରସୁଣ ଖାଇଲେ ଅନେକ ଉପକାର ପାଇଥାନ୍ତି। ରସୁଣରେ ଥିବା ପ୍ରାକୃତିକ ଆଣ୍ଟିବାୟୋଟିକ ଅନେକ ସଂକ୍ରମଣ ଠାରୁ ସୁରକ୍ଷା ଦେଇଥାଏ । ଆସନ୍ତୁ ଜାଣିବା ରସୁଣ କିପରି ଉପକାରୀ ସାବ୍ୟସ୍ତ ହୋଇଥାଏ ଏବଂ ଔଷଧ ଭଳି କାମ କରେ:

୧. ରସୁଣ ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ସହଜରେ ସଫା ହୋଇଥାଏ । ଅର୍ଥାତ୍  ପେଟକୁ ପରିଷ୍କାର ରଖିବାରେ ରସୁଣ ଏକ ଔଷଧ ଭଳି କାମ କରିଥାଏ ।

୨- ବ୍ୟାକ୍ଟେରିଆ ନଷ୍ଟ କରେ– ରସୁଣ ଖାଇବା ଦ୍ୱାରା ପେଟ ସମସ୍ୟା ହୋଇନଥାଏ । ଏହା ଦ୍ୱାରା ପେଟରେ ଥିବା ବ୍ୟାକଟେରିଆ ନଷ୍ଟ ହୋଇଥାନ୍ତି ।

୩- ଥଣ୍ଡାଦିନରେ ଉପକାରୀ – ଯଦି ଥଣ୍ଡାଦିନରେ ଶିରା ପ୍ରଶିରା ଝିମଝିମ୍ ହୋଇଥାଏ ତେବେ ରସୁଣ ଖାଇବା ଦ୍ୱାରା ଏଥିରୁ ଉପଶମ ମିଳିଥାଏ ।

୪- ଯଦି ଉଚ୍ଚ ରକ୍ତଚାପ ସମସ୍ୟା ଥାଏ, ତେବେ ରସୁଣକୁ ଖାଲି ପେଟରେ ଖାଇବା ଲାଭଦାୟକ ଅଟେ।

୫- ରକ୍ତ ସଂଚାଳନ ଠିକ୍ ହୁଏ– ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ରକ୍ତ ସଂଚାଳନ ଠିକ ଭାବେ ହୋଇଥାଏ ଏବଂ ହୃଦୟ ସହ ଜଡ଼ିତ ରୋଗ ହେବାର ଆଶଙ୍କା କମ୍ ଥାଏ ।

୬ -କୋଲେଷ୍ଟରଲ ସ୍ତରକୁ ନିୟନ୍ତ୍ରଣ କରେ– ରସୁଣ କୋଲେଷ୍ଟରଲ ସମସ୍ୟା ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା କୋଲେଷ୍ଟରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ।

୭- ରୋଗ ପ୍ରତିରୋଧକ ଶକ୍ତି ବଢେ– ରସୁଣ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ । ଫଳରେ ଶରୀରକୁ ରୋଗରୁ ଲଢିବା ପାଇଁ ଶକ୍ତି ମିଳିଥାଏ ।

୮- ମୂଖ ଦୁର୍ଗନ୍ଧ ଦୂର କରେ– ରସୁଣରେ ବ୍ୟାକଟେରିଆଲ ତତ୍ତ୍ୱ ମିଳିଥାଏ । ତେଣୁ ରସୁଣ ଖାଇବା ଦ୍ୱାରା ମୁହଁର ଦୁର୍ଗନ୍ଧ ଦୂର ହୋଇଥାଏ ।

୯- ମାଂସପେଶୀ ଶକ୍ତ କରେ– ରସୁଣରେ ଭରପୂର ମାତ୍ରାରେ ପ୍ରୋଟିନ ଥାଏ ଯାହା ଦ୍ୱାରା ମାଂସପେଶୀ ଶକ୍ତ ହୋଇଥାଏ ।

୧୦- କୋଷ୍ଠକାଷ୍ଠିନ୍ୟ ଦୂର କରେ– ଏଥିରେ ଫାଇବର ଥାଏ, ଯାହା କୋଷ୍ଠକାଷ୍ଠିନ୍ୟ ପରି ସମସ୍ୟାର ସମାଧାନ କରିଥାଏ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)