Health & Lifestyle

ଦହି ଖାଆନ୍ତୁ; ଦୂର ହେବ ଅନେକ ସମସ୍ୟା

ଆମେ ଖାଉଥିବା ଖାଦ୍ୟରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ଭରି ରହିଥାଏ । ଆମେ କ୍ଷୀର ଏବଂ ଦହିର ଉପଯୋଗ ଦୀର୍ଘ ଦିନରୁ କରି ଆସୁଛୁ । ଦହିରେ ଲାକ୍ଟୋବାସିଲସ୍ ନାମକ ବ୍ୟାକ୍ଟେରିଆ ଅଛି ।

12 December, 2022 7:00 PM IST By: Tanushree Mahapatra

ଆମେ ଖାଉଥିବା ଖାଦ୍ୟରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ଭରି ରହିଥାଏ । ଆମେ କ୍ଷୀର ଏବଂ ଦହିର ଉପଯୋଗ ଦୀର୍ଘ ଦିନରୁ କରି ଆସୁଛୁ । ଦହିରେ ( curd ) ଲାକ୍ଟୋବାସିଲସ୍ ନାମକ ବ୍ୟାକ୍ଟେରିଆ ଅଛି । ଏଥିପାଇଁ ଦହିର ସ୍ୱାଦ ଖଟା ହୋଇଥାଏ, ଦହି ଶରୀର ପାଇଁ ଅତ୍ୟନ୍ତ ଉତ୍ତମ ଆହାର ଅଟେ । ଆପଣ ଏହାକୁ ପ୍ରତିଦିନ ଖାଇ ପାରିବେ ।

ଯଦି ପ୍ରତିଦିନ ଦହି ଖାଇବେ ତେବେ ଦହିରୁ ଶରୀରକୁ ଅତ୍ୟନ୍ତ ଲାଭ ମିଳିବ । ଖାଦ୍ୟ ବିଶେଷଜ୍ଞ ମାନଙ୍କ  ମତରେ ପ୍ରତ୍ୟେକ ଋତୁରେ ଦ୍ୱିପହର ଭୋଜନରେ ଅଳ୍ପ ପରିମାଣରେ ଦହି ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହିତକାରୀ ହୋଇଥାଏ  ।

ପୋଷକତତ୍ତ୍ୱ ଭରପୁର ଦହିକୁ ରାତିବେଳା ଆଦୌ ଭୋଜନରେ ସାମିଲ ନ କରିବା ଠିକ । ଭିଟାମିନ ସି ( vitamins ) ଭରପୁର ଦହିକୁ ଫି୍ରଜରେ ରଖିବା ଅନୁଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ପ୍ରକାଶ କରିଛନ୍ତି । ଅଧିକାଂଶ ଲୋକଙ୍କ ଡାଏଟର ଦହି ହେଉଛି ଏକ ଗୁରୁତ୍ୱପୂର୍ଣ ଅଂଶ। ପ୍ରତିଦିନ ଦହି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ରହିବା ସହିତ ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ଅନେକାଂଶରେ ଅଷ୍ଟିଓପୋରୋସିସ,ରକ୍ତଚାପ, କେଶ ଏବଂ ହାଡ଼ ପାଇଁ ମଧ୍ୟ ଦହି ଲାଭଦାୟକ ହୋଇଥାଏ ।  ଦହିରେ ପ୍ରୋଟିନ, କ୍ୟାଲସିୟମ, ରାଇବୋଫ୍ଲାଭିନ, ଭିଟାମିନ ଈ ୬  ଏବଂ ଭିଟାମିନ ଈ ୧୨  ଭଳି ପୋଷକ ତତ୍ତ୍ୱ ଭରପୁର ରହିଥାଏ । ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ l

ଦହିରୁ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ମିଳିଥାଏ । ଏଥିରେ କ୍ୟାଲସିୟମ୍, ଫସଫରସ୍, ଜିଙ୍କ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ । ଦହିରେ ଓମେଗା ୬ ଫ୍ୟାଟି ଏସିଡ ରହିଥାଏ । ଏକ କପ୍ ଦହିରୁ ପାଖାପାଖି ୧୨୦କ୍ୟାଲୋରୀ ପ୍ରାପ୍ତ ହୋଇଥାଏ । ନୟମିତ ଦହି ଖାଇଲେ ରକ୍ତ ପ୍ରବାହରେ ସୁଧାର ଆସିଥାଏ । ଏହା ସହ ଦୁର୍ବଳ ମଧ୍ୟ ଲାଗି ନ ଥାଏ । ଦହି ଖାଇଲେ ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ।ଦହି ଖାଇଲେ ପେଟ ଏବଂ ଗ୍ୟାସ୍ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ । ଦହିରେ ଭରପୁର କ୍ୟାଲସିୟମ୍ ରହିଛି ଯାହା ଆପଣଙ୍କ ହାଡ ମଜଭୂତ କରିବାରେ ସାହାଯ୍ୟ କରେ ।

