ବ୍ୟସ୍ତବହୁଳ ଜୀବନରେ ଜଣେ ସୁସ୍ଥ ରହିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣେଇବାକୁ ଇଛା କରୁଛି । ସୁଷମ ଖାଦ୍ୟ ଖାଇବା ସହିତ ପୃଷ୍ଟିକର ଖାଦ୍ୟ ମଧ୍ୟ ସେବନ କରୁଛନ୍ତି ଯୁବପିଢ଼ି । ଯେଉଁଥିରେ ସବୁଜ ପନିପରିବା ସହିତ ଗ୍ରୀନ୍ ମଟର ଶୀତ ଦିନରେ ଅଧିକ ଖାଇଥାନ୍ତି । କାରଣ ଗ୍ରୀନ୍ ମଟରରେ ଅଧିକ ପ୍ରୋଟିନ୍ ,ଭିଟାମିନ-ଡି ଓ ଫାଇବର ପ୍ରଚୁର ପରିମାଣରେ ଥାଏ। ଯାହା ଶରୀରକୁ ସୁସ୍ଥ ରଖିଥାଏ ଏବଂ ଶକ୍ତି ମଧ୍ୟ ଯୋଗାଇଥାଏ । କିନ୍ତୁ ଗ୍ରୀନ୍ ମଟର ଖାଇବାକୁ ବାରଣ କରାଯାଏ କିଛି ବ୍ୟକ୍ତିଙ୍କୁ । କାରଣ ମଟର ତାଙ୍କ ଶରୀର ପାଇଁ ସଠିକ ହୋଇନଥାଏ l
ଗ୍ରୀନ୍ ମଟରରେ ପ୍ରୋଟିନ ରହିଥାଏ। ଯାହା କିଡନୀ ସଂକ୍ରମଣ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ତେଣୁ କିଡନୀ ରୋଗରେ ପିଡିତ ଥିବା ଅଧିକ ଖାଇବା ଉଚିତ୍ ନୁହେଁ। ସ୍ୱଳ୍ପ ମାତ୍ରାରେ ଖାଆନ୍ତୁ। ନଚେତ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଯେଉଁ ବ୍ୟକ୍ତିଙ୍କର ଏସିଡିଟି, ପେଟ ଜନିତ ସମସ୍ୟା, ସେମାନେ ଗ୍ରୀନ୍ ମଟର ଖାଆନ୍ତୁ ନାହିଁ। କାରଣ ଗ୍ରୀନ୍ ମଟରରେ ଥିବା ପୋଷକ ତତ୍ତ୍ୱ ସହଜରେ ହଜମ ହୁଏ ନଥାଏ । ଯାହା ଫଳରେ ଏହା ପେଟ ଜନିତ ସମସ୍ୟାକୁ ଅଧିକ କରିଥାଏ l ଏସିଡିଟି କିମ୍ବା ପେଟ ଜନିତ ସମସ୍ୟା ଥିବା ବ୍ୟକ୍ତି ଗ୍ରୀନ୍ ମଟର ଆଦୌ ଖାଆନ୍ତୁ ନାହିଁ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗ୍ରୀନ୍ ମଟରରେ ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟ୍ ରହିଥାଏ । ଯାହା ଓଜନ ବୃଦ୍ଧି କରିଥାଏ । ଯେଉଁ ବ୍ୟକ୍ତିଙ୍କର ଓଜନବୃଦ୍ଧି ସମସ୍ୟା ରହିଛି, ସେମାନେ ଖାଇବା ଅନୁଚିତ୍ ।
ଗ୍ରୀନ୍ ମଟରରେ ରହିଛି ପ୍ରୋଟିନ୍, ଆମିନୋ ଏସିଡ୍, ଭିଟାମିନ୍-ଡି l ଫାଇବର ମଧ୍ୟ ଭରପୁର ମାତ୍ରାରେ ରହିଥାଏ । ଏହାକୁ ସେବନ କରିବା ଦ୍ୱାରା ଶରୀରରେ ୟୁରିକ୍ ଏସିଡ ସ୍ତର ବୃଦ୍ଧି ପାଇଥାଏ । ହାଇ ୟୁରିକ୍ ଏସିଡରେ ପିଡିତ ଥିବା ବ୍ୟକ୍ତି ଆଦୌ ଖାଇବା ଉଚିତ୍ ନୁହେଁ ।
Read more