Health & Lifestyle

ଉପକାରୀ ଆମ୍ବ, ଆପଣ ଜାଣନ୍ତି କି ? ?

ଆମ୍ବ ଏକ ସ୍ୱାଦିଷ୍ଟ ଓ ରସାଳ ଫଳ ଯାହାକୁ ଖାଇବାକୁ କିଏ ବା ଭଲ ନ ପାଏ। ଏହା କେବଳ ସ୍ୱାଦିଷ୍ଟ ହୋ‍ଇନଥାଏ, ବରଂ ଏହା ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟଜନିତ ଉପକାର ମଧ୍ୟ ଦେଇଥାଏ । ଏହି ଗ୍ରୀଷ୍ମ ଫଳ ପୁଷ୍ଟିକର ତତ୍ତ୍ୱରେ ପରିପୂର୍ଣ୍ଣ ଯାହା ଆମ ଶରୀର ପାଇଁ ବହୁତ ଉପକାରୀ ହୋ‍ଇଥାଏ।

20 July, 2021 10:09 AM IST By: Sugyan Kumar Nayak

ଆମ୍ବ ଏକ ସ୍ୱାଦିଷ୍ଟ ଓ ରସାଳ ଫଳ ଯାହାକୁ ଖାଇବାକୁ କିଏ ବା ଭଲ ନ ପାଏ। ଏହା କେବଳ ସ୍ୱାଦିଷ୍ଟ ହୋ‍ଇନଥାଏ, ବରଂ ଏହା ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟଜନିତ ଉପକାର ମଧ୍ୟ ଦେଇଥାଏ । ଏହି ଗ୍ରୀଷ୍ମ ଫଳ ପୁଷ୍ଟିକର ତତ୍ତ୍ୱରେ ପରିପୂର୍ଣ୍ଣ ଯାହା ଆମ ଶରୀର ପାଇଁ ବହୁତ ଉପକାରୀ ହୋ‍ଇଥାଏ। କ୍ୟାଲୋରୀରେ କମ୍ ଏବଂ ଫାଇବରରେ ଅଧିକ ଥିବାରୁ ଆମ୍ବ ମଧ୍ୟ ଆପଣଙ୍କ ଓଜନ ହ୍ରାସ ପାଇଁ ଏକ ଉପଯୁକ୍ତ ଖାଦ୍ୟ। ଯେହେତୁ ଆମେ ସମସ୍ତେ ଜାଣୁ ଯେ ଆମ୍ବକୁ ଫଳର ରାଜା କୁହାଯାଏ, ସମସ୍ତେ ଖରାଦିନରେ ଆମ୍ବ ଖାଇବାକୁ ପସନ୍ଦ କରନ୍ତି । ଆମ୍ବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହେବା ସହିତ ଖାଇବା ପାଇଁ ସ୍ୱାଦିଷ୍ଟ ମଧ୍ୟ ହୋ‍ଇଥାଏ। ଏଥିରୁ ଆମ ଶରୀରକୁ ଫାଇବର, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ବି, ଭିଟାମିନ୍ ଏ ଓ ଭିଟାମିନ୍ ସି ଭଳି ପୁଷ୍ଟିକର ତତ୍ତ୍ୱ ମିଳିଥାଏ, ଯାହା ଶରୀରକୁ ସୁସ୍ଥ ରଖିବାରେ ବହୁତ ସାହାଯ୍ୟ କରିଥାଏ । ଏହା ବ୍ୟତୀତ କୋଲେଷ୍ଟ୍ରଲ ଏବଂ ସୋଡିୟମର ପରିମାଣ ମଧ୍ୟ ଏଥିରେ ବହୁତ କମ୍ ଥାଏ, ଯାହା ଶରୀରକୁ ସୁସ୍ଥ ରଖେ ।

