Health & Lifestyle

ବାସଙ୍ଗ ଗଛର ଗୁଣ, ଆପଣ ଜାଣନ୍ତୁ !!

ଆଈ ମା'ଙ୍କ ସମୟରେ ଜ୍ୱର, ଥଣ୍ଡା, କାଶ ଓ ଆଦି ଅନ୍ୟ ରୋଗର ଚିକିତ୍ସା ପାଇଁ ଅନେକ ପ୍ରକାରର ଗଛ ବା ଜଡ଼ିବୁଟିର ବ୍ୟବହାର କରାଯାଇ ଆସୁଛି l ଏଥିରେ ବାସଙ୍ଗ ଗଛ ମଧ୍ୟ ସାମିଲ ଅଟେ l

23 September, 2021 3:04 PM IST By: Sugyan Kumar Nayak

ଆଈ ମା'ଙ୍କ ସମୟରେ ଜ୍ୱର, ଥଣ୍ଡା, କାଶ ଓ ଆଦି ଅନ୍ୟ ରୋଗର ଚିକିତ୍ସା ପାଇଁ ଅନେକ ପ୍ରକାରର ଗଛ ବା ଜଡ଼ିବୁଟିର ବ୍ୟବହାର କରାଯାଇ ଆସୁଛି l ଏଥିରେ ବାସଙ୍ଗ ଗଛ ମଧ୍ୟ ସାମିଲ ଅଟେ l ଏହି ଗଛକୁ ବାସଙ୍ଗ ଗଛ ମଧ୍ୟ କୁହାଯାଇଥାଏ l ଏହାକୁ ଆୟୁର୍ବେଦରେ ଏକ ଉଚ୍ଚ ସ୍ଥାନ ମଧ୍ୟ ମିଳିଛି l ବିଭିନ୍ନ ରୋଗର ଚିକିତ୍ସା ପାଇଁ ଘରୋଇ ଭାବରେ ଏହାର ଅଧିକ ବ୍ୟବହାର କରାଯାଇଥାଏ l  କୁହା ଯାଇଥାଏ ଯେ ଏହାର ଫୁଲ ମୁଣ୍ଡବ୍ୟଥା, କାଶ, ଜ୍ୱର, ଓ ଆଖିର ଯନ୍ତ୍ରଣା ଆଦିର ଚିକିତ୍ସା ପାଇଁ ଅତି ଲାଭକାରୀ ପ୍ରମାଣିତ ହୋଇଥାଏ l ଆସନ୍ତୁ ଏହି ଲେଖା ମାଧ୍ୟମରେ ଜାଣିବା ଯେ, ଏହାର ବ୍ୟବହାର କେତେବେଳେ ଓ କିପରି କରାଯାଇଥାଏ l

ଜ୍ୱର ପାଇଁ ଏହା ବ୍ୟବହାର କରାଯାଇଥାଏ

ବଦଳୁଥିବା ପାଣିପାଗରେ ଲୋକମାନେ ଭାଇରାଲ ଜ୍ୱରକୁ ନେଇ ଅଧିକ ଚିନ୍ତାରେ ରହିଥାନ୍ତି l ଏମିତିରେ ଆପଣ ବାସଙ୍ଗ ଗଛର ପତ୍ରକୁ ପାଣିରେ ସିଝାଇ ଏହାର କାଢ଼I ପ୍ରସ୍ତୁତ କରି ମଧ୍ୟ ପିଇ ପାରିବେ l ଏହା ଦ୍ୱାରା ଜ୍ୱରରୁ ମୁକ୍ତି ମିଳିଥାଏ ଓ ଏହା ସହିତ ଶରୀରରେ ହେଉଥିବା ଥକାପଣ ଓ କଷ୍ଟ ମଧ୍ୟ ଦୂର ହୋଇଯାଇ ଥାଏ l

ମୁଣ୍ଡବ୍ୟଥାରୁ ଦିଏ ମୁକ୍ତି

ଆଜିକାଲି ଅଧିକାଂଶ ଲୋକ ଚିନ୍ତା କାରଣରୁ ମୁଣ୍ଡବ୍ୟଥାରେ ପୀଡିତ l ଯାହାର ଉପଚାର ସ୍ୱରୂପ ଆପଣ ଏହି ଗଛକୁ ବ୍ୟବହାର କରିପାରିବେ l ଯଦି ଆପଣ ମଧ୍ୟ ସେଇ ଲୋକମାନଙ୍କ ମଧ୍ୟରୁ ଜଣେ ଯିଏକି ମୁଣ୍ଡବ୍ୟଥାରୁ ମୁକ୍ତି ଚାହୁଁଛନ୍ତି l ତେବେ ନିୟମିତ ବାସଙ୍ଗ ସେବନ କରିବା ଆରମ୍ଭ କରିଦିଅନ୍ତୁ l ଏହାର ଫୁଲକୁ ଭଲ ଭାବରେ ଶୁଖାଇ ଏହାକୁ ପେଷି ଦିଅନ୍ତୁ ଓ ବ୍ୟବହାର କରନ୍ତୁ l

ଆଖିରେ ହେଉଥିବା ପୀଡ଼ା ପାଇଁ ବ୍ୟବହାର କରିପାରିବେ

ସାଧାରଣତଃ କେତେକ ଲୋକଙ୍କୁ ଆଖିରେ ପୀଡ଼ାର ସମସ୍ୟା ରହିଥାଏ l ଏମିତିରେ ଆପଣ ୨-୪ଟି ଏହାର ତାଜା ଫୁଲ ନିଅନ୍ତୁ ଓ ଅଳ୍ପ ଗରମ ପାଣିରେ ପକାଇ ତାହା ପରେ ଏହାକୁ ଆଖିରେ ବାନ୍ଧି ଦିଅନ୍ତୁ l ଦେଖିବେ ଆଖିର କଷ୍ଟ ହ୍ରାସ ହେବIକୁ ଲାଗିବ ଓ ଆଖିକୁ ଆରାମ ମିଳିବ l

ଧଇଁସଇଁ ହେବାର ସମସ୍ୟା

ଯଦି ଆପଣଙ୍କୁ ଏହି ସମସ୍ୟା ରହିଛି ବା ଆପଣଙ୍କର ନିୟମିତ କାଶ ହେଉଛି, ତେବେ ଆପଣଙ୍କୁ ଏହି ପତ୍ରର ସେବନ କରିବା ଆବଶ୍ୟକ l ସେଥିପାଇଁ ଆପଣ ଏହାର ପତ୍ରକୁ ନିଅନ୍ତୁ ଓ ଏହାର ରସ ବାହାର କରିବା ପରେ ତାହାକୁ କିଛି ମହୁ ସହିତ ସେବନ କରନ୍ତୁ l ଏହା ଆପଣଙ୍କୁ ଆରାମ ଦେଇପାରିବ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)