Health & Lifestyle

'ନୋନି' ଫଳର ସ୍ୱତନ୍ତ୍ର ଗୁଣ ଆପଣ ଜାଣନ୍ତୁ

ଆପଣ କେବେ ନୋନି ଫଳ ବିଷୟରେ ଶୁଣିଛନ୍ତି କି ? ଏହା ଏକ ଏପରି ଫଳ ଯାହା ବିଷୟରେ ବହୁତ କମ୍ ଲୋକଙ୍କୁ ଜଣାଥାଏ I ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହା ଏକ ଏପରି ଫଳ ଯେଉଁଥିରେ ୧୫୦ରୁ ବି ଅଧିକ ପୋଷକତତ୍ତ୍ୱ ରହିଥାଏ ଓ ଏହି ଫଳ ଆପଣଙ୍କର ସବୁ ରୋଗକୁ ଦୂର କରିବାରେ ମଧ୍ୟ ସକ୍ଷମ l ଏହି ଫଳ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିର ଭରପୁର ସୁରକ୍ଷା କରିଥାଏ l

04 August, 2021 4:36 PM IST By: Sugyan Kumar Nayak

ଆପଣ କେବେ ନୋନି ଫଳ ବିଷୟରେ ଶୁଣିଛନ୍ତି କି ? ଏହା ଏକ ଏପରି ଫଳ ଯାହା ବିଷୟରେ ବହୁତ କମ୍ ଲୋକଙ୍କୁ ଜଣାଥାଏ I ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହା ଏକ ଏପରି ଫଳ ଯେଉଁଥିରେ ୧୫୦ରୁ ବି ଅଧିକ ପୋଷକତତ୍ତ୍ୱ ରହିଥାଏ ଓ ଏହି ଫଳ ଆପଣଙ୍କର ସବୁ ରୋଗକୁ ଦୂର କରିବାରେ ମଧ୍ୟ ସକ୍ଷମ l ଏହି ଫଳ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିର ଭରପୁର ସୁରକ୍ଷା କରିଥାଏ l ଯାହା ଦ୍ୱାରା ଆପଣ ରୋଗ ସହିତ ଲଢ଼ି ପାରନ୍ତି ଓ ଆପଣଙ୍କୁ ରୋଗ ହୋଇନଥାଏ l ଏହି ଫଳକୁ ଆୟୁର୍ବେଦରେ ସଂଜୀବନୀ ବୋଲି ଗ୍ରହଣ କରାଯାଏ l ଯାହା ଆପଣଙ୍କୁ ମଧୁମେହ, ଆସ୍ଥମା, ଆର୍ଥରାଇଟିସ, ହାର୍ଟ ଆଦି ଅନେକ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ l ଏପରିକି ଏହା ଏଡ୍ସ ଓ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ମଧ୍ୟ ଅତି ଲାଭକାରୀ ପ୍ରମାଣିତ ହୋଇଥାଏ l ଏହି ଫଳର ଜୁସରେ ମଧ୍ୟ ଅନେକ ଫାଇଦା ନିହିତ ଥାଏ l ଏହି ଫଳର ଆହୁରି ଅନେକ ଉପକାରୀ ଗୁଣ ରହିଛି l ସେସବୁକୁ ଜାଣିବା ପାଇଁ ଏହି ଲେଖାଟିକୁ ନିଶ୍ଚିନ୍ତ ପଢନ୍ତୁ l

ଏହି ଫଳର ଜୁସ୍ ପ୍ରସ୍ତୁତ କରିବାର ଉପାୟ

ଆପଣ ନୋନି ଫଳର ଜୁସ୍ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ ଓ ଏହାକୁ ପିଇ ଏହାର ଲାଭ ଉଠାଇପାରିବେ l ଏହାର ଜୁସ୍ ପ୍ରସ୍ତୁତି ପାଇଁ ଆପଣଙ୍କୁ ଦୁଇଟି ଜିନିଷର ଆବଶ୍ୟକତା ରହିଥାଏ l ତାହା ହେଉଛି ଗୋଟିଏ ଗ୍ଲାସ୍ ପାଣି ଓ କିଛି ନୋନି ଫଳ l

