Health & Lifestyle

ସକାଳ ଭୋଜନକୁ କରନ୍ତୁନି ଅଣଦେଖା, ଜାଣନ୍ତୁ ଏହାର ୫ଟି ଫାଇଦା...

ଆମ ଦେଶରେ ଗୃହିଣୀମାନେ ପ୍ରାୟତଃ ସକାଳୁ ଉଠିବା ମାତ୍ରେ ଜଳଖିଆ ପାଇଁ ବ୍ୟବସ୍ଥା କରନ୍ତି । କିନ୍ତୁ ଆଜି କାଲି ଘରଠୁ ବାହାରେ ରହୁଥିବା ଯୁବପିଢ଼ୀ ନିଦ ଓ ଅଫିସ୍ ଚକରରେ ପ୍ରାତଃ ଭୋଜନକୁ ଅନଦେଖା କରିଦେଉଛନ୍ତି ।ଯଦି ଆପଣ ମଧ୍ୟ ଏପରି କରୁଥାନ୍ତି, ତାହେଲେ କରନ୍ତୁ ନାହିଁ । କାରଣ ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କୁ ଅସୁବିଧାରେ ପକାଇପାରେ ।

13 June, 2023 7:00 AM IST By: Priyambada Rana

ଆମ ଦେଶରେ ଗୃହିଣୀମାନେ ପ୍ରାୟତଃ ସକାଳୁ ଉଠିବା ମାତ୍ରେ ଜଳଖିଆ ପାଇଁ ବ୍ୟବସ୍ଥା କରନ୍ତି । କିନ୍ତୁ ଆଜି କାଲି ଘରଠୁ ବାହାରେ ରହୁଥିବା ଯୁବପିଢ଼ୀ ନିଦ ଓ ଅଫିସ୍ ଚକରରେ ପ୍ରାତଃ ଭୋଜନକୁ ଅନଦେଖା କରିଦେଉଛନ୍ତି ।ଯଦି ଆପଣ ମଧ୍ୟ ଏପରି କରୁଥାନ୍ତି, ତାହେଲେ କରନ୍ତୁ ନାହିଁ । କାରଣ ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଆମ ସମସ୍ତଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ ସକାଳର ଜଳଖିଆ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସକାଳେ ଜଳଖିଆ ଖାଇବା ଦ୍ୱାରା ଏହା ଆପଣଙ୍କ ଶରୀରରେ କିପରି ସୂପ୍ରଭାବ ପକାଇଥାଏ ଆସନ୍ତୁ ଜାଣିବା..

କାହିଁକି ଜଳଖିଆ ଗୁରୁତ୍ୱପୂର୍ଣ୍ଣ ?

୧. ଜଳଖିଆ ହେଉଛି ଆପଣଙ୍କର ସବୁଠାରୁ ବଡ ଶକ୍ତି ଉତ୍ସ । କାର୍ଯ୍ୟରତ ଲୋକଙ୍କ ପାଇଁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ।କାରଣ କାମ କରିବା ପାଇଁ ଆମ ଶରୀର ଯଥେଷ୍ଟ ଶକ୍ତି ଆବଶ୍ୟକ କରିଥାଏ । ସେ ଡେସ୍କରେ କାମ କରିବା ହେଉ କିମ୍ବା ଫିଲ୍ଡରେ କାମ କରିବା ହେଉ । ଯଦି ଆପଣ ଜଳଖିଆ ନକରି ବାହାରକୁ ଯାଆନ୍ତି, ତେବେ ଆପଣ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେଇ ପାରିବେ ନାହିଁ ଏବଂ କୌ ଣସି ସୃଜନଶୀଳ କାର୍ଯ୍ୟ କରିପାରିବେ ନାହିଁ । ସେଥିପାଇଁ ସକାଳ ଜଳଖିଆରେ ଆପଣଙ୍କ ପାଖରେ ଯାହା ଅଛି ତାହା ଖାଇବା ପରେ ବାହାରକୁ ବାହାରିବା ଉଚିତ୍ ।ଯଦି ଆପଣ ସକାଳ ଜଳଖିଆରେ ଅଣ୍ଡା, ରୁଟି ଓ କଦଳୀ ଭଳି ପ୍ରୋଟିନ୍ ଯୁକ୍ତ ଜିନିଷ ଅନ୍ତର୍ଭୁକ୍ତ କରନ୍ତି ତେବେ ଏହା ଲାଭଦାୟକ ହୋଇପାରିବ ।

