Health & Lifestyle

ମିଠା ମିଠା ଆଖୁ ରସ !!

ଟାଇଁ ଟାଇଁ ଖରାରେ ଆଖୁ ରସ ଗୋଟିଏ ଗ୍ଲାସ ପିଇଦେଲେ ବହୁତ ଶାନ୍ତି ମିଳିଯାଏ l ଦିନକୁ ଦିନ ଖରାର ପ୍ରଭାବ ଯେତିକି ବଢୁଛି ଆଖୁ ରସର ଆଦର ମଧ୍ୟ ବଢ଼ିବାରେ ଲାଗିଛି l ରାସ୍ତା କଡ଼ରେ ହେଉ ବା ହାଟ ବଜାରରେ ଏବେ ସବୁଠାରେ ଆଖୁ ରସ ବିକ୍ରି ହେଉଛି l ଓଡ଼ିଶାର କେତେକ ଅଞ୍ଚଳରେ ଏହା ଦୋରୁଅ ନାମରେ ମଧ୍ୟ ପରିଚିତ l ଆସନ୍ତୁ ଆଜି ଏହି ଆଖୁ ରସର ଉପଯୋଗୀତା ବିଷୟରେ କିଛି ମିଠା ମିଠା ଆଲୋଚନା କରିବା l ଆଖୁ ରସ ହେଉଛି ଏକ ପ୍ରାକୃତିକ ରସ ଯେଉଁଥିରେ ଆପଣଙ୍କୁ ଆଉ ଅଧିକ ଚିନି ପକାଇବା ଆବଶ୍ୟକ ନାହିଁ l ଗୋଟିଏ ଗ୍ଲାସ ଆଖୁ ରସ ପିଇଦେଲେ ଶୋଷ ମେଣ୍ଟିଯିବା ସହିତ ଶରୀର ସତେଜ ହୋଇଯାଏ l ଅନୁସନ୍ଧାନରୁ ଜଣାପଡିଛି ଯେ, ୧୪୯୩ ଖ୍ରୀଷ୍ଟାବ୍ଦରେ କ୍ରୀଷ୍ଟୋଫର କଲମ୍ବସ କାରବିଆନକୁ ଆଖୁ ନେଇ ସେଠାରେ ଆଖୁ ଚାଷର ଆରମ୍ଭ କରିଥିଲେ l ସମୟକ୍ରମେ ଆଖୁଚାଷ ସାରା ବିଶ୍ୱରେ ପ୍ରସାର ଲାଭ କରିଲା l

28 May, 2021 4:36 PM IST By: Sugyan Kumar Nayak

ଆଖୁରସରେ ସୁକ୍ରୋଜ ଏବଂ ଫ୍ରକ୍ଟୋଜ ପ୍ରଚୁର ପରିମାଣରେ ରହିଥିବାରୁ ଏହା ମିଠା ଲାଗିଥାଏ l ମୁଲତାନି ମାଟି ସହିତ ଆଖୁରସ ମିଶାଇ ତ୍ୱଚାରେ ପ୍ରଲେପ ଦେଲେ ବିଭିନ୍ନ ପ୍ରକାରର ତ୍ୱଚା ସମସ୍ୟା ତଥା ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ l ଆଖୁରସରୁ ଶରୀରକୁ  ତତକ୍ଷଣାତ ଶକ୍ତି ମିଳିଥାଏ l ଆଖୁରସ ପିଇବା ପରେ ଆମକୁ ସଙ୍ଗେ ସଙ୍ଗେ ସତେଜ ଅନୁଭବ ହୋଇଥାଏ, କାରଣ ଆମର ଶରୀର ସହଜରେ ଶୋଷଣ କରିପାରୁଥିବା ଶର୍କରା ଆମକୁ ଆଖୁରସରୁ ମିଳିଥାଏ l ଆଖୁରସରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଥାଏ l ଏହା ଆମର ହାଡ଼ ଏବଂ ଦାନ୍ତର ଗଠନରେ ସହାୟକ ହୁଏ l ଆମକୁ କୌଣସି ହାଡ଼ କିମ୍ବା ଦାନ୍ତଜନିତ ସମସ୍ୟା ସାମ୍ନା କରିବାକୁ ପଡ଼ିନଥାଏ l ଛୋଟ ପିଲାମାନଙ୍କର ଅଭିବୃଦ୍ଧିରେ ଏହା ବିଶେଷ ସହାୟକ ହୁଏ l ଜଣ୍ଡିସ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ନିମନ୍ତେ ପ୍ରଥମେ ଖୋଜାପଡ଼େ ଆଖୁରସ l ଆମର ଯକୃତର କୌଣସି ପ୍ରକାରର ସମସ୍ୟାକୁ ଆରୋଗ୍ୟ କରିବା କ୍ଷମତା ଆଖୁରେ ରହିଛି l

ଆଖୁରସକୁ ହଜାମର ଏକ ଟନିକ କହିଲେ ଅତ୍ୟୁକ୍ତି ହେବ ନାହିଁ l ଯଦି ଆପଣଙ୍କର କୌଣସି ହଜମଜନିତ ସମସ୍ୟା ରହିଛି ତେବେ ଆପଣ ପ୍ରଥମେ ଆଖୁରସ ପିଇ ଏହାର ସୁଫଳ ପାଆନ୍ତୁ l ଆଖୁରସରେ ଥିବା ପୋଟାସିୟମ ଆମର ପାକସ୍ଥଳିର pHକୁ ସନ୍ତୁଳନ କରେ ଏବଂ ଅଧିକ ପରିମାଣରେ ପାଚକ ରସ କ୍ଷରଣ ହୁଏ l କ୍ଷତକୁ ଖୁବ ଶୀଘ୍ର ଭଲ କରିବାରେ ଆଖୁରସର ଭୂମିକା ରହିଛି l ଆଖୁରସରେ ଥିବା ସୁକ୍ରୋଜ କ୍ଷତକୁ ବହୁତ ଶୀଘ୍ର ଶୁଖାଇ ଦିଏ l କ୍ଷତ ଉପରେ ଅଳ୍ପ ପରିମାଣର ଆଖୁରସ ଲଗାଇ ଦେଲେ ଏହା ଖୁବ ଶୀଘ୍ର ଭଲ ହୋଇଯାଏ l ଆମର ଶରୀରରେ ସୃଷ୍ଟି ହେଉଥିବା ବିଷାକ୍ତ ପଦାର୍ଥକୁ ନିଷ୍କାସନ କରିଦେବାରେ ଆଖୁରସ ବହୁତ ସହାୟକ  ହୁଏ l ଏହା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ଓଜନ ମଧ୍ୟ ନିୟନ୍ତ୍ରିତ ହୋଇ ରହେ l ଆଖୁରସ ପିଇବା ଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ l ଆଖୁରସରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ l ଏହି ଆଣ୍ଟିଅକ୍ସିଡାଣ୍ଟଗୁଡିକ ବିଲିରୁବିନକୁ ପ୍ରତିହତ କରି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୁଅନ୍ତି l

ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ କରାଯାଉଥିବା ଆଖୁରସ ପିଇବା ଠାରୁ ଦୂରେଇ ରୁହନ୍ତୁ l ଅଧିକ ମାତ୍ରାରେ ଆଖୁରସ ପିଇବା ଦ୍ୱାରା ପାକସ୍ଥଳୀରେ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)