କମ୍ ଖାଆନ୍ତୁ, ପ୍ରତ୍ୟେକ ଦିନ କିଛି ନା କିଛି ବ୍ୟାୟାମ କରନ୍ତୁ, ମନୋବଳ ଓ ରୋଗ ପ୍ରତିରୋଧକ ଶକ୍ତିକୁ ପାହାଡ଼ଠାରୁବି ଉଚ୍ଚ ସ୍ତରକୁ ନିଅନ୍ତୁ । ସାମାଜିକ ଦୂରତା ରକ୍ଷା କରି ଲକ୍ଡାଉନ୍ ବେଳେ ଯଥା ସମ୍ଭବ ଖୁସି ଓ ଶାନ୍ତ ରୁହନ୍ତୁ, ଧୈର୍ଯ୍ୟବାନ ହୁଅନ୍ତୁ । ଯୋଗ, ପ୍ରାଣାୟମ କରନ୍ତୁ, ପରିବାର ସହ ସମୟ କଟାଇବାର ଭଲ ସୁଯୋଗ ଥିବାରୁ ଏହାକୁ ହାତଛଡ଼ା କରନ୍ତୁ ନାହିଁ ।
ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ, ଦୁନିଆରେ ସବୁଠାରୁ ସାଧାରଣ ରୋଗ ହେଉଛି ଚିନ୍ତା ଏବଂ ଅସ୍ଥିରତା । ଯାହାକୁ ଏନ୍ଜାଇଟି ମଧ୍ୟ କୁହାଯାଏ । ସୂଚନା ଅନୁଯାୟୀ, ବର୍ତ୍ତମାନ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ନିୟମିତ ବ୍ୟାୟାମ କରିବା ଏନ୍ଜାଇଟିକୁ ରୋକିବାରେ ସାହାଯ୍ୟ କରିଥାଏ । ଅଧ୍ୟୟନ ଅନୁଯାୟୀ, ବ୍ୟାୟାମ ମାଧ୍ୟମରେ ଏନ୍ଜାଇଟି ବିପଦକୁ ରୋକାଯାଇପାରିବ ।
ଆପଣ ମାନେ ତ ଜାଣନ୍ତି କି ଆଜିର ସମୟରେ ସାରା ବିଶ୍ୱ କରୋନା ମହାମାରୀ ଭଳି ରୋଗରେ ଆକ୍ରାନ୍ତ । ଏହି ଭୂତାଣୁ ଏବେ ସାରା ବିଶ୍ୱକୁ କବଳିତ କରିଛି ଯେଉଁଥିପାଇଁ ଲୋକମାନେ ହାହାକାର ଚିକ୍ତାର କରୁଛନ୍ତି । ଏହି ମହାମାରୀ ଏତେ ଭୟଙ୍କର କି ଏହା ଯୋଗୁଁ ଅନେକ ଲୋକମାନେ ମୃତ୍ୟୁ ବରଣ କରିଛନ୍ତି ଏବଂ କରୁଛନ୍ତି ମଧ୍ୟ । ଏହା ଜଣକ ପାଖରୁ ଅନ୍ୟ ଜଣେ ବ୍ୟକ୍ତିର ଶରୀରକୁ ଅତି ସହଜରେ ବ୍ୟାପିଥାଏ । ବିଶେଷ କରି ଏହା ମନୁଷ୍ୟ ଶରୀର ଫୁସଫୁସକୁ ଅଧିକ ପ୍ରଭାବିତ କରିଥାଏ ଏବଂ ଫୁସଫୁସକୁ ଦୁର୍ବଳ କରିଦେବା ସହିତ ମନୁଷ୍ୟର ମୃତ୍ୟୁ ହୋଇଥାଏ ।
ଆଜକୁ ପ୍ରାୟ ଦୁଇ ବର୍ଷ ଧରି ଏହି ମହାମାରୀ ଲୋକମାନଙ୍କୁ କବଳିତ କରିଛି , ଗତ ବର୍ଷଠାରୁ ଏହି ମହାମାରୀରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରିଛନ୍ତି । ଏହା ପର୍ଯ୍ୟାୟ କ୍ରମେ ଲୋକମାନଙ୍କ ସଂକ୍ରମିତ କରିଥାଏ , ପ୍ରଥମ ପର୍ଯ୍ୟାୟରେ ଲୋକମାନେ ଯେତେ ସଂକ୍ରମିତ ହୋଇଥିବେ ମାତ୍ର ଏହାର ଦ୍ୱିତୀୟ ପର୍ଯ୍ୟାୟରେ ଲୋକମାନେ ଅଧିକ ସଂକ୍ରମିତ ହୋଇଛନ୍ତି । ଧୀରେ ଧୀରେ ଏହା କମିବା ପରିବର୍ତ୍ତେ ତାହାର ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ଏହା ପାଇଁ ଲୋକମାନେ ଏତେ ଦୁଃଖ , କଷ୍ଟ ,ସହ୍ୟ କରୁଛନ୍ତି ଯାହା କଳ୍ପନା କରିବା ଅସମ୍ଭବ ।
ଏହି ମହାମାରୀ ଲୋକମାନଙ୍କର ଫୁସଫୁସକୁ ସଂପୂର୍ଣ୍ଣ ରୂପରେ ନଷ୍ଟ କରିଦେଉଛି । ଆପଣ ମାନେ ଯଦି କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ତେବେ ଆକ୍ରାନ୍ତ ହେବାର 8 ରୁ 14 ଦିନ ମଧ୍ୟରେ ଏହା ଫୁସଫୁସ ଉପରେ ପ୍ରଭାବ ପକାଇଥାଏ । ଯଦି ଆପଣ ମାନେ ତାହାକୁ ରୋକିବା ପାଇଁ ଚାହିଁଛନ୍ତି ତେବେ ପ୍ରତ୍ୟେକ ଦିନ ବ୍ୟାୟାମ କରନ୍ତୁ , ଏହା ସହିତ ୱାଲକ ଟେଷ୍ଟ ନାମକ ଗୋଟିଏ ବ୍ୟାୟାମକୁ ମଧ୍ୟ ପ୍ରତ୍ୟେକ ଦିନ 6 ମିନିଟ ଲେଖାଁଏ କରନ୍ତୁ ।