Health & Lifestyle

କିସମିସ୍ ପାଣିର ଫାଇଦା ଜାଣନ୍ତୁ !!

ଆମେ ସାଧାରଣତଃ ଡ୍ରାଏ ଫ୍ରୁଟ୍ସ ଯେପରିକି କିସମିସ୍,କାଜୁ ବାଦାମ ଇତ୍ୟାଦିକୁ ଖିରି ଅଥବା ଅନ୍ୟ କୌଣସି ମିଠା ପ୍ରସ୍ତୁତିରେ ବ୍ୟବହାର କରିଥାଉ l ଏହା ଖାଦ୍ୟକୁ କେବଳ ଯେ ସ୍ୱାଦିଷ୍ଟ କରେ ତା ନୁହେଁ ବରଂ ଆମ ଶରୀର ପାଇଁ ମଧ୍ୟ ଏହା ଅନେକ ଜରୁରୀ ହୋଇଥାଏ l ଅନେକ ଗୁଡିଏ ଡ୍ରାଇ ଫ୍ରୁଟ୍ସ ମଧ୍ୟରୁ କିସମିସ୍ ଏକ ଅତି ଚମତ୍କାରୀ ଫଳ ଅଟେ ଏହାର ସୁଗୁଣ ବିଷୟରେ ପ୍ରାୟତଃ ସମସ୍ତେ ଅବଗତ l

22 July, 2021 3:25 PM IST By: Sugyan Kumar Nayak

ଆମେ ସାଧାରଣତଃ ଡ୍ରାଏ ଫ୍ରୁଟ୍ସ ଯେପରିକି କିସମିସ୍,କାଜୁ ବାଦାମ ଇତ୍ୟାଦିକୁ ଖିରି ଅଥବା ଅନ୍ୟ କୌଣସି ମିଠା ପ୍ରସ୍ତୁତିରେ ବ୍ୟବହାର କରିଥାଉ l ଏହା ଖାଦ୍ୟକୁ କେବଳ ଯେ ସ୍ୱାଦିଷ୍ଟ କରେ ତା ନୁହେଁ ବରଂ ଆମ ଶରୀର ପାଇଁ ମଧ୍ୟ ଏହା ଅନେକ ଜରୁରୀ ହୋଇଥାଏ l ଅନେକ ଗୁଡିଏ ଡ୍ରାଇ ଫ୍ରୁଟ୍ସ ମଧ୍ୟରୁ କିସମିସ୍ ଏକ ଅତି ଚମତ୍କାରୀ ଫଳ ଅଟେ ଏହାର ସୁଗୁଣ ବିଷୟରେ ପ୍ରାୟତଃ ସମସ୍ତେ ଅବଗତ  l ଏହା କେବଳ ଯେ ଖାଦ୍ୟ ଓ  ମିଠାକୁ ସୁସ୍ୱାଦୁ କରିଥାଏ ତାହା ନୁହେଁ ବରଂ ଏହା ଅତ୍ୟନ୍ତ ସ୍ୱାସ୍ଥ୍ୟକାରୀ ମଧ୍ୟ ହୋଇଥାଏ, କିନ୍ତୁ କଣ ଆପଣ ଜାଣନ୍ତିକି କିସମିସକୁ ପାଣିରେ ଭିଜେଇ ଖାଇଲେ ଏହାର ଲାଭ ଦୁଇଗୁଣ ବଢ଼ିଯାଇଥାଏ l କିସମିସ୍ ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତି ଲାଭ ଦାୟିକ ହୋଇଥାଏ l କିସମିସ୍ ଖାଇବା ଦ୍ୱାରା ଶରୀର ପାଇଁ ଯେତିକି ଲାଭଦାୟକ ହୋଇଥାଏ ଏହାକୁ ପାଣିରେ ଭିଜେଇ ଖାଇବା ଦ୍ୱାରା ଏହାର ଉପକାରିତା ବହୁ ପରିମାଣରେ ବଢି ଯାଇଥାଏ l ଏହା ସହ କିସମିସ୍ ପାଣି ପିଇବା ମଧ୍ୟ ଶରୀର ପାଇଁ  ଅତ୍ୟନ୍ତ ଲାଭଦାୟକ ହୋଇଥାଏ l କିଛି କିସମିସ୍ ଅଳ୍ପ ପାଣିରେ ପକାଇ ଦିଅନ୍ତୁ ଏବଂ କିଛି ସମୟ ପରେ ଦେଖିବେ କିସମିସ୍ ଫୁଲି ଯାଇଥିବ ଏବଂ ପାତ୍ରରେ ଅଳ୍ପ କିଛି ପାଣି ରହି ଯାଇଥିବ ସେହି ପାଣି ହିଁ ହେଊଛୀ କିସମିସ୍ ପାଣି  l ସେ କିସମିସ୍ ଖାଇବା ସହ ସେହି ପାଣିକୁ ପିଇବା ମଧ୍ୟ ଆମ ପାଇଁ ଉପକାରୀ ହୋଇଥାଏ l ଖାସକରି ଯଦି ଆପଣ କିସମିସ୍ ପାଣିରେ ଲେମ୍ବୁ ରସ ମିଶାଇ ପିଉଛନ୍ତି ତାହା ଆପଣଙ୍କ ଶରୀରକୁ ଅତୁଳନୀୟ ଲାଭ ଯୋଗାଇଥାଏ l କିସମିସ୍ ପାଣି ଆଣ୍ଟିଅକ୍ସି ଡାଣ୍ଟ ଗୁଣରେ ଭରି ରହିଥାଏ ଏବଂ ଏଥିରେ ଯଦି ଲେମ୍ବୁ ରସ ମିଶାଇ ପିଆଯାଏ ତେବେ ଏହାର ଫାଇଦା ଆହୁରି ବଢି ଯାଇଥାଏ l