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ ଆମ୍ବ l ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଆମ୍ବ ଅତ୍ୟନ୍ତ ଲାଭଦାୟକ କାରଣ ଏଥିରେ ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଉଚ୍ଚ ରକ୍ତଚାପକୁ ସ୍ୱାଭାବିକ କରିବାରେ ବହୁତ ସାହାଯ୍ୟ କରିଥାଏ । ଆମ୍ବ ଓଜନ ବଢାଇବାରେ ସାହାଯ୍ୟ କରିଥାଏ l ଆମ୍ବ ଖାଇବା ପତଳା ଲୋକଙ୍କ ପାଇଁ ବହୁତ ଭଲ । ଆମ୍ବରେ ଅନେକ କ୍ୟାଲୋରୀ ଏବଂ ଷ୍ଟାର୍ଚ୍ଚ ରହିଥାଏ ଯାହା ଓଜନରେ ବୃଦ୍ଧି କରିଥାଏ । ଆମ୍ବ ଖାଇବା ଦ୍ୱାରା ପେଟରେ ଥିବା ସମସ୍ୟା, ଏସିଡିଟି ସମାପ୍ତ ହୁଏ ଏବଂ ଏହା ହଜମ ପ୍ରକ୍ରିୟାକୁ ବହୁତ ଶକ୍ତିଶାଳୀ କରିଥାଏ,  ହଜମ ଶକ୍ତିକୁ ବୃଦ୍ଧି କରିଥାଏ l ରକ୍ତହୀନତା ଦୂର କରିଥାଏ ଆମ୍ବ l ଆମ୍ବରେ ପ୍ରଚୁର ପରିମାଣରେ ଲୌହ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ଥିବା ରକ୍ତ ଅଭାବ ଅତି ଶୀଘ୍ର ସମାପ୍ତ ହୁଏ ଏବଂ ରକ୍ତହୀନତା ଭଳି ଗମ୍ଭୀର ରୋଗକୁ ଏଡାଇ ହୁଏ । ମଧୁମେହ ରୋଗୀଙ୍କ ପାଇଁ ବହୁତ ଉପକାରୀ ଆମ୍ବ l ଆମ୍ବ ଫଳର ମଧୁରତା ହେତୁ, କିଛି ଲୋକ ବିଶ୍ୱାସ କରନ୍ତି ଯେ ଜଣେ ମଧୁମେହ ରୋଗୀ ଏହାକୁ ଖାଇବା ଉଚିତ୍ ନୁହେଁ, କିନ୍ତୁ ଏହା ବିଶ୍ୱାସ କରିବା ସମ୍ପୂର୍ଣ୍ଣ ଭୁଲ୍ । କେବଳ ଆମ୍ବ ଫଳ ନୁହେଁ, ଏହାର ପତ୍ର ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋ‍ଇଥାଏ ।

ଚକ୍ଷୁଜନିତ ରୋଗରୁ ଉପଶମ ଦିଏ ଆମ୍ବ l ଚକ୍ଷୁଜନିତ ରୋଗ ଦୂର କରିବା ପାଇଁ ପ୍ରତିଦିନ ଆମ୍ବ ରସ ପିଅନ୍ତୁ । ଏହା ଦୃଷ୍ଟି ଶକ୍ତି ବଢାଇବାରେ ବହୁତ ସାହାଯ୍ୟ କରେ । ଚର୍ମ ଓ କେଶ ପାଇଁ ଉପକାରୀ ଆମ୍ବ l ଆମ୍ବରେ ଥିବା ଭିଟାମିନ୍ ଏ ଏହାକୁ ଆପଣଙ୍କର ଚର୍ମ ପାଇଁ ସର୍ବୋତ୍ତମ ବନ୍ଧୁ କରିଥାଏ । ଏହା ବ୍ରଣ ସହିତ ଲଢିବାରେ ସାହାଯ୍ୟ କରିଥାଏଏବଂ ଆଣ୍ଟି-ଏଜିଙ୍ଗ୍ ଗୁଣ ପ୍ରଦାନ କରେ । ଭିଟାମିନ୍ ସି କୋଲାଜେନ୍ ବୃଦ୍ଧି କରିଥାଏ, ଯାହା ଚର୍ମ ଏବଂ କେଶର ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ । କର୍କଟ ରୋଗ ସହିତ ଲଢିବାରେ ସାହାଯ୍ୟ କରିଥାଏ ଆମ୍ବ l ଆମ୍ବରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଥାଏ। ଏହା ଆମ ଶରୀରକୁ ସ୍ତନ କର୍କଟ, କୋଲୋନ୍ କର୍କଟ, ପ୍ରୋଷ୍ଟେଟ୍ କର୍କଟ ଏବଂ ଲ୍ୟୁକେମିଆରୁ ରକ୍ଷା କରିଥାଏ । କୋଲେଷ୍ଟ୍ରଲ ସ୍ତର ବଜାୟ ରଖିବାରେ ସାହାଯ୍ୟ କରେ ଆମ୍ବ l ଆମ୍ବରେ ଉଚ୍ଚ ସ୍ତରର ଭିଟାମିନ୍ ସି, ଫାଇବର ଏବଂ ପେକ୍ଟିନ୍ ରହିଥାଏ ଯାହା ଏହାକୁ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)