Health & Lifestyle

ସେବତୀ ଫୁଲର ଅନେକ ଉପକାରୀ ଗୁଣ ଏବଂ ଫାଇଦା

ସେବତୀ ଦେଖିବାକୁ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ। ଏହା ଦେଖିବାକୁ ଗେଣ୍ଡୁଫୁଲ ଭଳି ଏବଂ ହଳଦୀ ରଙ୍ଗର ହୋଇଥାଏ । ଏହାକୁ ଆପଣ ନିଶ୍ଚିତ ଦେଖିଥିବେ। ଏହି ଫୁଲ ପୂଜା ରୁ ଆରମ୍ଭ କରି ଘର ସଜାଇବା ଏବଂ ଅନେକ ବାହାଘର କିମ୍ବା ଅନ୍ୟାନ୍ୟ କାମ ରେସି ଲାଗିଥାଏ l ଏହା ଶୀତ ଦିନରେ ଅଧିକ ଫୁଟିଥାଏ l

08 December, 2022 12:22 PM IST By: Tanushree Mahapatra

ସେବତୀ ଦେଖିବାକୁ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ। ଏହା ଦେଖିବାକୁ ଗେଣ୍ଡୁଫୁଲ ଭଳି ଏବଂ ହଳଦୀ ରଙ୍ଗର ହୋଇଥାଏ  । ଏହାକୁ ଆପଣ ନିଶ୍ଚିତ ଦେଖିଥିବେ। ଏହି ଫୁଲ ପୂଜା ରୁ ଆରମ୍ଭ କରି ଘର ସଜାଇବା ଏବଂ ଅନେକ ବାହାଘର କିମ୍ବା ଅନ୍ୟାନ୍ୟ କାମ ରେସି ଲାଗିଥାଏ l  ଏହା ଶୀତ ଦିନରେ ଅଧିକ ଫୁଟିଥାଏ  l ଚାଷ କରିବା ସହିତ ଏହାକୁ ଲୋକ ମାନେ ଘରେ ଲଗାଇବାକୁ ମଧ୍ୟ ପସନ୍ଦ କରନ୍ତି l   ଏହାର ଅନେକ ଉପକାରୀ ଗୁଣ ଏବଂ ଫାଇଦା ରହିଛି ।

ଯାହା ଜାଣିଲେ ଆପଣ ମଧ୍ୟ ଏହାର ବ୍ୟବହାର କରି ଫାଇଦା ନେଇ ପାରିବେ l ଏହି ଫୁଲକୁ ସ୍କିନରେ ବାହାରୁଥିବା ବ୍ରଣ ଏବଂ ଡ୍ରାଏ ସ୍କିନରେ ଲଗାଇଲେ ଫାଇଦା ମିଳିଥାଏ । ଏହା ସହିତ ସେବତୀ ମଧ୍ୟ କେଶ ପାଇଁ ବହୁତ ଉପକାରୀ ହୋଇଥାଏ ।  ଏହି ଗଛକୁ ଆପଣ ବହୁତ କମ୍‌ ଜାଗାରେ ଲଗାଇପାରିବେ। ଏହାକୁ କୌଣସି ନର୍ସରୀକୁ କିଣି ଆପଣ ଘରେ ଲଗାଇପାରିବେ ।

କେଶ ମଣିଷ ଶରୀରର ସୁନ୍ଦରତା ବଢାଇଥାଏ । ଆଉ ଆଜିକାଲି କେଶ ସମସ୍ୟା ସମସ୍ତଙ୍କର ରହିଛି  l  ଏବେ ପ୍ରତ୍ୟେକ ବ୍ୟକ୍ତି ନିଜ କେଶ ପାଇଁ ବିଭିନ୍ନ ପ୍ରକାରର ମହଙ୍ଗା ପ୍ରସାଧନ ସାମଗ୍ରୀ ବଜାରରୁ କିଣୁଛନ୍ତି । ହେଲେ କିଛି ଫାଇଦା ମିଳୁନାହିଁ। କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ, ସେବତୀ ଫୁଲକୁ ସପ୍ତାହକୁ ୨ ଥର ନିଜ କେଶରେ ଲଗାଇଲେ ଫାଇଦା ମିଳିଥାଏ । କେଶ ଝଡିବା ସାଧାରଣ ସମସ୍ୟା। କେଶ ଧଳା ହେବା, ରୂପି, ଚନ୍ଦାପଣ ଦୂର କରିବା ପାଇଁ ଏହାକୁ ମଧ୍ୟ  ବ୍ୟବହାର କରିପାରିବେ। ବିଶେଷଜ୍ଞଙ୍କ କହିବାନୁଯୟୀ, କେଶର ସମସ୍ତଙ୍କ ପ୍ରକାର ସମସ୍ୟାର ଥାଇରଏଡ ଗ୍ରନ୍ଥି ସହିତ ଜଡିତ ରହିଛି । ଏଥିରୁ ନିର୍ଗତ ହେଉଥିବା ଥାଇରାଏଡ ହରମୋନ ଏହିସବୁ ସମସ୍ୟାକୁ ଉତ୍ପନ୍ନ କରିଥାଏ । ତେବେ ଆପଣ ସେବତୀ ବ୍ୟବହାର କରିବା ଦ୍ୱାରା ଏହା ଠାରୁ କିଛି ମାତ୍ରାରେ ଦୁରକୁ ଯାଇ ପାରିବେ l

