Health & Lifestyle

କପାଳରେ ଚନ୍ଦନ ଲଗାନ୍ତୁ, ବହୁ ରୋଗରୁ ଉପଶମ ମିଳିବ

ସାଧାରଣତଃ ଅନେକ ଲୋକ ମଥାରେ ଚନ୍ଦନ ଟିପା ଲଗାଇ ଥାଆନ୍ତି। ହେଲେ ଦକ୍ଷିଣ ଭାରତର ଲୋକେ ପୂଜା କରିବା ସମୟରେ ସବୁବେଳେ ଚନ୍ଦନ ଟିପା ଲଗାଇଥାନ୍ତି । ବିଦ୍ୱାନ ଲୋକେ ମଧ୍ୟ କପାଳରେ ବଡ଼ ଆକାରର ଚନ୍ଦନ ଲେପ ଲଗାଇଥାନ୍ତି । କେବଳ ବାସ୍ନା ପାଇଁ ନୁହେଁ ଚନ୍ଦନରେ ବହୁ ଔଷଧୀୟ ଗୁଣ ଭରି ରହିଛି ।

10 December, 2021 11:10 AM IST By: Sudesna Nayak

ଆମ ହିନ୍ଦୁ ଘରେ ପୂଜାରେ ଚନ୍ଦନର ବିଶେଷ ମହତ୍ୱ ରହିଛି । ଯେକୌଣସି ପୂଜା ହେଉ ସର୍ବ ପ୍ରଥମେ ଚନ୍ଦନ ଖୋଜା ଯାଇଥାଏ । ଏମିତିରେ ଦେଖିବାକୁ ଗଲେ ଚନ୍ଦନ ଅନେକ ପ୍ରକାରର ରହିଛି । କିନ୍ତୁ ସେଥି ମଧ୍ୟରୁ ଦୁଇଟିକୁ ଧରା ଯାଉଛି , ଗୋଟିଏ ହେଉଛି ଧଳା ଚନ୍ଦନ ଓ ଅନ୍ୟଟି ହେଉଛି ରକ୍ତ ଚନ୍ଦନ । ଅନ୍ୟ ଚନ୍ଦନ ଗୁଡିକ ହେଲା ହରି ଚନ୍ଦନ , ଗୋପୀ ଚନ୍ଦନ ,ଧଳା ଚନ୍ଦନ ଗୋମତୀ ଚନ୍ଦନ ଓ ଗୋକୁଳ ଚନ୍ଦନ ।

ସାଧାରଣତଃ ଅନେକ ଲୋକ ମଥାରେ ଚନ୍ଦନ ଟିପା ଲଗାଇ ଥାଆନ୍ତି। ହେଲେ ଦକ୍ଷିଣ ଭାରତର ଲୋକେ ପୂଜା କରିବା ସମୟରେ ସବୁବେଳେ ଚନ୍ଦନ ଟିପା ଲଗାଇଥାନ୍ତି । ବିଦ୍ୱାନ ଲୋକେ ମଧ୍ୟ କପାଳରେ ବଡ଼ ଆକାରର ଚନ୍ଦନ ଲେପ ଲଗାଇଥାନ୍ତି । କେବଳ ବାସ୍ନା ପାଇଁ ନୁହେଁ ଚନ୍ଦନରେ ବହୁ ଔଷଧୀୟ ଗୁଣ ଭରି ରହିଛି ।

ଆସନ୍ତୁ ଜାଣିବା ଚନ୍ଦନ ମଥାରେ ଲଗାଇବା ଦ୍ୱାରା କେଉଁ ସବୁ ରୋଗରୁ ଉପଶମ ମିଳିଥାଏ ।

ଚନ୍ଦନ ମଥାରେ ଲଗାଇବା ଦ୍ୱାରା ମୁଣ୍ଡ ବିନ୍ଧାରୁ ରକ୍ଷା ମିଳିଥାଏ। ମୁଣ୍ଡ ବିନ୍ଧା ହେବା ଦ୍ୱାରା ଶିର ଗୁଡ଼ିକ ଗରମ ହୋଇପଡ଼ିଥାଏ । ଚନ୍ଦନ ଲଗାଇଲେ ଶିରକୁ ଥଣ୍ଡା ରହିଥାଏ । ଖାସ୍‌ କରି ଗରମ ଦିନେ ମୁଣ୍ଡ ବିନ୍ଧା ହେଉଥିଲେ ଚନ୍ଦନ ଲଗାଇବା ଦ୍ୱାରା ଖୁବ୍‌ଶୀଘ୍ର ଆରାମ ମିଳିଥାଏ ।

ଯଦି ଆପଣ କାମ କିମ୍ୱା ପଢ଼ିବାରେ ମନ ଲାଗୁନାହିଁ। ତେବେ ମଥାରେ ଚନ୍ଦନ ଲଗାନ୍ତୁ। ଚନ୍ଦନ ଲଗାଇବା ଦ୍ୱାରା ମସ୍ତିଷ୍କ ଥଣ୍ଡା ରହଥାଏ । ଯାହାଦ୍ୱାରା ଏକାଗ୍ରତା ଆସିଥାଏ । ପୂର୍ବ କାଳରେ ଗୁରୁକୁଳ ଆଶ୍ରମରେ ଗୁରୁ ଓ ଶିଷ୍ୟ ଉଭୟ ମଥାରେ ଚନ୍ଦନ ଲଗାଉଥିଲେ ।

ମଥାରେ ଚନ୍ଦନ ଟିପା ଧାରଣ କରିବା ଦ୍ୱାରା ପାପ ନାଶ ହୋଇଥାଏ । ଚନ୍ଦନ ଟିପା ଲଗାଇବା ଦ୍ୱାରା ବ୍ୟକ୍ତି ସଙ୍କଟରୁ ଦୁରେଇ ଯାଇଥାଏ ଓ ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।

ଚନ୍ଦନ ଟିପା ଅନେକ ରୋଗରୁ ରକ୍ଷା କରିଥାଏ । ଯେପରିକି ଥକାପଣ ,ଝାଡା ,ମୁଣ୍ଡବିନ୍ଧା ,ବାତ ପିତ କଫ ଇତ୍ୟାଦି ଦୁରେଇ ଯାଇଥାଏ । ମୁଣ୍ଡରେ ଚନ୍ଦନ ଲଗାଇବା ଦ୍ୱାରା ମନ ଶାନ୍ତ ରହିଥାଏ ।

ଆୟୁର୍ବେଦ ଅନୁସାରେ କପାଳରେ ଚନ୍ଦନ ଲେପ ଲଗାଇବା ଦ୍ୱାରା ଚାପ ଓ ଅନିଦ୍ରା ଦୂର କରିଥାଏ ।

ରାତିରେ ବତୁରାଇ ସକାଳୁ ଖାଆନ୍ତୁ,ପାଖ ମାଡିବନି ରୋଗ