Health & Lifestyle

Refreshing Drinks: ଖରାଦିନେ ଦେବ ଗଜବ ଫାଇଦା

ସୋଡ଼ା ସିକଞ୍ଜି ମଧ୍ୟ ପ୍ରସ୍ତୁତ କରି ଏହାକୁ ଲେମ୍ବୁ ପାଣି ସହିତ ପିଇପାରିବେ l ....

20 June, 2024 11:35 AM IST By: Tanushree Mahapatra

ଅନେକ ରାଜ୍ୟରେ ଲୋକମାନେ ଏହି ସମୟରେ ଉତ୍ତାପର ଶିକାର ହେଉଛନ୍ତି l ଘରୁ ବାହାରିବା ଏକ ପ୍ରକାର କଷ୍ଟକର ପାଠ ହୋଇପଡିଛି l କାରଣ ୪୦ ଡିଗ୍ରୀ ଉପରେ ରହୁଛି ଦିନ ତାପମାତ୍ରା l ଏହି ଋତୁରେ, ଲୋକମାନେ ନିଜ ଘରୁ ବାହାରକୁ ଆସିବା ଠାରୁ ଦୂରେଇ ରହିବାକୁ ପସନ୍ଦ କରୁଛନ୍ତି l

ଛୁଟିଦିନ ହେତୁ ଅନେକ ଲୋକ ଯାତ୍ରା କରିବାକୁ ମଧ୍ୟ ପସନ୍ଦ କରନ୍ତି l ଏହି ଋତୁରେ, କିଛି ଦେଶୀ ପାନୀୟ ଘେରାଉ ଆସୁଥିବା ଅତିଥିଙ୍କ ପାଇଁ ଲାଭଦାୟକ ହେବ ଏବଂ ସେମାନଙ୍କ ଶରୀର ମଧ୍ୟ ଥଣ୍ଡା ହୋଇଯିବ l ଏହି ପାନୀୟଗୁଡିକ ପିଇବା ଦ୍ୱାରା ସେମାନଙ୍କ ଶରୀରର ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ସଠିକ୍ ରହିବ ଏବଂ ଡିହାଇଡ୍ରେସନ୍ ହେବାର ଆଶଙ୍କା କମିଯିବ l

ଲେମ୍ବୁ ପାଣି ଗ୍ରୀଷ୍ମ ଋତୁରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଇପାରେ l ଲେମ୍ବୁ ପାଣିରେ ଭିଟାମିନ୍ ସି ସହିତ ଭଲ ପରିମାଣର ପୋଷକ ତତ୍ତ୍ୱ ରହିଥାଏ l ଯାହା ଶରୀରର ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନକୁ ସେବାକୁ ଉନ୍ନତ କରିଥାଏ l ଏହି ଲେମ୍ବୁ ପାଣି ଶରୀରକୁ ଶକ୍ତି ଯୋଗାଇଥାଏ ଗ୍ରୀଷ୍ମ ଋତୁର ଗରମରୁ ରକ୍ଷା ପାଇବା ପାଇଁ l ଆପଣ ସୋଡ଼ା ସିକଞ୍ଜି ମଧ୍ୟ ପ୍ରସ୍ତୁତ କରି ଏହାକୁ ଲେମ୍ବୁ ପାଣି ସହିତ ପିଇପାରିବେ l ଗ୍ରୀଷ୍ମ ଋତୁରେ ଥଣ୍ଡା ଅନୁଭବ କରିପାରିବେ ଏହା ସେବନ କରିବା ପରେ l ଏହା ବ୍ୟତୀତ ଗ୍ରୀଷ୍ମ ଋତୁରେ ଆପଣ ବଟର କ୍ଷୀର ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ l ଲୁଣ କିମ୍ବା ଚିନି ସହିତ ମିଶ୍ରିତ ବଟରମିଲ୍କ ପିଇବା ଦ୍ୱାରା ଆପଣଙ୍କ ଶରୀରକୁ ଆଶ୍ଚର୍ଯ୍ୟଜନକ ଲାଭ ଦେଇପାରେ ଏହା  l ବଟରମିଲ୍କ ଗ୍ରୀଷ୍ମ  ଋତୁରେ  ସ୍ୱାସ୍ଥ୍ୟ ପାଇଁ ଏକ ଖୁବ ଉପକାରୀ ଡ୍ରିଂକ୍ସ ବୋଲି ପ୍ରମାଣ କରିପାରେ l

