Health & Lifestyle

ଡାଏଟିଂରେ ଥିଲେ ଏହି ସବୁ ଫଳ ଠାରୁ ଦୂରେଇ ରୁହନ୍ତୁ

ଆଜିକାଲି ଅଧିକାଂଶ ଲୋକଙ୍କ ସବୁଠାରୁ ବଡ ମୁଣ୍ଡବିନ୍ଧାର କାରଣ ହେଉଛି ଓଜନ ବଢ଼ିଯିବା। ଓଜନ କମାଇବା ଏବଂ ପତଳା ହେବା ପାଇଁ ଲୋକେ ଅନେକ ଜିନିଷ ଖାଇବା ଛାଡି ଦିଅନ୍ତି, ଡାଏଟିଂ ମଧ୍ୟ କରନ୍ତି। ଡାଏଟିଂ କରିବା ବେଳେ ତେଲ ଯୁକ୍ତ ଖାଦ୍ୟ ଛାଡି ଫଳ ଖାଇବା ଆରମ୍ଭ କରିଦିଅନ୍ତି ଏବଂ ଭାବନ୍ତି ଯେ ଫଳ ଖାଇଲେ ଓଜନ କମିଯିବ ବୋଲି।

02 March, 2021 1:44 PM IST By: Gyanadutta Behra

ଆଜିକାଲି ଅଧିକାଂଶ ଲୋକଙ୍କ ସବୁଠାରୁ ବଡ ମୁଣ୍ଡବିନ୍ଧାର କାରଣ ହେଉଛି ଓଜନ ବଢ଼ିଯିବା। ଓଜନ କମାଇବା ଏବଂ ପତଳା ହେବା ପାଇଁ ଲୋକେ ଅନେକ ଜିନିଷ ଖାଇବା ଛାଡି ଦିଅନ୍ତି, ଡାଏଟିଂ ମଧ୍ୟ କରନ୍ତି। ଡାଏଟିଂ କରିବା ବେଳେ ତେଲ ଯୁକ୍ତ ଖାଦ୍ୟ ଛାଡି ଫଳ ଖାଇବା ଆରମ୍ଭ କରିଦିଅନ୍ତି  ଏବଂ ଭାବନ୍ତି ଯେ ଫଳ ଖାଇଲେ ଓଜନ କମିଯିବ ବୋଲି। କିନ୍ତୁ ଫଳ ଖାଇଲେ ମଧ୍ୟ ଓଜନ କମେ ନାହିଁ। କାରଣ ଅଧିକାଂଶ ଫଳରେ କ୍ୟାଲୋରୀର ମାତ୍ରା ଅଧିକ ଥାଏ, ତେଣୁ ଓଜନ କମିବା ବଦଳରେ ବଢ଼ିବାକୁ ଲାଗେ। ତେଣୁ ଡାଏଟିଂ କରିବା ବେଳେ କେଉଁ ଫଳ ଖାଇବା ଠାରୁ ଦୂରେଇ ରହିବା ଉଚିତ ଆସନ୍ତୁ ଜାଣିବା

କଦଳୀ: କଦଳୀକୁ ଏକ ସୁପରଫୁଡ୍ ବୋଲି କୁହାଯାଏ । କିନ୍ତୁ ଏହା ଏକ ଏଭଳି ଫଳ, ଯାହାକୁ ଆପଣ ଅଧିକ ମାତ୍ରାରେ ଖାଇପାରିବେ ନାହିଁ। କଦଳୀରେ କ୍ୟାଲୋରୀ ଭରପୁର ମାତ୍ରାରେ ରହିଛି। ଗୋଟିଏ କଦଳୀରେ ପ୍ରାୟ ୧୫୦ କ୍ୟାଲୋରୀ ଥାଏ, ଯାହା ପ୍ରାୟ ୩୭.୫ ଗ୍ରାମ କାର୍ବୋହାଇଡ୍ରେଟ୍ ସହ ସମାନ । ତେଣୁ  ଯଦି ଆପଣ ଡାଏଟିଂରେ ରହି ପ୍ରତିଦିନ ୨ରୁ୩ଟି କଦଳୀ ଖାଉଛନ୍ତି ତେବେ ଏହା ଓଜନ କମାଇବା ବଦଳରେ ବଢ଼ାଇପାରେ।

କିସମିସ: ଡ୍ରାଏ ଫ୍ରୁଟସ ବା କିସମିସରେ ଅଧିକ ମାତ୍ରାରେ କ୍ୟାଲୋରୀ ରହିଛି । ଅଙ୍ଗୁର ତୁଳନାରେ ଏକ ଗ୍ରାମ କିସମିସରେ ଅଧିକ କ୍ୟାଲୋରୀ ଥାଏ ବୋଲି କୁହାଯାଉଛି। ଏକ କପ କିସମିସରେ ପାଖାପାଖି ୫୦୦ କ୍ୟାଲୋରୀ ଅଛି। ତେଣୁ ଡାଏଟିଂ କରୁଥିବା ବ୍ୟକ୍ତି କିସମିସ ଖାଇବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ।

ଆଭୋକାଡୋ: ଅଧିକ କ୍ୟାଲୋରୀ ଯୁକ୍ତ ଫଳ ମଧ୍ୟରୁ ଗୋଟିଏ ହେଉଛି ଆଭୋକାଡୋ। ୧୦୦ ଗ୍ରାମ ଆଭୋକାଡୋରେ ପ୍ରାୟ ୧୬୦ କ୍ୟାଲୋରୀ ଥାଏ। ଏହାକୁ ଅଧିକ ଖାଇଲେ ଓଜନ ବଢ଼ିପାରେ। ଆପଣ ଚାହିଁଲେ ଏହି ଫଳକୁ କମ ମାତ୍ରାରେ ନିଜ ଡାଏଟରେ ସାମିଲ କରିପାରବେ।

ଆମ୍ବ: ଆମ୍ବକୁ ଫଳମାନଙ୍କ ରାଜା କୁହାଯାଏ। କାରଣ ଅନ୍ୟ ଫଳ ଅପେକ୍ଷା ଅଧିକ ସ୍ୱାଦିଷ୍ଟ ହେଉଛି ଆମ୍ବ। ଗୋଟିଏ ଖଣ୍ଡ ଆମ୍ୱରେ ୯୯ କ୍ୟାଲୋରୀ ରହିଛି, ୨୩ ଗ୍ରାମ ଚିନି ଏବଂ ୩ ଗ୍ରାମ ଫାଇବର ରହିଛି। ଯଦି ଆପଣ ଡାଏଟିଂରେ ରହି ଓଜନ ହ୍ରାସ କାରିବାକୁ ଚାହୁଁଛନ୍ତି, ତେବେ ସୀମିତ ପରିମାଣରେ ଆମ୍ବ ଖାଇବା ଭଲ।

 

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)