ସେବତୀ ( Sebati flower ) ଫୁଲକୁ କ୍ୟାଲେଣ୍ଡୁଲା ବା ପଟ୍‌ ମାରିଗୋଲ୍ଡ ବୋଲି କୁହାଯାଏ। ଏହାର ଫୁଲ ପ୍ଲାବୋନଏଡସରେ ଭରପୂର ରହିଥାଏ। ତେଣୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରାଯାଏ। ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଚିନ୍ତିତ ଥିଲେ ଏହି ଫୁଲକୁ ବ୍ୟବହାର କରିପାରିବେ। ଜ୍ୱର, ମାଂସପେଶୀରେ ଯନ୍ତ୍ରଣା ଏବଂ ଗଳା ଖରାପ ଥିଲେ ଏହାକୁ ବ୍ୟବହାର କରିପାରିବେ। କେଶ ଝଡିବା ସମସ୍ୟା ବ୍ୟତୀତ ତ୍ୱଚା ସମସ୍ୟା, ବ୍ରଣ ଏବଂ ଆକ୍ନେ ଦୂର କରିଥାଏ ସେବତୀ।

ସେବତୀ ଫୁଲ ସ୍କିନ୍‌ ପାଇଁ ( skin moisturiser ) ମଶ୍ଚରାଇଜର ପରି କାମ କରିଥାଏ ଏବଂ ଏହା ମଧ୍ୟ ୟଙ୍ଗ୍‌ ଲୁକ୍‌ ଦେଇଥାଏ। ଏଥିପାଇଁ ଏହି ଫୁଲକୁ ଗ୍ରାଇଣ୍ଡିଂ କରି ସେଥିରେ ଅଧାଚାମଚ ମହୁ ମିଶାଇ ପ୍ରତିଦିନ ମୁହଁରେ ଲଗାନ୍ତୁ । ଆଖିତଳେ ଡାର୍କ ସର୍କଲ କିମ୍ବା କୌଣସି ଚିହ୍ନ ଦାଗ ଥିଲେ ପ୍ରତିଦିନ ସେବତୀ ଫୁଲକୁ ବ୍ୟବହାର କରିପାରିବେ।  ସେବତୀ ଫୁଲକୁ ଆପଣ କୌଣସି ବି ଉପାୟରେ ସ୍କିନ୍‌ରେ ଖୁବ୍‌ ସହଜରେ ବ୍ୟବହାର କରିପାରିବେ, ଯାହା ମୁଖବ୍ରଣ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ସେବତୀ ଫୁଲ ରସ ୪ ଚାମଚ ଓ ସେଥିରେ କେଇବୁନ୍ଦା ମହୁ, ଲେମ୍ବୁ ମିଶାନ୍ତୁ। ଏବେ ଏହାକୁ ପ୍ରତିଦିନ ମୁହଁରେ ଲଗାନ୍ତୁ। କିଛିଦିନ ପରେ ଦେଖିବେ ମୁହଁରେ ଥିବା ଦାଗ ଦୂର ହୋଇ ଆପଣ ସୁନ୍ଦର ଦେଖାଯିବେ।

ବିଲାତି ଚାଷ କରି ୫ ମହିଳା ଲକ୍ଷପତି,ଜାଣନ୍ତୁ...

ପାକଶାଲା ବଗିଚା ପାଇଁ " ହାଣ୍ଡି ଔଷଧ "

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)