Health & Lifestyle

ଆସନ୍ତୁ ଜାଣିବା ଖଜୁରୀର ଗୁଣ ବିଷୟରେ !!

ପ୍ରାୟତଃ ସମସ୍ତ ଫଳର ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ରହିଥାଏ l ଭିନ୍ନ ଭିନ୍ନ ଫଳର ସ୍ୱାସ୍ଥ୍ୟ ଉପରେ ଭିନ୍ନ ଭିନ୍ନ ଉପକାର ରହିଥାଏ l

23 September, 2021 1:57 PM IST By: Sugyan Kumar Nayak

ପ୍ରାୟତଃ ସମସ୍ତ ଫଳର ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ରହିଥାଏ l ଭିନ୍ନ ଭିନ୍ନ ଫଳର ସ୍ୱାସ୍ଥ୍ୟ ଉପରେ ଭିନ୍ନ ଭିନ୍ନ ଉପକାର ରହିଥାଏ l ଆଜି ଆମେ ଆପଣଙ୍କୁ ଖଜୁରୀର ଲାଭ ବିଷୟରେ କହିବାକୁ ଯାଉଛୁ l ତେଣୁ ଏହି ଲେଖାଟିକୁ ନିଶ୍ଚିତ ପଢନ୍ତୁ l କଞ୍ଚା ଫଳ ତୁଳନାରେ ଶୁଖିଲା ଫଳ ଆମ ଶରୀର ପାଇଁ ବିଶେଷ ରୂପରେ ଲାଭ ଦାୟକ ହୋଇଥାଏ l ଖଜୁରିରେ ଆମିନୋ ଏସିଡ, କ୍ୟାଲ୍ସିଅମ, ଫାଇବର, ଜିଙ୍କ, ମ୍ୟାଗନେସିୟମ ଓ ଲୌହ ପ୍ରଚୁର ପରିମାଣରେ ମିଳିଥାଏ l ଭିଟାମିନ-ଏ, ସି, ଇ,କେ, ବି୨, ବି୬, ନିୟାସିନ ଏବଂ ଥାୟାମିନ ସହିତ ଅନ୍ୟାନ୍ୟ ଭିଟାମିନ ମିଳିଥାଏ l ଯାହା ଏକ ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ l

ଖଜୁରୀ ଖାଇବାର ଉପାୟ

ଜଣାଶୁଣା ଆୟୁର୍ବେଦ ଡାକ୍ତର ଆବରାର ମୁଲତାନିଙ୍କ ଅନୁଯାୟୀ, ଖଜୁରିରେ ହର୍ମୋନ ଟେଷ୍ଟୋସ୍ଟେରନ ବୃଦ୍ଧି କରିବାର ଗୁଣ ରହିଛି l ଯାହା ପୁରୁଷଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ l ଖଜୁରିକୁ ସାଧାରଣତଃ ଶକ୍ତି ବର୍ଦ୍ଧକ ଭାବରେ ଗ୍ରହଣ କରାଯାଇଥାଏ l ତେଣୁ ଖଜୁରୀକୁ କ୍ଷୀର ସହିତ ସେବନ କରିବା ଶକ୍ତି ବୃଦ୍ଧି ପାଇଁ ଅନେକ ଭଲ ଫଳ ଆଣିଦେଇଥାଏ l ଡାକ୍ତର ଅବରାର ମୁଲତାନିଙ୍କ ଅନୁଯାୟୀ, ପ୍ରତି ଦିନ ୨ କିମ୍ବା ୩ ଟି ଖଜୁରୀ କ୍ଷୀରରେ ପକାଇ ପିଇଲେ ଏହା ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ l ଏଥିରେ ମିଳୁଥିବା ମ୍ୟାଗନେସିୟମ ଆପଣଙ୍କ ଶରୀରରେ ଶର୍କରାକୁ ନିୟନ୍ତ୍ରଣ କରିଥାଏ l ଯେଉଁ କାରଣରୁ ଏହା ଆପଣଙ୍କୁ ମଧୁମେହ ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ l

ଖଜୁରୀ ଖାଇବାର ଅନ୍ୟାନ୍ୟ ଲାଭ

୧. ଖଜୁରୀ ଖାଇବା ଦ୍ୱାରା ହାଡ଼ ମଜବୁତ ହୋଇଥାଏ l

୨. ଏହାର ନିୟମିତ ବ୍ୟବହାର ଦ୍ୱାରା ପେଟ ଯନ୍ତ୍ରଣା ଓ ତରଳ ଝାଡ଼ା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ l

୩. ଯଦି ଆପଣ ବଡି ବିଲଡିଂ କରୁଛନ୍ତି ଓ ଓଜନ ବଢାଇବାକୁ ଚାହୁଁଛନ୍ତି, ତେବେ ଖଜୁରୀ ଆପଣଙ୍କୁ ସାହାଯ୍ୟ କରିପାରିବ l

୪. ଏହାକୁ ଖାଇବା ଦ୍ୱାରା ତ୍ୱଚା ଉପରେ ମଧ୍ୟ ଭଲ ପ୍ରଭାବ ପଡିଥାଏ l

୫. ଏହା ଶରୀରରେ ନୂତନ କୋଷ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ l

୬. ଏହା କୋଷ୍ଠ କାଠିନ୍ୟରୁ ରକ୍ଷା କରିଥାଏ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)