Health & Lifestyle

ସୌନ୍ଦର୍ଯ୍ୟ ପାଇଁ ଅଲିଭ ଅଏଲ୍, ଆପଣ ଜାଣନ୍ତି କି ? ?

ଅଲିଭ ଅଏଲର ଗୋଟିଏ ନୁହେଁ ବହୁତ ପ୍ରକାରର ଉପକାରିତା ଥାଏ l ଏଥିରେ ଥିବା ଭିଟାମିନ-ଇ ବଢୁଥିବା ବୟସର ପ୍ରଭାବକୁ ହ୍ରାସ କରିଥାଏ ଓ ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମିରୁ ତ୍ୱଚାକୁ ରକ୍ଷା କରିଥାଏ l ଏହା ଆମ ତ୍ୱଚା ପାଇଁ ଏକ ମହୌଷଧୀର କାମ କରିଥାଏ l ଏହି ତେଲରେ ଆଣ୍ଟିଏଜିଙ୍ଗ୍ ଗୁଣ ରହିଥାଏ l

18 September, 2021 12:59 PM IST By: Sugyan Kumar Nayak

ଅଲିଭ ଅଏଲର ଗୋଟିଏ ନୁହେଁ ବହୁତ ପ୍ରକାରର ଉପକାରିତା ଥାଏ l ଏଥିରେ ଥିବା ଭିଟାମିନ-ଇ ବଢୁଥିବା ବୟସର ପ୍ରଭାବକୁ ହ୍ରାସ କରିଥାଏ ଓ ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମିରୁ ତ୍ୱଚାକୁ ରକ୍ଷା କରିଥାଏ l ଏହା ଆମ ତ୍ୱଚା ପାଇଁ ଏକ ମହୌଷଧୀର କାମ କରିଥାଏ l ଏହି ତେଲରେ ଆଣ୍ଟିଏଜିଙ୍ଗ୍ ଗୁଣ ରହିଥାଏ l

ଅଲିଭ ଅଏଲ ବ୍ୟବହାର କରିବାର ପ୍ରକ୍ରିୟା

ଯଦି ଆପଣମାନେ ଏହି ତେଲକୁ ସବୁଦିନ ଦେହରେ ଲଗାଇ ମାଲିଶ କରିବେ, ଏହା ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ସତେଜ ସୁନ୍ଦର ରଖିଥାଏ l

ଅଲିଭ ଅଏଲ ଓ ଗୋଲାପ ତୈଳର ମିଶ୍ରଣ

ଅଲିଭ ଅଏଲ ଓ ଗୋଲାପ ତୈଳକୁ ମିଶାଇ ଏହାକୁ ୧ଘଣ୍ଟା ପାଇଁ ଛାଡ଼ିଦିଅନ୍ତୁ l ଏହା ପରେ ଏକ ନରମ ତଉଲିଆରେ ପୋଛିଦିଅନ୍ତୁ l ଏହି ମିଶ୍ରଣ ଆପଣଙ୍କ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ l

ଅଲିଭ ଅଏଲ ଓ ଅଁଳା

ଆପଣ ଏହି ତେଲ ସହ ଅଁଳାକୁ ମଧ୍ୟ ମିଶ୍ରଣ କରି ଲଗାଇପାରିବେ l ଏହା ମଧ୍ୟ ଆପଣଙ୍କ ତ୍ୱଚାକୁ ସତେଜ ରଖିଥାଏ l ଏହି ମିଶ୍ରଣକୁ ବନାଇବା ପାଇଁ ଆପଣ ୧ଚାମଚ ଅଲିଭ ଅଏଲର କିଛି ବୁନ୍ଦା ଓ ଅଁଳାକୁ ମିଶାଇ  ମସାଜ କରନ୍ତୁ l ୧୫ ରୁ ୨୦ ମିନିଟ ରହିଲା ପରେ ଏହାକୁ ଧୋଇଦିଅନ୍ତୁ l

ଅଲିଭ  ଅଏଲ ଓ ନଡ଼ିଆ ତେଲ

ଅଲିଭ ଅଏଲ ଓ ନଡ଼ିଆ ତେଲକୁ ସମାନ ମାତ୍ରାରେ ନିଅନ୍ତୁ l ଏକାଠି ମିଶାନ୍ତୁ ଓ ନିଜ ତ୍ୱଚାରେ ଧୀରେ ଧୀରେ ମାଲିଶ କରନ୍ତୁ l ଏହା ତ୍ୱଚା ପାଇଁ ବହୁତ ଲାଭଦାୟକ ହୋଇଥାଏ l

ଅଲିଭ ଅଏଲ ଓ କଦଳୀର ମିଶ୍ରଣ

ଏହି ତେଲ ସହିତ ପାଚିଲା କଦଳୀକୁ ମିଶାଇ ଲଗାଇବା ଦ୍ଵାରା ଏହା ଆପଣଙ୍କ ବଢୁଥିବା ବୟସକୁ ଓ ସଙ୍କୁଚିତ ହେଉଥିବା ତ୍ୱଚାକୁ ଠିକ ରଖିଥାଏ l ଏହା କରିବା ପାଇଁ ଆପଣ କିଛି ପାଚିଲା କଦଳୀକୁ ତେଲ ସହ ମିଶେଇ ଏକ ପେଷ୍ଟ ତିଆରି କରନ୍ତୁ l ଏହାକୁ ମୁଁହ ଓ ବେକରେ ଲଗାଇ କିଛି ସମୟ ପରେ ଧୋଇଦିଅନ୍ତୁ  l ଏହା ଆପଣଙ୍କ ଚେହେରାକୁ ସୁନ୍ଦର ଓ ସତେଜ ରଖିଥାଏ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)