୨. ସକାଳ ଜଳଖିଆ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ମେଟାବୋଲିଜିକୁ ବଢ଼ାଇଥାଏ ଯାହା ଦ୍ୱାରା ଆପଣ ଦିନସାରା କ୍ୟାଲୋରୀ ନଷ୍ଟ କରିଥାନ୍ତି ଏବଂ ନିଜକୁ ଶକ୍ତିଶାଳୀ ରଖିଥାନ୍ତି । ଯଦି ଆପଣ ସକାଳେ ଜଳଖିଆ ଖାଇବାକୁ ଭୁଲିଯାଆନ୍ତି ତେବେ ଏହା ଆପଣଙ୍କ କାର୍ଯ୍ୟର ଉତ୍ପାଦକତା ଉପରେ ପ୍ରଭାବ ପକାଇଥାଏ ।ଯାହା ଦ୍ୱାରା ଆପଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସକ୍ଷମ ହୋଇପାରିବେ ନାହିଁ ଏବଂ ତା’ପରେ ଚାପ ଓ ଉଦାସୀନତାର ସମସ୍ୟା ଆରମ୍ଭ ହୋଇଥାଏ ।

୩. ଯଦି ଆପଣ ପ୍ରତିଦିନ ଠିକ୍ ସମୟରେ ଜଳଖିଆ ଖାଉଛନ୍ତି ତେବେ ଆପଣଙ୍କର ମଧୁମେହ ହେବାର ଆଶଙ୍କା ମଧ୍ୟ ଯଥେଷ୍ଟ କମିଯାଏ । ରକ୍ତରେ ଶର୍କରା ସ୍ତର ସ୍ଥିର ରହିଥାଏ । ନିଦରୁ ଉଠିବାର ୨ ଘଣ୍ଟା ମଧ୍ୟରେ କିଛି ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇ ଆପଣ ଦିନସାରା ଗ୍ଲୁକୋଜର ଉତ୍ଥାନକୁ ଏଡାଇ ପାରିବେ ।

୪. ଯେତେବେଳେ ଆପଣ ଦେଲ୍ଦି ଜଳଖିଆ ଖାଇବା ପରେ ଘରୁ ବାହାରକୁ ଯାଆନ୍ତି, ଏହା ମଧ୍ୟ ମେଦବହୁଳତାର ସମସ୍ୟାକୁ ହ୍ରାସ କରିପାରେ କାରଣ ଯେତେବେଳେ ଆପଣ ଖାଦ୍ୟ ଖାଇବା ପରେ ଘରୁ ବାହାରକୁ ଯାଆନ୍ତି, ସେତେବେଳେ ଆପଣ ଭୋକିଲା ଅନୁଭବ କରନ୍ତି ନାହିଁ ଏବଂ ଆପଣ ଅତ୍ୟଧିକ ଖାଦ୍ୟ ଗ୍ରହଣକୁ ମଧ୍ୟ ଏଡ଼ାଇ ପାରିବେ ।

୫. ଜଳଖିଆ ଖାଇବା ଦ୍ୱାରା ଆପଣଙ୍କ ବୌଦ୍ଧିକ ବିକାଶ ମଧ୍ୟ ହୋଇଥାଏ । ଏହା ବୌଦ୍ଧିକ ବିକାଶକୁ ପ୍ରଭାବିତ କରିଥାଏ ।ମସ୍ତିଷ୍କ ସଠିକ୍ ଭାବରେ କାମ କରେ ।ଶିକ୍ଷଣ କ୍ଷମତା ମଧ୍ୟ ପ୍ରଭାବିତ ହୋଇଥାଏ ।

୬. ଜଳଖିଆ ନ ଖାଇଲେ ଆପଣ ଦିନ ସାରା ଥକ୍କାପଣ ଅନୁଭବ କରିଥାନ୍ତି ।ଯଥେଷ୍ଟ ନିଦ ପାଇବା ସତ୍ତ୍ୱେ ଆପଣ ଲୋ-ପ୍ରେସର ଏବଂ କ୍ଳାନ୍ତ ଅନୁଭବ କରିଥାନ୍ତି । କାରଣ ଆମେ ଖାଉଥିବା ଖାଦ୍ୟ ଆମ ଶରୀରରେ ଶକ୍ତି ବୃଦ୍ଧି କରିଥାଏ । ସକାଳର ଜଳଖିଆ ଆମ ଶରୀରର ଶକ୍ତି ସ୍ତର ଉପରେ ପ୍ରଭାବ ପକାଇଥାଏ ।

ଖାଉଛନ୍ତି କି ଚା’ ସହିତ ବିସ୍କୁଟ୍? ଜାଣନ୍ତୁ ଏହା କ୍ଷତିକାରକ…

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)