Health & Lifestyle

ଏପରି କରିବା ଦ୍ୱାରା ବଢ଼ିବ ଶରୀରର ରୋଗ ପ୍ରତିରୋଧକ ଶକ୍ତି......

ଅତିରିକ୍ତ ଭାବେ ଏହି ହରମୋନ ଗୁଡିକ ମସ୍ତିଷ୍କକୁ ରକ୍ତ ପ୍ରବାହ ବଢ଼ାଇଥାଏ ଏବଂ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଗୁଡିକୁ ଆବଶ୍ୟକ ଅମ୍ଳଜାନ ପ୍ରଦାନ କରିଥାଏ । ଆହୁରି ମଧ୍ୟ ଏହି ମାନସିକ ଚାପ ଶରୀରରେ କ୍ରୋଧକୁ ବଢାଇବା ସହିତ ରୋଗ ପ୍ରତିରୋଧ ଶକ୍ତିକୁ ହ୍ରାସ କରି ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିଥାଏ । ଆହୁରି ମଧ୍ୟ ଶ୍ଵେତ ରକ୍ତକଣିକାକୁ ହ୍ରାସ କରିଥାଏ ଏବଂ ପରିବେଶ ପ୍ରଦୂଷଣ ସହିତ ଲଢ଼ିବାକୁ ଶରୀର ସକ୍ଷମ ହୋଇ ପାରେ ନାହିଁ । ହାର୍ଟ ଆଟ୍ଟାକ, ମଧୁମେହ(Diabetes), ଜଲ୍ଦି ବୁଢା ହୋଇଯିବା ଭଳି ସମସ୍ୟାକୁ ଆମନ୍ତ୍ରଣ କରିଥାଏ ।

15 January, 2023 8:00 PM IST By: Priyambada Rana

ମାନସିକ ଚାପ(Stress) ଆମ ଶରୀରର ଲଢେ଼ଇ କରିବା କ୍ଷମତାକୁ ପ୍ରଭାବିତ କରିବା ସହିତ ଶରୀରର ରୋଗ ପ୍ରତିରୋଧ ଶକ୍ତି(Immunity)କୁ ହ୍ରାସ କରିଥାଏ । ଆମ ଶରୀରକୁ ସୁରକ୍ଷା ପ୍ରଦାନ କରୁଥିବା ହରମୋନ(hormone) ଯେପରିକି କାର୍ତିସୋଲ ଆଉ ଆଡ଼ରେନାଲିନ୍କୁ ବଢାଇବାର ଆବଶ୍ୟକତା ରହିଛି । ଅତିରିକ୍ତ ଭାବେ ଏହି ହରମୋନ ଗୁଡିକ ମସ୍ତିଷ୍କକୁ ରକ୍ତ ପ୍ରବାହ ବଢ଼ାଇଥାଏ ଏବଂ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଗୁଡିକୁ ଆବଶ୍ୟକ ଅମ୍ଳଜାନ ପ୍ରଦାନ କରିଥାଏ । ଆହୁରି ମଧ୍ୟ ଏହି ମାନସିକ ଚାପ ଶରୀରରେ କ୍ରୋଧକୁ ବଢାଇବା ସହିତ ରୋଗ ପ୍ରତିରୋଧ ଶକ୍ତିକୁ ହ୍ରାସ କରି ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିଥାଏ । ଆହୁରି ମଧ୍ୟ ଶ୍ଵେତ ରକ୍ତକଣିକାକୁ ହ୍ରାସ କରିଥାଏ ଏବଂ ପରିବେଶ ପ୍ରଦୂଷଣ ସହିତ ଲଢ଼ିବାକୁ ଶରୀର ସକ୍ଷମ ହୋଇ ପାରେ ନାହିଁ । ହାର୍ଟ ଆଟ୍ଟାକ, ମଧୁମେହ(Diabetes), ଜଲ୍ଦି ବୁଢା ହୋଇଯିବା ଭଳି ସମସ୍ୟାକୁ ଆମନ୍ତ୍ରଣ କରିଥାଏ ।

ମାନସିକ ଚାପ ହ୍ରାସ କରିବାର ଉପାୟ:-

ଯଦି ଆମେ ନିୟମିତ କିଛି ଯୋଗ, ବ୍ୟାୟାମ ତଥା ଜୀବନଚର୍ଯ୍ୟାରେ ପରିବର୍ତ୍ତନ କରିବା ତେବେ ଆମେ ମାନସିକ ଚାପରୁ ମୁକ୍ତି ପାଇପାରିବା ।

