Health & Lifestyle

ଏହି ରୋଗୀମାନଙ୍କୁ ମୁଗ ଖାଇବା ମନା..

ମୁଗ ଡାଲିରେ ଅନେକ ପ୍ରକାରର ପୁଷ୍ଟିକର ଉପାଦାନ ରହିଥାଏ । ଡାଲି ମୁଖ୍ୟତଃ ପ୍ରୋଟିନର ଭଣ୍ଡାର ଅଟେ କିନ୍ତୁ ଏହା ବ୍ୟତୀତ କପର, ଫୋଲେଟ୍, ରାଇବୋଫ୍ଲାଭିନ, ଭିଟାମିନ୍, ଭିଟାମିନ୍-ସି, ଫାଇବର, ପୋଟାସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍, ଆଇରନ୍, ଭିଟାମିନ୍ ବି-୬, ନିୟାସିନ୍, ଥିଏମାଇନ୍ ଭଳି ଉପାଦାନଗୁଡ଼ିକ ଭରପୂର ପରିମାଣରେ ରହିଥାଏ ।

27 April, 2023 8:00 AM IST By: Priyambada Rana

ଡାଲି ଗରିବଙ୍କ ପାଇଁ କ୍ଷୀର ଭଳି କାମ କରିଥାଏ । ଡାଲିରେ(Dal) ଯେତେ ପୁଷ୍ଟିକର ଉପାଦାନ ଅଛି, ସେଗୁଡିକ କ୍ଷୀରରେ ମଧ୍ୟ ନଥାଏ । ଯେଉଁମାନେ ଶାକାହାରୀ ଅଟନ୍ତି ସେମାନଙ୍କ ପାଇଁ ଡାଲି ମୁଖ୍ୟତଃ ପୁଷ୍ଟିକର ଖାଦ୍ୟଭଳି କାମ କରଥାଏ । ଡାଲି ମଧ୍ୟରେ ମୁଗ ଡାଲି ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ମୁଗ ଡାଲିରେ ଅନେକ ପ୍ରକାରର ପୁଷ୍ଟିକର ଉପାଦାନ ରହିଥାଏ । ଡାଲି ମୁଖ୍ୟତଃ ପ୍ରୋଟିନର ଭଣ୍ଡାର ଅଟେ କିନ୍ତୁ ଏହା ବ୍ୟତୀତ କପର, ଫୋଲେଟ୍, ରାଇବୋଫ୍ଲାଭିନ, ଭିଟାମିନ୍, ଭିଟାମିନ୍-ସି, ଫାଇବର, ପୋଟାସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍, ଆଇରନ୍, ଭିଟାମିନ୍ ବି-୬, ନିୟାସିନ୍, ଥିଏମାଇନ୍ ଭଳି ଉପାଦାନଗୁଡ଼ିକ ଭରପୂର ପରିମାଣରେ ରହିଥାଏ ।

ଏହା ବ୍ୟତୀତ ମୁଗ ଡାଲିରେ ପର୍ଯ୍ୟାପ୍ତ ପରିମାଣର ଫାଇବର ରହିଥାଏ ଯାହା ଅନ୍ତନଳୀରୁ ମଇଳା ବାହାର କରିବାରେ ସାହାଯ୍ୟ କରିଥାଏ ଏବଂ ଖାଦ୍ୟ ଶିଘ୍ର ହଜମ କରିବା ପ୍ରକ୍ରିୟାକୁ ଶସକ୍ତ କରିଥାଏ । ତଥାପି କିଛି ଲୋକ ବିଶ୍ୱାସ କରନ୍ତି ଯେ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ମୁଗ ଡାଲି ଖାଇବା ହାନିକାରକ ହୋଇଥାଏ ।ମୁମ୍ବାଇର ନାନାବତୀ ମ୍ୟାକ୍ସ ହସ୍ପିଟାଲର ସିନିୟର ଡାଏଟିସିଆନ୍ ଡକ୍ଟର ରସିକା ମାଥୁର କହିଛନ୍ତି ଯେ ସାଧାରଣତଃ ମୁଗ ଡାଲିରୁ କୌଣସି କ୍ଷତି ହୁଏ ନାହିଁ। ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଏହା କିଛି ବ୍ୟକ୍ତିବିଶେଷଙ୍କୁ କ୍ଷତି ପହଞ୍ଚାଇପାରେ ।