ତେବେ ଡାଏଟିଟିସିଆନଙ୍କ କହିବାନୁସାରେ, ଗ୍ରୀଷ୍ମ ଋତୁରେ ସତ୍ତୁରେ ପ୍ରସ୍ତୁତ ଶାରବତ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଇପାରେ l ଯଦି ଆପଣ ସତ୍ତୁକୁ ପାଣିରେ ମିଶାଇ ସେଥିରେ କିଛି ଚିନି ମିଶାନ୍ତି, ତେବେ ଆପଣ ସତ୍ତୁ ସରବତ କରି ପିଇ ପାରିବେ l ଏହି ସରବତ ଆପଣଙ୍କ ଶରୀରକୁ ଅତ୍ୟଧିକ ଉତ୍ତାପରେ ମଧ୍ୟ ଥଣ୍ଡା ରଖିପାରେ ସହାୟକ ହେବ l ଏହା ବ୍ୟତୀତ, ଉତ୍ତାପରୁ ମୁକ୍ତି ପାଇବା ପାଇଁ, ଆପଣ ଆମ୍ ପନ୍ନା ମଧ୍ୟ କରି ଅତିଥିମାନଙ୍କୁ ଖୁସି କରିପାରିବେ ଏହି ଗ୍ରୀଷ୍ମଦିନରେ l ଆମ୍ବ ରସରେ ଜିରା, ପୁଦିନା ପତ୍ର, ଲୁଣ ଏବଂ ଅନ୍ୟାନ୍ୟ ଜିନିଷ ମିଶାଇ ଆମ୍ ପନ୍ନା ପ୍ରସ୍ତୁତ କରାଯାଇଥାଏ l ଏହା ଆପଣଙ୍କୁ କେବଳ ଗ୍ରୀଷ୍ମ ଋତୁରେ ସତେଜ ରଖେ ନାହିଁ, ବରଂ ସୂର୍ଯ୍ୟକିରଣରେ ଆପଣଙ୍କୁ ପୂର୍ଣ୍ଣ ଶକ୍ତି ମଧ୍ୟ ପ୍ରଦାନ କରିଥାଏ l

ଖରାଦିନରେ ସାଧାରଣତଃ ଅଧିକାଂଶ ଅମକୁ ଶୋଷ ଲାଗିଥାଏ। ଯାହା ବିଭିନ୍ନ ପ୍ରକାରର ଖାଦ୍ୟଦ୍ରବ୍ୟ ଯୋଗୁଁ ମଧ୍ୟ ଶରୀର ଉପରେ କୁ ପ୍ରଭାବ ପକାଇଥାଏ । ଏହି ଦିନରେ ପେଟ ଥଣ୍ଡା ରହିବା ନିତ୍ୟାନ୍ତ ଆବଶ୍ୟକ ନଚେତ ଶରୀର ଖରାପ ହେବାର ମଧ୍ୟ ସମ୍ଭାବନା ରହିଛି l ଏହିଭାଲିଆ ପାନୀୟ କରି ଘରେ ସେବନ କଲେ ପେଟ ଥଣ୍ଡା ରହିବା ଦ୍ୱାରା ପେଟ ଜନିତ ସମସ୍ୟା ମଧ୍ୟ ଦୂର ହେବ । ଅନ୍ୟପଟେ ହଜମ ସୂଚାରୁ ରୂପେ ମଧ୍ୟ ହୋଇଥାଏ ଆପଣଙ୍କର ।

ଅଧିକ ପଢ଼ନ୍ତୁ

ଖରିଫ ଫସଲର MSP ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରି

ମଧ୍ୟପ୍ରଦେଶ ଦେୱାସରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜିତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)