ଯୋଗ ବା ଧ୍ୟାନ: ଏହି ଅଭ୍ୟାସ ବର୍ଦ୍ଧିତ କର୍ଟିସୋଲ୍ ସ୍ତରକୁ ହ୍ରାସ କରିବା ସହିତ ମସ୍ତିଷ୍କ ଏବଂ ହୃଦୟ ପରି ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକୁ ସୁରକ୍ଷା ପ୍ରଦାନ କରେ । ଆପଣ ଶୋଇବା ପୂର୍ବରୁ କିମ୍ବା ଦିନରେ ଯେକୌଣସି ସମୟରେ ଏହା କରିପାରିବେ । ଦିନରେ ଅତି କମରେ ତିନିରୁ ଚାରି ଥର ୧୦ ମିନିଟ୍ ପାଇଁ ଧ୍ୟାନ କରିବା ଉଚିତ୍ । ଏପରି କରିବା ଦ୍ୱାରା ଶରୀରରେ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ।

ଗଭୀର ନିଶ୍ୱାସ ପ୍ରଶ୍ୱାସ ନେବା: ମୁଖ୍ୟତ ଯୋଗ କରିବା ସମୟରେ ଗଭୀର ନିଶ୍ୱାସ ପ୍ରଶ୍ୱାସ ନିଆଯାଇଥାଏ । ଏହାଦ୍ୱାରା ମନକୁ ଶାନ୍ତି ମିଳିବା ସହିତ ହଜମ ପ୍ରକ୍ରିୟାରେ ଉନ୍ନତି ଏବଂ ଫୁସଫୁସ କ୍ଷମତା ବୃଦ୍ଧି କରିବାରେ ଏହା ସାହାଯ୍ୟ କରିଥାଏ । ଏହାଦ୍ଵାରା ନିଶ୍ଵାସ ନେବାର ପ୍ରକ୍ରିୟା ସୁଧୁରିବା ସହିତ ଅଧିକରୁ ଅଧିକ ଅମ୍ଲଜାନ ଶରୀର ଭିତରେ ପ୍ରବେଶ କରିଥାଏ । ଏହି ଅମ୍ଲଜାନ ଶରୀର ଭିତରେ ପଶି ରକ୍ତ ପ୍ରବାହକୁ ରେଗୁଲେଟ କରି ଦେହରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।

ଡିଜିଟାଲ ଉପବାସ ବା ସୋସିଆଲ ମିଡିଆ ଏବଂ ଡିଜିଟାଲ ଦୁନିଆଠାରୁ ଦୂରରେ ରହିବା: ପ୍ରତିଦିନ ଫୋନ୍, ଟେଲିଭିଜନ ଏବଂ ଲାପଟପରୁ ୨/୩ ଘଣ୍ଟା ବିରତି ନେବା ଜରୁରୀ । ଏହା ସାମାଜିକ ଚିନ୍ତା ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିବ ।

ସଙ୍ଗୀତ ଶୁଣିବା: ସଙ୍ଗୀତ ଶୁଣିବା ଦ୍ୱାରା ଷ୍ଟ୍ରେସ୍ ସ୍ତର କମିଯାଇଥାଏ । ସଙ୍ଗୀତ ମନକୁ ଆରାମ ଦେବା ସହିତ ଷ୍ଟ୍ରେସ ହରମୋନ୍ ଉତ୍ପାଦନକୁ ହ୍ରାସ କରିଥାଏ ।

 ମାନସିକ ସ୍ଥିତିକୁ ଉନ୍ନତ ରଖିବା ସହିତ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ ରଖିବା ଅତ୍ୟନ୍ତ ଆବ୍ୟଶକ। ଏଥିପାଇଁ ଆପଣ ନିଜର ଜୀବନଚର୍ଯ୍ୟାରେ ମଧ୍ୟ କିଛି ପରିବର୍ତ୍ତନ କରିପାରିବେ ।

