Health & Lifestyle

ଅଁଳାରେ ପୁଣି ଏମିତି ଗୁଣ… ଏବେ ଜାଣନ୍ତୁ

ଭିଟାମିନ୍-ସିରେ ଭରପୂର ଅଁଳା ପ୍ରତ୍ୟେକ ସମୟରେ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହା କେବଳ ଆଖି, କେଶ ଏବଂ ଚର୍ମ ପାଇଁ ଲାଭ ଦେଇନଥାଏ, ବରଂ ଏହାର ଅନ୍ୟାନ୍ୟ ଅନେକ ଲାଭ ମଧ୍ୟ ଅଛି, ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

27 July, 2021 11:08 AM IST By: Sugyan Kumar Nayak

ଭିଟାମିନ୍-ସିରେ ଭରପୂର ଅଁଳା ପ୍ରତ୍ୟେକ ସମୟରେ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହା କେବଳ ଆଖି, କେଶ ଏବଂ ଚର୍ମ ପାଇଁ ଲାଭ ଦେଇନଥାଏ, ବରଂ ଏହାର ଅନ୍ୟାନ୍ୟ ଅନେକ ଲାଭ ମଧ୍ୟ ଅଛି, ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଅଁଳା ସାଧାରଣତଃ ଆଚାର କିମ୍ବା ଚଟଣି ଭାବରେ ବ୍ୟବହୃତ ହୁଏ, କିନ୍ତୁ ଏହାକୁ ବିଭିନ୍ନ ଉପାୟରେ ଖାଇବା ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ । ଆସନ୍ତୁ ଜାଣିବା ‍ଅଁଳା ଶରୀର ପାଇଁ କେତେ ଉପକାରୀ ହୋଇଥାଏ।

ମଧୁମେହ ରୋଗୀମାନଙ୍କ ପାଇଁ ‍ଅଁଳା ବହୁତ ଉପଯୋଗୀ । ଯଦି ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତି ପ୍ରତିଦିନ ମହୁ ସହିତ ଅଁଳା ରସ ମିଶାଇ ସେବନ କରିଥା’ନ୍ତି, ତେବେ ରୋଗରୁ ମୁକ୍ତି ମିଳିଥାଏ । ‍ଅଁଳା ଆଖି ପାଇଁ ଅମୃତ ପରି କାମ କରିଥାଏ, ଏହା ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ଏଥି ପାଇଁ ପ୍ରତିଦିନ ମହୁ ସହିତ ଏକ ଚାମଚ ‍ଅଁଳା ପାଉଡର ମିଶାଇ ଗ୍ରହଣ କଲେ ଲାଭ ମିଳିଥାଏ ଏବଂ ମୋତିଆ ବିନ୍ଦୁ ସମସ୍ୟା ମଧ୍ୟ ଶେଷ ହୁଏ । ଏହା ଛଡା ‍ଅଁଳା ଚୂର୍ଣ୍ଣକୁ ରାତି ତମାମ ପାଣିରେ ବତୁରାଇ ସେହି ପାଣିରେ ଚକ୍ଷୁ ପ୍ରକ୍ଷାଳନ କଲେ ଚକ୍ଷୁରୋଗରେ ବିଶେଷ ଉପକାର ମିଳିଥାଏ। ‍ଅଁଳା ଫଳ ଏକ ଭାଗକୁ ଚାରି ଭାଗ କ୍ଷୀରରେ ସିଝାଇ ଚଉଦରୁ ଅଠେଇଶି ମି.ଲି ମାତ୍ରାରେ ଗାଈଘିଅ ସହିତ ପ୍ରତ୍ୟହ ଦୁଇଥର ଲେଖାଁଏ ସେବନ କଲେ ପୁରାତନ କାଶ (ଜୀର୍ଣ୍ଣ କାଶ) ଉପଶମ ହୁଏ। ସର୍ଦ୍ଦି ଓ ସ୍କର୍ଭି ରୋଗରେ ତାଜା ‍ଅଁଳା ଫଳ ସେବନ କଲେ ବିଶେଷ ଲାଭ ମିଳିଥାଏ। ଜ୍ୱରରୁ ମୁକ୍ତି ପାଇବା ପାଇଁ ‍ଅଁଳା ରସକୁ ଛୁଙ୍କ କରି ସେବନ କଲେ ତୁରନ୍ତ ଉପଶମ ହୋଇଥାଏ। ଏହା ବ୍ୟତୀତ ଯଦି ଦାନ୍ତରେ ଯନ୍ତ୍ରଣା ଥାଏ, ଅ‍ଅଁଳା ରସରେ ଟିକେ କର୍ପୂର ମିଶ୍ରଣ କରି ଦାନ୍ତମାଢିରେ ଲଗାଇବା ଦ୍ୱାରା ଆରାମ ମିଳିଥାଏ ।