ଉଚ୍ଚରକ୍ତଚାପ ଏବଂ ହୃଦଜନିତ ସମସ୍ୟାରୁ ଦୂରେଇ ରଖେ ଦହି । ଆପଣଙ୍କର ଯଦି କୋଲେଷ୍ଟ୍ରଲ ବଢୁଛି ତେବେ ଦହି ଏଥିପାଇଁ ରାମବାଣ ସଦୃଶ୍ୟ ହୋଇପାରେ । ଦହି ଖାଇଲେ ଭଲ ନିଦ ମଧ୍ୟ ହୋଇଥାଏ । ତୁଣ୍ତରେ ଘା ହେଉଥିଲେ ପାଟିରେ ଦହି ଲଗାନ୍ତୁ । ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଦହିର ବ୍ୟବହାର କରି ପାରିବା । ପ୍ରତ୍ୟେକ ଦିନ ଦହି ଖାଇଲେ ପାଖ ମାଡିବନି ରୋଗ । ଦହି ଖାଇଲେ ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ । ଦହି କେଶ ଲାଗି ଖୁବ୍‌ ଲାଭଦାୟକ ହୋଇଥାଏ ।  ଦହିରେ ବେସନ ମିଶାଇ ଲଗାଇଲେ ଏହାଦ୍ୱାରା ତ୍ୱଚା କୋମଳ ହୋଇଥାଏ ଓ ଉଜ୍ଜ୍ୱଳ ଦେଖାଯାଇଥାଏ । ଚେହେରାରେ ଭାଙ୍ଗ ପଡୁଥିଲେ ଲଗାନ୍ତୁ ଦହି ଦେଖିବେ ଚମତ୍କାର  । ଆପଣଙ୍କ କେଶରେ ରୂପି ହେଉଛି କି ତେବେ ଦହି ସେଥିପାଇଁ ଭଲ ଏକ ଭଲ ଉପାୟ ।

ଦହି ସହ ଚିନି ମିଶାଇ ଖାଇବା ଦ୍ୱାରା କଫ ସମସ୍ୟା ଦୂର ହୋଇଥାଏ। ଏହାଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ। କାର୍ଯ୍ୟ କରିବାକୁ ହାଲିଆ ଅନୁଭବ ହୋଇନଥାଏ। ଦହି ସହ ସାମାନ୍ୟ ଲୁଣ ମିଶାଇ ଖାଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୋଇଥାଏ। ଦହି ମୁଖ୍ୟତଃ ଏସିଡିଟି ଦୂର କରିଥାଏ। ଦହି ଓ ଜୁଆଣୀ ମିଶାଇ ଖାଇବା ଦ୍ୱାରା ଶରୀରରୁ ଅନେକ ରୋଗ ଦୂର ହୋଇଥାଏ। ଦାନ୍ତରେ ଯନ୍ତ୍ରଣା ଥିଲେ ଏହାର ସେବନ କଲେ ଏହି ସମସ୍ୟା ଦୂର ହୋଇଥାଏ। ପାଟିରେ ଭିତରେ ହେଉଥିବା ଲାଲ ଦାଗ ମଧ୍ୟ ଦୂର ହୋଇଥାଏ। ଦହି ଓ ଗୋଲମରିଚର ଅନେକ ଲାଭ ରହିଛି। ଏହାଦ୍ୱାରା କେଶ ଝଡିବା ସମସ୍ୟା ଦୂର ହୋଇଥାଏ। ଏଥିପାଇଁ ୩ ଚାମଚ ଦହିରେ ୧ ଚାମଚ ଗୋଲମରିଚ ଗୁଣ୍ଡ ମିଶାଇ କେଶ ମୂଳରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ । ଏହାଦ୍ୱାରା କେଶ ରେଶମୀ ହେବା ସହ କେଶ ଝଡିବା କମିଥାଏ।

ଦହି ଆପଣଙ୍କ ଚର୍ମ ଉପରେ ଏକ ମଶ୍ଚରାଇଜିଂ ପ୍ରଭାବ ପକାଇଥାଏ ଏବଂ ଏହା ଆପଣଙ୍କ ଶୁଷ୍କ ଚର୍ମକୁ ସ୍ୱାଭାବିକ ଭାବରେ ସୁସ୍ଥ କରିଥାଏ । କେତେକ ଲୋକ ପାକସ୍ଥଳୀ ସମ୍ବନ୍ଧୀୟ ସମସ୍ୟା ହେତୁ ବ୍ରଣରେ ପୀଡିତ ହୁଅନ୍ତି । ଦହି ଏକ ସକ୍ରିୟ ଗୁଣ୍ଡକୁ ମାରିନେଟ୍ କରିବାରେ ସାହାଯ୍ୟ କରେ ଯାହା ସୁସ୍ଥ ଚର୍ମକୁ ନେଇଥାଏ । ଦହି ହେଉଛି ଫେସ୍ ପ୍ୟାକ୍ ପାଇଁ ଏକ ଉତ୍କୃଷ୍ଟ ସୌନ୍ଦର୍ଯ୍ୟ ଉପାଦାନ । କାରଣ ଏଥିରେ ଲାକ୍ଟିକ୍ ଏସିଡ୍ ଥାଏ । ଯାହା ଏକ ଏକ୍ସଫୋଲିଏଟର ଭାବରେ କାର୍ଯ୍ୟ କରିଥାଏ ଏବଂ ସମସ୍ତ ମୃତ କୋଷ ଏବଂ ଦାଗକୁ ସଫା କରିଥାଏ ।

ଦହି ଖାଆନ୍ତୁ, ସୁସ୍ଥ ରୁହନ୍ତୁ !!

ଦହି ସହ ପିଆଜ ଖାଉଥିଲେ ସାବଧାନ, ହୋଇପାରେ କ୍ଷତିକାରକ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)