ଦାନ୍ତ ଓ ହାଡ଼କୁ ମଜବୁତ ରଖେ

କିସମିସ୍ ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ ଆପଣଙ୍କ ଦୁର୍ବଳ ହୋଇଯାଇଥିବା ଦାନ୍ତକୁ  ବହୁତ ଲାଭ ମିଳଥାଏ l ଏଥିରେ ଥିବା କ୍ୟାଲ୍ସିଅମ ହାଡ ଓ ଦାନ୍ତ ଦୁହିଁଙ୍କୁ ମଜବୁତ ରଖିଥାଏ l ଏହାକୁ ପିଇବାଦ୍ୱାରା ଦାନ୍ତ ହଳଦିଆ ରଙ୍ଗ ମଧ୍ୟ କମ ହୋଇଯାଇଥାଏ l

ପେଟ ସମସ୍ୟା ମଧ୍ୟ ଦୂର ହୁଏ

ଏହି ପାଣିକୁ ନିୟମିତ ପିଇବାଦ୍ୱାରା ଆପଣଙ୍କ ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ l କିସମିସ୍ ପାଣିକୁ ଲେମ୍ବୁରସ  ସହ ମିଶାଇ ପିଇଲେ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ କାରଣ ଏଥିରେ ଫାଇବର ଅଧିକ ମାତ୍ରାରେ ଥାଏ ଯାହାର ସେବନ ଦ୍ୱାରା ଆପଣଙ୍କୁ  ଅମ୍ଳ ସମସ୍ୟା ର ସାମ୍ନା କରିବାକୁ ପଡେ ନାହିଁ l ଲେମ୍ବୁରେ ଜୀବାଣୁ କମ କରିବାର  ଗୁଣ ମଧ୍ୟ ରହିଥାଏ l

ରକ୍ତହୀନତାରୁ ମଧ୍ୟ ରକ୍ଷା କରିଥାଏ

ରକ୍ତହୀନତାରୁ ବଞ୍ଚିବାକୁ ହେଲେ ଶରୀରରେ ଲୌହର ପରିମାଣ ଠିକ ରହିବା ଦରକାର l ଲୌହ ହିଁ ଶରୀରରେ ଲୋହିତ ରକ୍ତ କଣିକା ତିଆରି କରିଥାଏ l କିସମିସ୍ ଲୌହରେ ଭରପୁର ରହିଥାଏ ,ତେଣୁ ଏହାର ସେବନ ଦ୍ୱାରା ଶରୀରରେ ଲୋହିତ ରକ୍ତ କଣିକା ମଧ୍ୟ ବଢିଥାଏ ଏବଂ ଶରୀର ଆନିମିଆ  ରୋଗ ଠାରୁ ମଧ୍ୟ ରକ୍ଷା ପାଇଥାଏ l ଏହା ସହ କିସମିସ୍ ପାଣି ସହ ଲେମ୍ବୁ ମିଶାଇ ପିଇଲେ ଶରୀରକୁ ନାଇଟ୍ରିକ୍ ଏସିଡ ମଧ୍ୟ ମିଳିଥାଏ, ଯାହାକି ଶରୀରରେ ରକ୍ତ ସଂଚାଳନ ବୃଦ୍ଧି କରିଥାଏ l

ରକ୍ତଚାପକୁ ନିୟନ୍ତ୍ରିତ ରଖେ

କିସମିସ୍ ପାଣି ଆମ ଶରୀରର ରକ୍ତଚାପକୁ ମଧ୍ୟ ନିୟନ୍ତ୍ରିତ ରଖିଥାଏ l ଯଦି ଏଥିରେ ଲେମ୍ବୁ ରସ ମିଶାଇ ତାହାକୁ ସେବନ କରାଯାଏ ତେବେ ତାହା ଆମ ରକ୍ତକୁ ବିଶୁଦ୍ଧ ରଖେ l

ଶରୀରରେ କୋଲେଷ୍ଟ୍ରଲ ମାତ୍ରାକୁ ହ୍ରାସ କରେ

କିସମିସ୍ ପୋଟାସିୟମର ଏକ ଭଲ ଉତ୍ସ ଅଟ l ଏହାର ନିୟମିତ ସେବନ ଦ୍ୱାରା ଉଚ୍ଚ ରକ୍ତଚାପ ବ୍ୟକ୍ତିଙ୍କୁ ଅନେକ ଉପକାର ମିଳେ ଯଦି ଆପଣଙ୍କୁ ମଧୁମେହର ସମସ୍ୟା ଅଛି ତେବେ ଆପଣଙ୍କୁ କିସମିସ୍ ଖାଇବା ଠାରୁ ମଧ୍ୟ ଏହାର ପାଣି ପିଇବା  ଅଧିକ ଲାଭ ଦାୟକ, ଏଥରେ ଲେମ୍ବୁ ରସ ମିଶାଇ ପିଇବା ଆହୁରି ଅଧିକ ଲାଭ ଦାୟକ ହୋଇଥାଏ l

ଚର୍ମ ଓ କେଶ ପାଇଁ ଲାଭ ଦାୟକ

କିସମିସ୍ ପାଣି ଚର୍ମ ଓ କେଶ ପାଇଁ ବହୁତ ଲାଭଦାୟକ ଅଟେ l ଏଥିରେ ଥିବା ଲୌହ ଆମ ଚର୍ମ ଓ କେଶକୁ ପ୍ରାକୃତିକ ଉପାୟରେ ଦୃଢ କରେ l ଏହାକୁ ଆମେ ସିଧା ସଳଖ ମୁଁହରେ ଲଗାଇଲେ ମୁଁହରେ ଚମକ ମଧ୍ୟ ଆସିଥାଏ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)