Health & Lifestyle

ମାରାତ୍ମକ କ୍ୟାନ୍ସର ରୋଗରୁ ବଞ୍ଚାଇବ ‘ପିଆଜ’

ପିଆଜ ଖାଇବାକୁ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗିଥାଏ । ପିଆଜ ପାଟି କି ଯେତିକି ସ୍ୱାଦିଷ୍ଟ ଲାଗିଥାଏ ତାହା ଶରୀର ପାଇଁ ମଧ୍ୟ ସେତିକି ହିତକାରୀ ସାବ୍ୟସ୍ତ କରେ ।

07 June, 2023 2:51 PM IST By: Tanushree Mahapatra

ପିଆଜ ଖାଇବାକୁ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗିଥାଏ । ପିଆଜ ପାଟି କି ଯେତିକି ସ୍ୱାଦିଷ୍ଟ ଲାଗିଥାଏ ତାହା ଶରୀର ପାଇଁ ମଧ୍ୟ ସେତିକି ହିତକାରୀ ସାବ୍ୟସ୍ତ କରେ । ଏହା ଶରୀରକୁ ଅନେକ ଫାଇଦା ଯୋଗାଇବା ସହ ଆପଣଙ୍କ ତ୍ୱଚାକୁ ମଧ୍ୟ ସୁନ୍ଦଟା କରିବାରେ ସାହାଯ୍ୟ କରେ । 

ନିଜର ତ୍ୱଚାର ଯତ୍ନ ନେବା କାହାକୁ ଭଲ ନ ଲାଗେ । ମହିଳା ହେଉ କି ପୁରୁଷ ସମସ୍ତଙ୍କୁ ନିଜ ତ୍ୱଚା ପାଇଁ ଅଧିକ ଯତ୍ନବାନ ହେବା ସଠିକ ଲାଗେ l ଯେଉଁଥିପାଇଁ ଅନେକ କିଛି ବ୍ୟବହାର କରିଥାନ୍ତି ତ୍ୱଚାରେ l ଖାଦ୍ୟ ଏବଂ ରହଣି ସହଣୀ ପାଇଁ ଶରୀରଏ ଅନେକ କିଛି ପରିବର୍ତ୍ତନ ହେଉଛି l ଯେଉଁଥିପାଇଁ ଚିନ୍ତିତ ଯୁବପିଢ଼ି l

ତେବେ ଆପଣମାନେ ଜାଣିଛନ୍ତି କି ପିଆଜ ମଧ୍ୟ ଆପାଣଙ୍କୁ ସାହାଯ୍ୟ କରିବା ଏ କ୍ଷେତ୍ରରେ l କାରଣ ପିଆଜରେ ରହିଛି ଭିଟାମିନ , ଏଣ୍ଟି- ଆଣ୍ଟିକ୍ସିଡେଣ୍ଟ l ପିଆଜରେ ଏଣ୍ଟିସେପ୍ଟିକ, ଏଟି- ବ୍ୟାକ୍ଟେରୀୟ ଏବଂ ଆଣ୍ଟି ଇଳ୍ପେମେଟରୀ ଗୁଣ ରହିଛି ଯାହା ତ୍ୱଚା ମଧ୍ୟରେ ସମସ୍ତ ସମସ୍ୟାକୁ ଦୂର କରିବା ସହ ତ୍ୱଚାକୁ ଆରାମ ପ୍ରଦାନ କରିଥାଏ । 

ପିଆଜ ହେଉଛି ଏକ ପ୍ରକାର ପରିବା କିମ୍ବା କଞ୍ଚା ମସଲା ଯାହା ଆମେ ସମସ୍ତେ ଅନେକ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିକରଣରେ ବ୍ୟବହୃତ କରିଥାଉ । ଏହାର ସ୍ୱାଦ ଯେକୌଣସି ଖାଦ୍ୟରେ ମିଶାଯାଏ ଏବଂ ଏହା ଖାଦ୍ୟର ସ୍ୱାଦ ମଧ୍ୟ ବଢ଼ାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି  କି ପିଆଜ କେବଳ ଖାଦ୍ୟର ସ୍ୱାଦକୁ ବଢାଏ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟ ଉପକାର ମଧ୍ୟ ଦେଇଥାଏ । ସେହିପରି ଡାକ୍ତରମାନଙ୍କ କହିବା ଅନୁଯାୟୀ, ପିଆଜ ଖାଇବା ଦ୍ୱାରା ମନୁଷ୍ୟ ଅନ୍ତନଳୀକୁ ପୋଷଣ ମିଳିଥାଏ । ଏହା ବ୍ୟତୀତ ଆପଣ ଯଦି ଗ୍ୟାସ, ପେଟ ସଫା ନ ହେବା କିମ୍ବା ଅନ୍ୟ କୌଣସି ସମସ୍ୟାରେ ପିଡିତ ଅଛନ୍ତି ତେବେ ଆପଣ ପିଆଜ ସେବନ କରିବା ନିହାତି ଆବଶ୍ୟକ ।

ଅନେକ ପରୀକ୍ଷା ପରେ ଜଣାପଡିଛି ନିୟମିତ ଭାବେ ପିଆଜ ଖାଇବା ଦ୍ୱାରା ଶରୀରରେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବା ସହିତ ଅନ୍ତନଳୀକୁ ସୁସ୍ଥ ରଖିବା ଏବଂ କର୍କଟ ଭଳି ଭୟଙ୍କ  ରୋଗ ହେବାର ଆଶଙ୍କା କମିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଖାଦ୍ୟରେ ପ୍ରତିଦିନ ପିଆଜ ବ୍ୟବହାର କରୁଛନ୍ତି ତେବେ ପିଆଜ ଘରକୁ ଆଣନ୍ତୁ ଯାହା ଶୁଖିଲା ଏବଂ ଶକ୍ତ ହୋଇଥିବ କାରଣ ଏହି ପିଆଜ ଅଧିକ ଉପକାରୀ । ପିଆଜର ଅଧିକ ଦିନ ସଞ୍ଚିତ କରି ରଖିବା ପାଇଁ ତାକୁ ଥଣ୍ଡା, ଶୁଖିଲା ଏବଂ ବାୟୁ ଚଳାଚଳ ସ୍ଥାନରେ ରଖିବା ପାଇଁ ଚେଷ୍ଟା କରନ୍ତୁ । ଯେଉଁ ବ୍ୟକ୍ତିଙ୍କର ଠାରେ ଆଂଠୁ ଓ ଗଣ୍ଠି ଦରଜ ସମସ୍ୟା ରହିଥିବ ତେବେ ସେମାନେ ପିଆଜ ରସକୁ ପ୍ରତିଦିନ ମାଲିସ କରିବା ଉଚିତ୍ । କାରଣ ଏଭଳି ପ୍ରତିଦିନ କରିବା ଦ୍ୱାରା ବହୁତ ଆରାମ ଅନୁଭବ ହୋଇଥାଏ । ଏହାସହିତ ଆପଣ ପିଆଜ ରସକୁ ସୋରିଷ ତେଲ ସହିତ ମିଶାଇ ମାଲିସ କରିବା ଦ୍ୱାରା ଆରମ ଲାଗିଥାଏ । ପିଆଜ ଅଧିକ ଗରମ ହୋଇଥାଏ । ଯଦି ଆପଣଙ୍କର ଶୀତଦିନେ ଲଗାତର ଭାବେ ଥଣ୍ଡା କାଶ ଲାଗି ରହେ ତେବେ ଆପଣ ଔଷଧ ରୂପେ ଏହାକୁ ବ୍ୟବହାର କରିପାରିବେ  ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)