୧. ପ୍ରଥମେ ଆପଣ ଗୋଟିଏ ନୋନି ଫଳ ନିଅନ୍ତୁ ଓ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଓ ତାହାକୁ ଛୋଟ ଛୋଟ ପିସ୍ କରି କାଟିଦିଅନ୍ତୁ l

୨. ଧ୍ୟାନ ରଖନ୍ତୁ ଯେପରି ଫଳ ତାଜା ଥିବା ଆବଶ୍ୟକ l

୩. ଏବେ ଆପଣ ଜୁସରରେ ପାଣି ଓ ସେହି ଫଳର ଛୋଟ ଛୋଟ ପିସ୍ ମିଶାଇ ଏହାର ଜୁସ୍ ପ୍ରସ୍ତୁତ କରନ୍ତୁ l

ନୋନି ଫଳର ଜୁସ୍ ଆପଣ ୩୦ଏମ.ଏଲ. ପର୍ଯ୍ୟନ୍ତ ସେବନ କରିବା ଆବଶ୍ୟକ l ଏହି ଫଳରେ ଅନେକ ପ୍ରକାରର ଭିଟାମିନ ଓ ଖଣିଜ ପଦାର୍ଥ ରହିଥାଏ l ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ିବାରେ ସହାୟକ ହୋଇଥାଏ l ଏହା ଇମ୍ୟୁନୋ ସିଷ୍ଟମକୁ ସୁରକ୍ଷା କରିଥାଏ ଓ ଟ୍ୟୁମରରୁ ରକ୍ଷା କରେ l ଏଥିରେ ଆଣ୍ଟି-କ୍ୟାନ୍ସର ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଭରପୂର ରହିଥାଏ l ଏହା ସ୍ତନ କର୍କଟର ଲକ୍ଷଣକୁ ମଧ୍ୟ ହ୍ରାସ କରିବାରେ ସହାୟକ ହୋଇଥାଏ l ଏହି ଫଳ ଧୁମ୍ରପାନ କାରଣରୁ ହେଉଥିବା କ୍ୟାନ୍ସର ଠାରୁ ମଧ୍ୟ ରକ୍ଷା କରେ l

ଏହା ତ୍ୱଚା ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ l ଏହି ଫଳରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ, ତେଣୁ ଏହାକୁ ପ୍ରତିଦିନ ନିଜ ଚେହେରାରେ ନିଶ୍ଚିତ ଲଗାନ୍ତୁ l ପେଟ ସମ୍ବନ୍ଧୀୟ ବେମାରୀ ଯେମିତି କି ବଦହଜମି, ବାରମ୍ବାର ଆମ୍ବିଳ ହାକୁଟି ଆସିବା ଆଦି ସମସ୍ୟାକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ l ଏଥିରେ ପେଟ ଯନ୍ତ୍ରଣା ଭଳି ସମସ୍ୟାକୁ ମଧ୍ୟ ମୂଳରୁ ସଫା କରିବାର ଗୁଣ ରହିଛି l ଏହା ସହିତ ଏହି ଫଳ ଆମ ହଜମ କ୍ରିୟାକୁ ଠିକ୍ ରୂପରେ ପରିଚାଳିତ ହେବାରେ ସହାୟକ ହୋଇଥାଏ  l ଏହା ଲିଭର ପାଇଁ ମଧ୍ୟ ଲାଭକାରୀ ହୋଇଥାଏ l ଏହା ଗଣ୍ଠିଜନିତ ସମସ୍ୟା ଯେପରିକି ଆଣ୍ଠୁ ବିନ୍ଧା ଆଦିରୁ ମଧ୍ୟ ରକ୍ଷା କରିଥାଏ l ଏହି ଫଳ ମଧୁମେହ ଓ ବ୍ଲଡ଼ ପ୍ରେସର ଭଳି ରୋଗରୁ ମଧ୍ୟ ରକ୍ଷା କରିଥାଏ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)