Health & Lifestyle

ଜାମୁକୋଳି ଶରୀର ପାଇଁ କେତେ ଉପକାରୀ, ଆସନ୍ତୁ ଜାଣିବା !!

ଆପଣମାନେ ଜାଣନ୍ତି କି ବାଇଗଣୀ ରଙ୍ଗର ଦେଖା ଯାଉଥିବା ଏହି କୋଳି ଯେତିକି ମିଠା ସେତିକି କଶl ମଧ୍ୟ ଲାଗିଥାଏ l ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ଅଟେ l ଆମେ ଆପଣଙ୍କୁ ଜାମୁ କୋଳି ବିଷୟରେ କହୁଛୁ l

06 October, 2021 1:50 PM IST By: Sugyan Kumar Nayak

ଆପଣମାନେ ଜାଣନ୍ତି କି ବାଇଗଣୀ ରଙ୍ଗର ଦେଖା ଯାଉଥିବା ଏହି କୋଳି ଯେତିକି ମିଠା ସେତିକି କଶl ମଧ୍ୟ ଲାଗିଥାଏ l ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ଅଟେ l ଆମେ ଆପଣଙ୍କୁ ଜାମୁ କୋଳି ବିଷୟରେ କହୁଛୁ l

ଜାମୁ କୋଳିରେ ବହୁତ ପ୍ରକାରର ଔଷଧୀୟ ଗୁଣ ରହିଛି  l ଏହାକୁ ଆୟୁର୍ବେଦିକ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଏ  l ଏହାକୁ ଖାଇବା ଦ୍ୱାରା ବହୁତ ପ୍ରକାରର ରୋଗ ମଧ୍ୟ ଭଲ ହୋଇଥାଏ  l ଏହାର ଖାଲି କୋଳି ନୁହେଁ ଗଛ ,ଡାଳ ,ପତ୍ର ,ଚେର ସବୁଥିରେ ଔଷଧୀୟ ଗୁଣ ରହିଥାଏ l ଆସନ୍ତୁ ଆଜି ଜାଣିବା ଜାମୁକୋଳିର ଔଷଧୀୟ ଗୁଣ ସମ୍ପର୍କରେ l

ଜାମୁକୋଳିରୁ ମିଳୁଥିବା ପୋଷକତତ୍ତ୍ୱ

ଏଥିରୁ ଆପଣଙ୍କୁ ଲୌହ ,କ୍ୟାଲସିୟମ୍ଅ,ପ୍ରୋଟିନ,ଫାଇବର ଓ କାର୍ବୋହାଇଡ୍ରେଟ ଆଦି ପୋଷଣ ମିଳିଥାଏ l ଏହା ଆପଣଙ୍କର ବ୍ରଣ ସମସ୍ୟାର ସମାଧାନ କରିଥାଏ l  ଯଦି ଆପଣଙ୍କର ବ୍ରଣଜନିତ କିଛି ସମସ୍ୟା ଥାଏ, ଆପଣ ଏହି ପତ୍ରର ରସକୁ ମୁଁହରେ ଲଗାଇପାରିବେ l

ରକ୍ତକୁ ଶୁଦ୍ଧ କରେ

ଜାମୁର ଡାଳ ଏକ ରକ୍ତ ବିଶୁଦ୍ଧକାରକ ରୂପେ କାମ କରେ l ଏହା ସହ ଏଥିରେ ଥିବା ଲୌହ ଆପଣଙ୍କ ରକ୍ତରେ ଥିବା ଲୌହର ଅଭାବକୁ ପୂରଣ କରେ l

ଆଖି ପାଇଁ ଏହାର ଉପକାରିତା

ଯଦି ଆପଣଙ୍କୁ ଆଖିଜନିତ କିଛି ସମସ୍ୟା ଥାଏ, ଆପଣ ଜାମୁ ପତ୍ରରେ କାଢା ତିଆରି କରି ସେଇ ପାଣିରେ ଆଖିକୁ ଧୁଅନ୍ତୁ l ଏହା ଦ୍ୱରା ଆପଣଙ୍କର ଆଖି ସମସ୍ୟା ଦୂର ହୋଇଥାଏ l କାଢା ବନାଇବା ପାଇଁ  ୧୫ ରୁ ୨୦ ଟି ଜାମୁ ପତ୍ର ୪୦୦ ମିଲିଲିଟର ପାଣିରେ ପକେଇ ଫୁଟେଇ ଦିଅନ୍ତୁ l ଏହା ପରେ ଏହି ପାଣିକୁ ଥଣ୍ଡା କରି ଆଖିକୁ ଧୁଅନ୍ତୁ l ଏହା କରିବା ଦ୍ୱାରା ଆପଣଙ୍କର ଆଖିଜନିତ ସମସ୍ୟା ଦୂର ହୋଇଥାଏ  l

ପେଟରେ ହୋଇଥିବା ଷ୍ଟୋନ ପାଇଁ ଜାମୁର ଉପକାରିତା

ଜାମୁ କୋଳି ଖାଇବା ଦ୍ୱାରା ପେଟରେ ହେଉଥିବା ଷ୍ଟୋନ ବା ପଥୁରୀ ସମସ୍ୟାରୁ ମୁକ୍ତି ମିଳିଥାଏ l ଏହାର ପତ୍ରରୁ ମଧ୍ୟ ଆପଣ ଲାଭବାନ ହୋଇପାରିବେ l

ମଧୁମେହ ପାଇଁ ଜାମୁର ଉପକାରିତା

ଯଦି ଆପଣଙ୍କର ସୁଗାର ସମ୍ଭନ୍ଧୀୟ କିଛି ସମସ୍ୟା ଥାଏ ତ ଆପଣ ଜାମୁ କୋଳି ମଞ୍ଜିରେ ପାଉଡର ତିଆରି କରି ଏହାକୁ ଖାଇପାରିବେ l ଏହା କରିବା ଦ୍ୱାରା ଆପଣଙ୍କ ଶରୀରରେ ସୁଗାର ଲେବଲ ହ୍ରାସ ହୋଇଥାଏ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)