ମୁଗ ଡାଲି ଓଜନ ହ୍ରାସ କରିବାରେ ସାହାଯ୍ୟ କରେ-

ଡକ୍ଟର ରସିକା ମାଥୁର କହିଛନ୍ତି ଯେ ମୁଙ୍ଗ ଡାଲିରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ଏବଂ ଫାଇବର ରହିଥାଏ । ଏହା ବ୍ୟତୀତ ଭିଟାମିନ୍ ସି ମଧ୍ୟ ଅଧିକ ପରିମାଣରେ ମିଳିଥାଏ, ଯେଉଁ କାରଣରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏହା ସାହାଯ୍ୟ କରିଥାଏ । ଏଥିରେ ପ୍ରୋଟିନର ମାତ୍ରା ଅଧିକ ଥିବାରୁ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇପାରେ ।ଅଧିକ ପ୍ରୋଟିନ୍ ଏବଂ ଫାଇବର ଥିବାରୁ, ମୁଗ ଡାଲି ଖାଇବା ପରେ କ୍ଷୁଧା ଦୀର୍ଘ ସମୟ ପର୍ଯ୍ୟନ୍ତ ଅନୁଭବ ହୋଇନଥାଏ ।

ମୁଗ ଡାଲିରେ ସ୍ପ୍ରାଉଡ, ହାଲୱା, ଖିଚିଡ଼ି ଇତ୍ୟାଦି ତିଆରି କରି ଖିଆ ଯାଏ । ଏସବୁ ବ୍ୟତୀତ ଏଥିରେ ଅଧିକ ପରିମାଣର ଫାଇବରର ଉପସ୍ଥିତି ହେତୁ କାର୍ବୋହାଇଡ୍ରେଟ୍ର ଅବଶୋଷଣ ମଧ୍ୟ ବିଳମ୍ବ ହେବ, ତେଣୁ ଏହା ଗ୍ଲୁକୋଜକୁ ଶୀଘ୍ର ବୃଦ୍ଧି କରିବାକୁ ଦେବ ନାହିଁ ।ଏହି ପରିସ୍ଥିତିରେ ମଧୁମେହ ରୋଗୀଙ୍କ ପାଇଁ ମୁଗ ଡାଲି ଅଧିକ ଲାଭଦାୟକ ଅଟେ ।

କେଉଁ ପରିସ୍ଥିତିରେ ଏହା କ୍ଷତି ଘଟାଇଥାଏ?

ଡକ୍ଟର ରସିକା ମାଥୁର କହିଛନ୍ତି ଯେକୌଣସି ଜିନିଷକୁ ଅଧିକ ଖାଇବା ଦ୍ୱାରା କ୍ଷତି ହୋଇଥାଏ। ଯେହେତୁ ମୁଗ ଡାଲିରେ ପ୍ରଚୁର ପ୍ରୋଟିନ୍ ଥାଏ, ଏହାକୁ ଦୀର୍ଘ ସମୟ ଧରି ବହୁ ପରିମାଣରେ ଖାଇବା ଦ୍ୱାରା କିଛି ଲୋକଙ୍କୁ କ୍ଷତି ସହିବାକୁ ପଡ଼ିଥାଏ । ବାସ୍ତବରେ, ଏହାର କୌଣସି ବିଶେଷ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଯେଉଁମାନଙ୍କର ଗ୍ୟାସ୍ ଏବଂ ଫୁଲିବା ସମସ୍ୟା ଥାଏ, ଯଦି ସେମାନେ କଞ୍ଚା ମୁଗ ଡାଲି ଖାଆନ୍ତି ତେବେ ଏହା ଗ୍ୟାସ୍ ଏବଂ ପେଟ ଫୁଲିବା ଭଳି ସମସ୍ୟାକୁ ହୋଇଥାଏ ।

କେବେ ବି ଖାଆନ୍ତୁନାହିଁ ଏହି ଡାଲି, ହେବ କ୍ଷତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)