Health & Lifestyle

ରାତି ଅଧରେ ପରିସ୍ରା ଲାଗୁଛି କି? ଜାଣନ୍ତୁ ଏହି କଥା...

ଯଦି ଆପଣ ରାତିରେ ଥରେ କିମ୍ବା ୨ ଥରରୁ ଅଧିକ ପରିସ୍ରା ଯାଉଛନ୍ତି ତେବେ ଏହା ଆପଣଙ୍କ ରୋଗର ଲକ୍ଷଣ ହେଇଥାଏ । ଲୋକମାନେ ଭାବନ୍ତି ଯେ ପାଣି ଅଧିକ ପିଇବା ଦ୍ଵାରା ସେମାନଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ । କିନ୍ତୁ ଏହି କାରଣରୁ ହେଉଥିବା ଦୁର୍ବଳତା ଏବଂ ଥକାପଣ ବିଷୟରେ ଆମେ ଧ୍ୟାନ ଦେଇ ନଥାଉ । ବିଶେଷଜ୍ଞଙ୍କ କହିବା ମୁତାବକ ରାତିରେ ଅତିବେଶିରେ ୨ ଥରରୁ ଅଧିକ ପରିସ୍ରା କରିବା ମଧୁମେହ, ଉଚ ରକ୍ତଚାପ, ପ୍ରୋଷ୍ଟେସ କ୍ୟାନ୍ସର ଏବଂ ଅନ୍ୟ ବଡ ରୋଗର ସଙ୍କେତ ହେଇଥାଏ ।

23 December, 2022 2:51 PM IST By: Sudesna Nayak

ରାତିରେ ବାରମ୍ବାର ପରିସ୍ରା (night time urine problem)କରିବାକୁ ଯିବା ସମସ୍ତଙ୍କୁ ବିରକ୍ତି ଦେଇଥାଏ । ଏହାଦ୍ୱାରା ଠିକ୍‌ରେ ନିଦ ହୋଇ ନ ଥାଏ ଏବଂ ତା ପରଦିନ ମାନ୍ଦା ମାନ୍ଦା ଲାଗିଥାଏ । ଯଦି ଆପଣ ରାତିରେ ଥରେ କିମ୍ବା ୨ ଥରରୁ ଅଧିକ ପରିସ୍ରା ଯାଉଛନ୍ତି ତେବେ ଏହା ଆପଣଙ୍କ ରୋଗର ଲକ୍ଷଣ ହେଇଥାଏ । ଲୋକମାନେ ଭାବନ୍ତି ଯେ ପାଣି ଅଧିକ ପିଇବା ଦ୍ଵାରା ସେମାନଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ । କିନ୍ତୁ ଏହି କାରଣରୁ ହେଉଥିବା ଦୁର୍ବଳତା ଏବଂ ଥକାପଣ ବିଷୟରେ ଆମେ ଧ୍ୟାନ ଦେଇ ନଥାଉ । ବିଶେଷଜ୍ଞଙ୍କ କହିବା ମୁତାବକ ରାତିରେ ଅତିବେଶିରେ ୨ ଥରରୁ ଅଧିକ ପରିସ୍ରା କରିବା ମଧୁମେହ (diabetes), ଉଚ ରକ୍ତଚାପ (blood pressure), ପ୍ରୋଷ୍ଟେସ କ୍ୟାନ୍ସର ଏବଂ ଅନ୍ୟ ବଡ ରୋଗର ସଙ୍କେତ ହେଇଥାଏ ।

ଜାଣିରଖନ୍ତୁ ଯେ, ରାତିରେ ବାରମ୍ବାର ପରିସ୍ରା ଲାଗିବା ଲୁଣ (salt)ଖାଇବା ଉପରେ ନିର୍ଭର କରିଥାଏ । ଲୁଣ (salt)ଅଧିକ ଖାଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ । ଲୁଣ (salt) ଖାଇବା କମାଇ ଦେଲେ ଏଥିରୁ ମୁକ୍ତି ମିଳିପାରିବ ବୋଲି ଏକ ସର୍ଭେରୁ ଜଣାପଡ଼ିଛି । ଖାଇବା ପିଇବା ଠିକ୍‌ କଲେ ଏହି ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ। ବିଶେଷ କରି ୬୦ ବର୍ଷ ପରେ ଏହି ସମସ୍ୟା ବେଶି ଦେଖାଯାଇଥାଏ ।

