Health & Lifestyle

କଖାରୁ ମଞ୍ଜିରେ ଅଛି ଭିଟାମିନ୍, ଜାଣନ୍ତି କି ? ?

ଅନେକ ଲୋକ ଥାଆନ୍ତି ଯାହାଙ୍କୁ କଖାରୁ ଖାଇବାକୁ ବହୁତ ଭଲ ଲାଗିଥାଏ, କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ କଖାରୁରେ କିଛି ଏପରି ପୋଷକତତ୍ତ୍ୱ ରହିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ l ଗୋଟିଏ ପଟେ ଯେପରି କଖାରୁ ଅତି ଲାଭକାରୀ ପରିବା

23 September, 2021 3:19 PM IST By: Sugyan Kumar Nayak

ଅନେକ ଲୋକ ଥାଆନ୍ତି ଯାହାଙ୍କୁ କଖାରୁ ଖାଇବାକୁ ବହୁତ ଭଲ ଲାଗିଥାଏ, କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ କଖାରୁରେ କିଛି ଏପରି ପୋଷକତତ୍ତ୍ୱ ରହିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ l ଗୋଟିଏ ପଟେ ଯେପରି କଖାରୁ ଅତି ଲାଭକାରୀ ପରିବା ସହିତ ସ୍ୱାଦିଷ୍ଟ ହୋଇଥାଏ ସେହି ପରି ଏହାର ମଞ୍ଜିରେ ମଧ୍ୟ ଅନେକ ପୋଷକତତ୍ତ୍ୱ ଭରି ରହିଥାଏ l ତେବେ ଏହି ଲେଖା ମାଧ୍ୟମରେ ଆସନ୍ତୁ ଜାଣିବା ଆମେ କେଉଁ କେଉଁ ଉପାୟରେ ଏହି ପୋଷକ ପଦାର୍ଥରେ ଭରି ରହିଥିବା କଖାରୁ ମଞ୍ଜିକୁ ଖାଇପାରିବା l

କଖାରୁ ମଞ୍ଜିକୁ ସାଲାଡ଼ ରୂପେ ଖାଇପାରିବେ

ଆପଣ କଖାରୁ ମଞ୍ଜିକୁ ସାଲାଡ ରୂପେ ସିଧା ସଳଖ ମଧ୍ୟ ଖାଇ ପାରିବେ l ସେଥିପାଇଁ ଆପଣ ଯେତେବେଳେ ସାଲାଡ ପ୍ରସ୍ତୁତ କରୁଛନ୍ତି ସେତେବେଳେ କଖାରୁ ମଞ୍ଜିକୁ ଏହା ଉପରେ ପକେଇଦିଅନ୍ତୁ l ଏମିତି କରିବା ଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳିପାରିବ l

କଖାରୁ ମଞ୍ଜିକୁ ସିଝାଇ ଖାଆନ୍ତୁ

କଖାରୁ ମଞ୍ଜିକୁ ସିଝାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ l ଏଥି ପାଇଁ ଆପଣ ଏକ ପ୍ୟାନରେ ୪ କପ୍ ପାଣି ନିଅନ୍ତୁ ଓ ସେଥିରେ ଏକ କପ୍ କଖାରୁ ମଞ୍ଜି ପକାଇଦିଅନ୍ତୁ l ଏହା ପରେ ସେଥିରେ ଟିକେ ଲୁଣ ପକାଇ ତାହାକୁ ୧୦ ମିନିଟ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ l ଏହା ପରେ ଏହାକୁ ଏକ ଛଣାରେ ଛାଣି ପାଣି କାଢି ଦିଅନ୍ତୁ ଓ ଏହାକୁ କିଛି ସମୟ ପାଇଁ ଶୁଖିବା ପାଇଁ ଛାଡି ଦିଅନ୍ତୁ l ଶୁଖିଯିବା ପରେ ଏହାକୁ ଓଭନରେ ସେକି ଦିଅନ୍ତୁ ଓ ଖାଆନ୍ତୁ l

ସୁପ ଓ ବ୍ରେଡ ସହିତ ଖାଆନ୍ତୁ କଖାରୁ ମଞ୍ଜି

କଖାରୁ ମଞ୍ଜି ଆପଣ ଯେକୌଣସି ପ୍ରକାରର ସୁପରେ ପକାଇ ପିଇ ପାରିବେ କିମ୍ବା ଏହାକୁ ଆପଣ ବ୍ରେଡ ବଟର ଅଥବା ପୀନଟ ବଟର ସହିତ ମଧ୍ୟ ଖାଇପାରିବେ l

କଖାରୁ ମଞ୍ଜିକୁ କ୍ଷୀର ସହିତ ମଧ୍ୟ ଖାଇପାରିବେ

କଖାରୁ ମଞ୍ଜିକୁ କ୍ଷୀରରେ ମଧ୍ୟ ଖାଇପାରିବେ l ଏହି ମଞ୍ଜିକୁ ପେଷି ଗୁଣ୍ଡ କରିଦିଅନ୍ତୁ ଓ ଏହାକୁ ପ୍ରତିଦିନ ରାତିରେ ଅଳ୍ପ ଉଷୁମ କ୍ଷୀରରେ ଗୋଟିଏ ଚାମଚ ମିଶାଇ ପିଅନ୍ତୁ l ଏହା ମସ୍ତିଷ୍କକୁ ଶାନ୍ତ କରିବା ସହିତ ଭଲ ନିଦରେ ମଧ୍ୟ ସାହାଯ୍ୟ କରିଥାଏ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)