Health & Lifestyle

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ସଢା କଦଳୀ, କ୍ୟାନ୍ସର ରୋଗରୁ ଦିଏ ମୁକ୍ତି

ଘରେ ସଢି ଯାଇଥିବା କଦଳୀ (Roasted bananas) ବେଶୀ ଦିନ ରଖାଯାଏ ନାହି । ଏହାକୁ ସାଧାରଣତଃ ଫିଙ୍ଗି ଦିଆଯାଇଥାଏ । କିନ୍ତୁ ବହୁତ କମ ଲୋକମାନେ ଜାଣିଥିବେ ସଢିଯାଇଥିବା କଦଳୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।

29 January, 2022 4:18 PM IST By: Sudesna Nayak

ପ୍ରାୟତଃ ଯେତେବେଳେ ଆପଣମାନେ ବଜାରରୁ କଦଳୀ (Banana) ଆଣନ୍ତି, ତାହା ଦିନେ କିମ୍ବା ଦୁଇ ଦିନ ରହିଲା ପରେ ସଢି ଯାଇଥାଏ । ତାହା ଉପରେ କଳା ଦାଗ ଦେଖାଦେଇଥାଏ । ତେଣୁ ତାହାକୁ ଆମେମାନେ ଖରାପ ଭାବି ଫିଙ୍ଗିଦେଇଥାଉ, କିନ୍ତୁ ଆପଣମାନେ ଜାଣନ୍ତି କି ଯାହାକୁ ଆପଣମାନେ ପ୍ରକୃତରେ ଖରାପ ଭାବନ୍ତି ତାହା ଆପଣମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଘରେ ସଢି ଯାଇଥିବା କଦଳୀ (Roasted bananas) ବେଶୀ ଦିନ ରଖାଯାଏ ନାହି । ଏହାକୁ ସାଧାରଣତଃ ଫିଙ୍ଗି ଦିଆଯାଇଥାଏ । କିନ୍ତୁ ବହୁତ କମ ଲୋକମାନେ ଜାଣିଥିବେ ସଢିଯାଇଥିବା କଦଳୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।

କଦଳୀରେ ପୋଟାସିୟମ୍ ଏବଂ ଭିଟାମିନ୍ ପ୍ରଚୁର ମାତ୍ରାରେ ଥାଏ । ଏହାଛଡ଼ା ଅନେକ ପ୍ରକାରର ପୋଷକ ତତ୍ତ୍ଵ ରହିଥାଏ, ଯାହା ଶରୀର ପାଇଁ ଅତ୍ୟନ୍ତ ଜରୁରୀ । କଦଳୀ ଖାଇବା ଏହାର ଗୁଣର ପରିମାଣ ସାଧାରଣ ଅପେକ୍ଷା ଅନେକ ଗୁଣ ବଢାଇଥାଏ । ତେବେ ଚାଲନ୍ତୁ ଆଜି ହିଁ ଜାଣିବା ଏହାର ଫାଇଦା ବିଷଯରେ ...

କିପରି ଜାଣନ୍ତୁ …

-ସଢିଯାଇଥିବା କଦଳୀ (Roasted bananas)ଖାଇବା ଏହାର ଗୁଣର ପରିମାଣ ସାଧାରଣ ଅପେକ୍ଷା ଅନେକ ଗୁଣ ବଢାଇଥାଏ । କେବଳ ଏତିକି ନୁହେଁ, ସଢିଯାଇଥିବା କଦଳୀ ଖାଇବା ଦ୍ୱାରା କ୍ୟାନ୍ସର ରୋଗର ଆଶଙ୍କା କମ ରହିଥାଏ ।

-ଯଦି ଆପଣଙ୍କର ଉଚ୍ଚ ରକ୍ତଚାପର ସମସ୍ୟା ଅଛି, ତେବେ ଆପଣ ମଧ୍ୟ ସଢିଯାଇଥିବା କଦଳୀ ଖାଇବା ଉଚିତ୍ ଅଟେ

-ସଢି ଯାଇଥିବା କଦଳୀ (Roasted bananas)ରେ ମିଳୁଥିବା ଉପାଦାନଗୁଡ଼ିକ ଆପଣମାନଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଯେଉଁଥିପାଇଁ ଆପଣଙ୍କୁ ଅନେକ ରୋଗରୁ ରକ୍ଷା ମିଳିଥାଏ ।

-ଆହୁରି ମଧ୍ୟ ସଢିଯାଇଥିବା କଦଳୀ (Roasted bananas)ଖାଇବା ଆପଣମାନଙ୍କ ଆମ୍ନେସିଆକୁ ବହୁ ପରିମାଣରେ ଭଲ କରିଥାଏ ।

-ସଢି ଯାଇଥିବା କଦଳୀ (Roasted bananas)ଆପଣମାନଙ୍କ ସ୍ମୃତି ଶକ୍ତିକୁ ତୀକ୍ଷ୍ଣ କରିବାରେ ସହାୟକ ହୋଇଥାଏ ।

କିନ୍ତୁ ୟୁନାଇଟେଡ୍ ନେସନ୍‌ର ଏକ ସଂସ୍ଥାପ ଇଣ୍ଟରନ୍ୟାସନାଲ୍ ଫଣ୍ଡ ଫର୍ ଏଗ୍ରିକଲଚର୍ ଡେଭଲପ୍‌ମେଣ୍ଟ (ଆଇଏଫଏଡି) ସଢ଼ା କବଳୀର ଚମତ୍କାରୀ ଗୁଣ ସମ୍ପର୍କରେ ପ୍ରକାଶ କରିଛନ୍ତି । ଆଇଏଫ୍ଏହି ମତରେ, ସଢ଼ା କଦକୀରେ ଟ୍ରିପ୍ଟୋଫାନ୍ ପ୍ରଚୁର ମାତ୍ରାରେ ଥାଏ । ଏହା ଅବସାଦ ଏବଂ ଭୟକୁ ଜମ୍ କରିଥାଏ । ଏହାବ୍ୟତୀତ ସଢ଼ା କଦଳୀ ପୋଷକ ଦୂର ଗନ୍ତାଘର । ତେଣୁ ଏହାକୁ ପାଉଁରୁଟି କିମ୍ବା ମିଲ୍କସେକ୍ ତିଆରି ପାଇଁ ବ୍ୟବହାର କରାଯାଏ

କ୍ୟାନ୍‌ସର ଓ ଡାଇବେଟିସ୍‌ରୁ ମୁକ୍ତି ଦେବ ଡାଲଚିନି ମିଶା କ୍ଷୀର

ଶୀତଦିନରେ ଖାଆନ୍ତୁ ‘କୋଳଥ ଡାଲି’,ବଡ ବଡ ରୋଗରୁ ମିଳିବ ମୁକ୍ତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)