ଯଦି ଆପଣଙ୍କୁ ରାତି ଅଧରେ ପରିସ୍ରା ଲାଗୁଛି ତା ହେଲେ ଆପଣ ହଠାତ ଉଠି ପରିସ୍ରା କରନ୍ତୁ ନାହିଁ । କମ ସେ କମ ଆପଣ ୫ ମିନିଟ ପର୍ଯ୍ୟନ୍ତ ଶେଯରେ ବସି ରୁହନ୍ତି । ତା ପରେ ହିଁ ପରିସ୍ରା କରନ୍ତୁ । କାରଣ ଶୋଇବା ସମୟରେ ଆମ ଶରୀରର ସକ୍ରିୟ ହୋଇ ରହିଥାଏ ଯଦି ଆମେ ହଠାତ ଉଠି ପରିସ୍ରା କରିବା ତା ହେଲେ ଆମ ଶରୀରରେ ହେଉଥିବା ରକ୍ତ ପ୍ରଭାବ ବଢି ଯାଇଥାଏ । ଏହା ଦ୍ଵାରା ଆମ ଶରୀରରେ ଥିବା ରକ୍ତ କଣିକା ଆମ ମସ୍ତିକରେ ଯାଇ ରହି ଯାଇଥାଏ ଓ ସଠିକ ଭାବରେ ସଞ୍ଚାଳିତ ହୋଇପାରେ ନାହିଁ । ଯାହାଦ୍ୱାରା ଆମକୁ ବ୍ରେନ ଷ୍ଟ୍ରୋକ ହେବାର ସମ୍ଭାବନା ରହିଥାଏ ।

ଆହୁରି ମଧ୍ଯ ଜାଣି ରଖନ୍ତୁ ଯେ, ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ରାତିରେ ବାରମ୍ବାର ପରିସ୍ରା ଯିବାକୁ ପଡିଥାଏ । ଏହାର ସବୁଠୁ ବଡ କାରଣ ଏହା ଯେ ଏହି ସମୟରେ ୟୁଟ୍ରସ ବଡ ହେବାକୁ ଲାଗେ, ଯାହା କାରଣରୁ ମୂତ୍ରାଶୟ ଉପରେ ଚାପ ପଡିଥାଏ । ତେଣୁ ଏହି ସମୟରେ ମହିଳାମାନଙ୍କୁ ବାରମ୍ବାର ପରିସ୍ରା ଯିବାକୁ ପଡିଥାଏ । ଯଦି ବିନା କୌଣସି ରୋଗରେ ଆପଣ ରାତିରେ ବାରମ୍ବାର ପରିସ୍ରା ଯାଉଛନ୍ତି ତେବେ ଏହା ଆପଣଙ୍କ ବୃକକ ଉପରେ ପ୍ରଭାବ ପକାଇଥାଏ ।

ପ୍ରକାଶ ଥାଉ ଯେ, ପଚାଶ ବର୍ଷ ପରେ ଅନେକ ଲୋକଙ୍କୁ ରାତି ଅଧରେ ଉଠି ପରିସ୍ରା (night time urine problem)କରିବା ଅଭ୍ୟାସ ହୋଇଯାଇଥାଏ । ଏହି ମାନେ ଅଧ ରାତିରେ ଦୁଇଥର ରୁ ଅଧିକ ବାର ଉଠନ୍ତି ତେବେ ନିଦ ଭଲ ହୁଏ ନାହିଁ ଓ ସେହି ମଣିଷର ଟେନସନ ବଢିଯାଏ , ସେ ମଣିଷ ଚିଡ ଚିଡା ସ୍ଵଭାବର ମଧ୍ୟ ହୋଇ ଯାଇଥାଏ ।

ମୂତ୍ର ରଙ୍ଗରୁ ଜାଣନ୍ତୁ ଶରୀରର ରୋଗ; ଏପରି ହିଁ ଜାଣିପାରେ ଆପଣ ସୁସ୍ଥ କି ଅସୁସ୍ଥ!

ଏହି ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ହାନିକାରକ କ୍ଷୀର,ନଚେତ ସିଧାସଳଖ ପଡିବେ ମୃତ୍ୟୁ ମୁଖରେ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)