Health & Lifestyle

ଜୟନଗରର ପ୍ରସିଦ୍ଧ ମିଠା “ମୋଆ”, ଆପଣ ଖାଇଛନ୍ତି କି ? ?

ଭାରତର ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାରର ମିଠା ପ୍ରସିଦ୍ଧ ଅଟେ । ଏଠାରେ ହେଉଥିବା ଅନେକ ମିଠା ବିଦେଶରେ ମଧ୍ୟ ବହୁତ ଚାହିଦା ରହିଛି । ଏହି କାରଣରୁ ଭାରତରୁ ବିଦେଶକୁ ବହୁ ପରିମାଣର ମିଠା ରପ୍ତାନି କରାଯାଏ ।

22 September, 2021 3:50 PM IST By: Sugyan Kumar Nayak

ଭାରତର ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାରର ମିଠା ପ୍ରସିଦ୍ଧ ଅଟେ । ଏଠାରେ ହେଉଥିବା ଅନେକ  ମିଠା ବିଦେଶରେ ମଧ୍ୟ ବହୁତ ଚାହିଦା ରହିଛି । ଏହି କାରଣରୁ ଭାରତରୁ ବିଦେଶକୁ ବହୁ ପରିମାଣର ମିଠା ରପ୍ତାନି କରାଯାଏ । ମିଠା ରପ୍ତାନି ବୃଦ୍ଧି ପାଇଁ ଭାରତ ସରକାର ମଧ୍ୟ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି କ୍ରମରେ, ବର୍ତ୍ତମାନ ଜୟନଗରର ମୋଆକୁ ବିଶ୍ଵର ବିଭିନ୍ନ ଦେଶକୁ ରପ୍ତାନି କରିବାକୁ ନିଷ୍ପତ୍ତି ନିଆଯାଇଛି । ଜିଆଇ ଟ୍ୟାଗ୍ ପାଇବା ପରେ ଏବେ “ଜୟନଗରର ମୋଆ” ର ଭଲ ଦିନ ଆସୁଛି l ବିଦେଶକୁ ଏହାର ରପ୍ତାନି ସହଜରେ ବୃଦ୍ଧି କରାଯାଇପାରିବ।

ବିରଳ ଚାଉଳରୁ ପ୍ରସ୍ତୁତ କରଯାଏ ମିଠା

ଜୟନଗରର ମୋଆ ପଶ୍ଚିମବଙ୍ଗଳାର ଏକ ପ୍ରସିଦ୍ଧ ମିଠା ଅଟେ, ଯାହା ଏକ ବିରଳ ପ୍ରଜାତି କଠିନ ଚାଉଳ (କନକଚୁରହୋଈ)ରୁ ତିଆରି କରାଯାଏ । ଏଥିରେ ମିଠା ଆଣିବା ପାଇଁ ଖଜୁରୀ ରସ ବ୍ୟବହାର କରାଯାଏ । ଏହାକୁ ମୁଖ୍ୟତଃ ଶୀତଦିନିଆ ଖାଦ୍ୟ ଭାବରେ ଜଣା ଯାଏ, ଯାହା  କେବଳ ଶୀତ ଋତୁରେ ଉପଲବ୍ଧ ହୁଏ ।

୨୦୧୫ ରେ ମିଳି ଥିଲା ଜିଆଇ ଟ୍ୟାଗ୍

ଯଦିଓ ଏହି ମିଠା ୨୦୧୫ ରେ ଜିଆଇ ଟ୍ୟାଗ୍ (ବହୁ-ପ୍ରତିଷ୍ଠିତ ଭୌଗଳିକ ଟ୍ୟାଗ୍) ମିଳି ଥିଲା, କିନ୍ତୁ ଏହା ପରେ ମଧ୍ୟ ଏହା ବିଶ୍ଵରେ ସେପରି ମାନ୍ୟତା ଲାଭ ନଥିଲା । ଯାହା ପାଇଁ ପରବର୍ତ୍ତୀ ସମୟରେ କୃଷି ଏବଂ ଖାଦ୍ୟ ସାମଗ୍ରୀ ରପ୍ତାନି ବିକାଶ ପ୍ରାଧିକରଣ ନିଜେ ଏଥିପାଇଁ ଆଗେଇ ଆସିଲେ l

ଅନ୍ୟ ମିଠାକୁ ମଧ୍ୟ ମିଳିପାରିବ ଉତ୍ସାହ

ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ମୁଖ୍ୟ ସନ୍ଦୀପ ସାହା ଗଣମାଧ୍ୟମକୁ କହିଛନ୍ତି ଯେ “ପଶ୍ଚିମବଙ୍ଗ ଅନେକ ମିଠା ପାଇଁ ପୁରା ବିଶ୍ଵରେ ପ୍ରସିଦ୍ଧ ଅଟେ । ଏଠାକାର ରସଗୋଲା ଘରେ ଘରେ ପରିଚିତ ଏବଂ ଏହାକୁ ସମସ୍ତେ ଆଗ୍ରହର ସହିତ ଖାଆନ୍ତି, କିନ୍ତୁ କିଛି ବିଶେଷ ସମୟରେ ପ୍ରସ୍ତୁତ ମିଠାର ଚାହିଦା ମଧ୍ୟ ବହୁତ ଅଛି, ଯାହା ମୁଖ୍ୟତଃ ଏଠାରେ ତିଆରି ହୋଇଥାଏ” । ସେ କହିଛନ୍ତି ଯେ ଏହି କ୍ରମରେ ଆହୁରି ମିଠାକୁ ରପ୍ତାନି କରିବାକୁ ସରକାର ବିଚାର କରୁଛନ୍ତି ।

ପ୍ରଥମ ସାମଗ୍ରୀ ଏହି ଦେଶକୁ ଯିବ

ବିଦେଶରେ ଏହି ମିଠାର ମୂଲ୍ୟ କେତେ ହେବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ, କିନ୍ତୁ ସୂଚନା ଅନୁଯାୟୀ, ଗୋଟିଏ ପ୍ୟାକର ମୂଲ୍ୟ ପ୍ରାୟ ୪୫,୦୦୦ ଟଙ୍କାରେ ବିକ୍ରି ହେବ । ଯୋଜନା ଅନୁଯାୟୀ, ପ୍ରଥମେ ଏହି ମିଠା ସାମଗ୍ରୀକୁ ଇଟାଲୀ ଏବଂ କାନାଡାର ବଜାରକୁ ପଠାଯିବ ।