ମାଣ୍ତିଆ (Millet) ପୁଷ୍ଟିକର ଖାଦ୍ୟ ଅଟେ । ଏହା ସ୍ବାସ୍ଥ୍ୟ ପାଇଁ ବେଶ ହିତକର ହୋଇଥାଏ । ଶରୀର ପାଇଁ ଲାଭଦାୟୀ ମାଣ୍ତିଆ (Millet) ଘରେ ଘରେ ପରିଚିତ । ନିୟମିତ ଭାବେ ମାଣ୍ତିଆ ଖାଇବା ଦ୍ବାରା ପେଟ ଥଣ୍ତା ରହିଥାଏ । ଏଥିରେ ଡାଏଟାରୀ ଫାଇବର (fiber),କ୍ୟାଲସିୟମ୍ , ପ୍ରୋଟିନ୍, ପୋଟାସିୟମ୍ ସହ ପ୍ରଚୁର ପରିମାଣରେ ଆଇରନ୍ ରହିଥାଏ । ଏଥିରେ ଥିବା ପ୍ରୋଟିନ୍ ଓ ଫାଇବର ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ । ହୃଦ୍ ରୋଗ ଠାରୁ ଆରମ୍ଭ କରି ହିଁ ମଧୁମେହ ଭଳି ବଡ଼ ବଡ଼ ରୋଗ ପାଇଁ ମାଣ୍ଡିଆ (mandia) ଅତ୍ୟନ୍ତ ଲାଭଦାୟୀ ଅଟେ ।
ମଧୁମେହ ରୋଗୀ ସକାଳ ଜଳଖିଆ କିମ୍ବା ମଧ୍ୟାହ୍ନ ଭୋଜନରେ ମାଣ୍ତିଆ (Millet) ଖାଇବା ଲାଭଦାୟୀ ହୋଇଥାଏ ।
ହାଡ଼ ମଜବୁତ କରେ ମାଣ୍ତିଆ-
ମାଣ୍ଡିଆରେ ସର୍ବାଧିକ କ୍ୟାଲସିୟମ୍ ଥାଏ, ତେଣୁ ନିୟମିତ ମାଣ୍ତିଆ (Millet) ଖାଇବା ଦ୍ବାରା ହାଡକୁ ଶକ୍ତିଶାଳୀ କରିଥାଏ ।
ମାଣ୍ଡିଆ (mandia) ସ୍ୱାସ୍ଥ୍ୟ ସାଙ୍ଗକୁ କେଶ ଓ ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ ହୋଇଥାଏ । ଧୀରେ ଧୀରେ ଲୋକମାନଙ୍କର ମାଣ୍ଡିଆ (Millet) ପ୍ରତି ଚାହିଦା ବଢ଼ୁଛି । ଏହି ଫସଲକୁ ଭାରତର ଅନେକ ସ୍ଥାନରେ କରାଯାଇଥାଏ ।
ଜାଣି ରଖନ୍ତୁ ଯେ, ଏବେ ମାଣ୍ଡିଆ (mandia)ରେ ପ୍ରସ୍ତୁତ ଖାଦ୍ୟକୁ ନେଇ ଲୋକମାନେ ବିଭିନ୍ନ ଫୁଡ୍ ବନାଉଛନ୍ତି । ମାଣ୍ଡିଆ (mandia)ରୁ ପ୍ରସ୍ତୁତ ଖାଦ୍ଯ ଖାଇବାକୁ ଗ୍ରାହକମାନଙ୍କ ଭିଡ଼ ମଧ୍ୟ ଜମୁଛି । ମାଣ୍ଡିଆ (Millet)ରେ ନାନା ପ୍ରକାରର ସୁସ୍ୱାଦୁ ଖାଦ୍ୟ ତଥା ପିଜା (pizza),ସ୍ୟାଣ୍ଡଓ୍ୱିଚ (sandwich),ମାଲପୁଆ (malpua),ଜିଲାପି (Jalebi),କୁକିଜ୍ କେକ୍ (cake), ଲଡୁ, ପିଠା ଭଳି ଖାଦ୍ୟ ପ୍ରସ୍ତୁତ କରାଯାଇପାରେ ।