‍ଅଁଳା ଫଳର ତାଜାରସ ପନ୍ଦରରୁ ତିରିଶି ମି.ଲି. ମାତ୍ରାରେ ଖାଲି ପେଟରେ ପ୍ରତ୍ୟହ ଦୁଇଥର ଲେଖାଁଏ ସେବନ କଲେ ସ୍ମୃତିଶକ୍ତିହୀନତା, ଅପସ୍ମାର ଆଦି ରୋଗ ଉପଶମ ହୁଏ। ଏହା ଦ୍ୱାରା ସାଧାରଣ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଦେଖାଯାଏ। ସ୍ମୃତି ଶକ୍ତି ବଢାଇବାରେ ମଧ୍ୟ ‍ଅଁଳା ବହୁତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ପେଟରେ ଷ୍ଟୋନ୍ ସମସ୍ୟା ଥିଲେ ‍ଅଁଳା ଏକ ପ୍ରଭାବଶାଳୀ ପ୍ରତିକାର ବୋଲି ମଧ୍ୟ ପ୍ରମାଣିତ ହୋଇଥାଏ। ଷ୍ଟୋନ୍ ସମସ୍ୟାରେ ‍ଅଁଳାକୁ ୪୦ ଦିନ ଶୁଖାଇବା ପରେ ଏକ ପାଉଡର ପ୍ରସ୍ତୁତ କରନ୍ତୁ ଏବଂ ପ୍ରତିଦିନ ଏହାକୁ ମୂଳା ରସ ସହିତ ମିଶାଇ ସେହି ପାଉଡରକୁ ଖାଆନ୍ତୁ । ଏହି ବ୍ୟବହାର ସହିତ, କିଛି ଦିନ ମଧ୍ୟରେ ଷ୍ଟୋନ୍ ସମସ୍ୟାରୁ ମୁକ୍ତି ମିଳିବ। ଏହା ଛଡା ଏସିଡିଟି ସମସ୍ୟାରେ ଅ‍ଅଁଳା ବହୁତ ଲାଭଦାୟକ। ଚିନି ସହିତ ମିଶ୍ରିତ ‍ଅଁଳା ପାଉଡର ପିଇବା, ପାଣିରେ ମିଶାଇ ପିଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୋଇଥାଏ । ଏହା ବ୍ୟତୀତ ଅଁଳା ରସ ପିଇବା ଦ୍ୱାରା ପେଟର ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ଚେହେରାର ଦାଗ ହଟାଇବା ଓ ଏହାକୁ ସୁନ୍ଦର କରିବା ପାଇଁ ‍ଅଁଳା ମଧ୍ୟ ଉପଯୋଗୀ ହୋଇଥାଏ । ‍ଅଁଳାରୁ ଏକ ପେଷ୍ଟ ତିଆରି କରି ଏହାକୁ ମୁହଁରେ ଲଗାଇଲେ ଚର୍ମ ସଫା ହୋଇଯାଏ, ଚକଚକିଆ ହୋଇଯାଏ ଓ କୁଞ୍ଚନ ମଧ୍ୟ କମିଯାଏ । ‍ଅଁଳା ପାଉଡରରେ କେଶ ଧୋଇବା ଦ୍ୱାରା କେଶ କଳା ଓ ମୋଟା ହୋଇଥାଏ। ଏହାକୁ ଖାଇବା ଦ୍ୱାରା ବିଭିନ୍ନ କେଶ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)