କେଉଁ କେଉଁ ଖାଦ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ

ଲେମ୍ବୁ ସହିତ ଉଷୁମ ପାଣି: ଏହା ଏକ ଉତ୍ତମ ପାନୀୟ । ଏହାର ଉପଯୋଗ ରାମବାଣ ପରି । ସକାଳେ ଏବଂ ଦିନର ଯେକୌଣସି ସମୟରେ ଆପଣ ଏହାକୁ ପିଇ ପାରିବେ । ସକାଳେ ଖାଲି ପେଟରେ ଏହି ପାନୀୟ ବ୍ୟବହାର କରିବା ଦ୍ୱାରା ଏହା ଶରୀରକୁ ହାଇଡ୍ରେଟେଡ଼୍ ରଖିଥାଏ । ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ କାଢିବାରେ ସାହାର୍ଯ୍ୟ କରେ । ଏହା ଆଣ୍ଟିଅକ୍ସିଡାଣ୍ଟ ଏବଂ ହୃଦରୋଗ ମୁକ୍ତ କରି ଉଚ୍ଚ ରକ୍ତଚାପ ଏବଂ ଶୀଘ୍ର ବାର୍ଦ୍ଧକ୍ୟ ହେବାର ସମ୍ଭାବନାକୁ ହ୍ରାସ କରିଥାଏ। ଏହି ଜଳ ଶରୀରର ମେଟାବୋଲିଜିମ୍ ରେ ଉନ୍ନତି ଆଣିବା ସହ ଯକୃତକୁ ସଫା କରିବାରେ ସାହାଯ୍ୟ କରେ ।

ସୂର୍ଯ୍ୟକିରଣର ସଂସ୍ପର୍ଶରେ ଆସିବା: ଅଳ୍ପ ସୂର୍ଯ୍ୟକିରଣ ଶରୀରରେ ଭିଟାମିନ୍ ଡି ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ, ଯାହା ଆଣ୍ଟିବଡି ଉତ୍ପାଦନ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।

ଖାଦ୍ୟ ଏବଂ ମସଲା: ହଳଦୀ, ଜିରା, ଧନିଆ, କଞ୍ଚା ଲଙ୍କା, ଏବଂ ରସୁଣ ପରି କିଛି ଖାଦ୍ୟ ଏବଂ ମସଲା ବ୍ୟବହାର ଶରୀରକୁ ଡିଟକ୍ସିଫାଏ କରିବାରେ ସାହାଯ୍ୟ କରିଥାଏ । ଏହା ପ୍ରତିରକ୍ଷା କୋଷ ସଂଖ୍ୟା ବଢାଇଥାଏ ଏବଂ ଶରୀରକୁ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଯୋଗାଇଥାଏ । ମସଲା ହଜମ କ୍ରିୟାକୁ ବଢାଇବା ସହ ଶରୀରକୁ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ମଧ୍ୟ ଯୋଗାଇଥାଏ । କେତେକ ମସଲାଗୁଡିକୁ ଚିକିତ୍ସାରେ ମଧ୍ୟ ବ୍ୟବହାର କରାଯାଏ ।

ହଳଦୀରେ ଶକ୍ତିଶାଳୀ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଯାହା ମାନସିକ ଚାପକୁ ରୋକିଥାଏ । ଏହା ହାର୍ଟ ପାଇଁ ବେଶ ଭଲ ଏବଂ ଏହା ଗଳା ଯନ୍ତ୍ରଣାରୁ ଉପଶମ କରିଥାଏ ।ଗୋଲମରିଚରେ ପିପେରାଇନ୍ ଥାଏ, ଯାହା ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଏହା ଶରୀରରୁ କ୍ଷତିକାରକ ବିଷାକ୍ତ ପଦାର୍ଥକୁ ମଧ୍ୟ ବାହାର କରିଥାଏ ।ଆଲିସିନ୍ ହେଉଛି ରସୁଣ ଏବଂ ପିଆଜରେ ଥିବା ଏକ ସଲଫର୍ । ଏଥିରେ ଅନେକ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରିରହିଛି ।ଲବଙ୍ଗ ଦନ୍ତ ଚିକିତ୍ସାରେ ବ୍ୟବହାର କରାଯାଏ; ଏହା ଏକ ଯନ୍ତ୍ରଣା ଉପଶମକାରୀ ଭାବରେ କାମ କରେ । ଏହାର ଗୁଣ୍ଡ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ । କଞ୍ଚା ଲଙ୍କାରେ କ୍ୟାପସାଇସିନ୍ ଥାଏ । ଏହା ଥଣ୍ଡା ଏବଂ ସାଇନସାଇଟିସ୍ ରୋକିବାରେ ସାହାଯ୍ୟ କରିଥାଏ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)