Health & Lifestyle

କାହିଁକି ଅଧିକ ମିଠା ଖାଇବାକୁ ମନା କରନ୍ତି ଡାକ୍ତର?

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଚିନିକୁ ମାତ୍ରାଧିକ ସେବନ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇଥାଏ । ଖାଲି ସେତିକି ନୁହେଁ ଚିନି ଏକ ପ୍ରକାର ଡ୍ରଗ୍ସ ବା ନିଶା ଭଳି କାମ କରିଥାଏ । ଯାହା ଶରୀରର ଅନେକ ପ୍ରକାରର କ୍ଷତି ଘଟାଇଥାଏ।

05 April, 2023 8:00 AM IST By: Priyambada Rana

ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ । ଆଉ କିଛି ଲୋକେ ତ ମିଠା(Sweet) ବିନା ରହି ପାରନ୍ତି ନାହିଁ । କିନ୍ତୁ ଯଦି ଆପଣ ମିଠା ଖାଇବାକୁ ବହୁତ ପସନ୍ଦ କରୁଛନ୍ତି ତାହାଲେ ସାବଧାନ ହୋଇଯାଆନ୍ତୁ । ଚିନି ଏକ ଏଭଳି ପଦାର୍ଥ ଯାହା ପାଟିକୁ ଲାଗିଥାଏ ସ୍ୱାଦିଷ୍ଟ। ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଚିନିକୁ ମାତ୍ରାଧିକ ସେବନ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇଥାଏ । ଖାଲି ସେତିକି ନୁହେଁ ଚିନି ଏକ ପ୍ରକାର ଡ୍ରଗ୍ସ ବା ନିଶା ଭଳି କାମ କରିଥାଏ । ଯାହା ଶରୀରର ଅନେକ ପ୍ରକାରର କ୍ଷତି ଘଟାଇଥାଏ।

ବୈଜ୍ଞାନିକଙ୍କ କହିବା ଅନୁସାରେ, ଆମର ଦୈନିକ ସନ୍ତୁଳିତ ଆହାରରେ ୫ ପ୍ରତିଶତରୁ ବି କମ ଚିନି ରହିବା ଆବଶ୍ୟକ। ଆମେ ଖାଉଥିବା ପ୍ରତ୍ୟେକ ମିଠା ଖାଦ୍ୟ ଓ ମିଠା ପାନୀୟରେ କାର୍ବୋହାଇଡ୍ରେଟ(Carbohydrates) ରହିଥାଏ। ଏହା ଶରୀର ପାଇଁ ହିତକର କିନ୍ତୁ ଏହି ପ୍ରକାର ଖାଦ୍ୟରେ ଶର୍କରାର ପରିମାଣ ବି ଅଧିକ ଥାଏ ଯାହାକି ହୃଦରୋଗର ଆଶଙ୍କା ବଢାଇଥାଏ। ଅଧ୍ୟୟନରୁ ଏହା ମଧ୍ୟ ଜଣାପଡି଼ଛି ଯେ, ଆମର ଦୈନିକ ଆହାରରେ ୫ ପ୍ରତିଶତରୁ ଅଧିକ ଶର୍କରା ରହିଲେ ହୃଦରୋଗ ହେବାର ଆଶଙ୍କା ୭ ପ୍ରତିଶତ ବଢିଥାଏ ଓ ୬ ପ୍ରତିଶତ ଶର୍କରା ହୃଦରୋଗ ହେବାର ସମ୍ଭାବନାକୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦେଇଥାଏ। ୧ ଲକ୍ଷ ୧୦ ହଜାର ୪ ଶହ ୯୭ ଜଣଙ୍କୁ ନେଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର( Oxford University) ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ, ୪,୧୮୮ ଜଣଙ୍କଠାରେ ହୃଦରୋଗ ଓ ଷ୍ଟ୍ରୋକ ଉଭୟ ଦେଖିବାକୁ ମିଳିଥିବା ବେଳେ ୩,୧୩୮ ଜଣଙ୍କଠାରେ ହୃଦରୋଗ ଓ ୧,୧୨୪ ଜଣଙ୍କଠାରେ ଷ୍ଟ୍ରୋକର ଆଶଙ୍କା ଅଧିକ ଦେଖାଯାଇଥିଲା। ତେବେ ଖାଦ୍ୟରେ ଥିବା କାର୍ବୋହାଇଡ୍ରେଟ ସହ ହୃଦରୋଗର କୌଣସି ସମ୍ବନ୍ଧ ନଥିଲା। ଏହି ଅଧ୍ୟୟନ ପ୍ରାୟ ୯ ବର୍ଷ ୪ ମାସ ପର୍ଯ୍ୟନ୍ତ ଚାଲିଥିଲା ।

ଯଦି ଆପଣ ମିଠା ଖାଇବାକୁ ବହୁତ ପସନ୍ଦ କରୁଛନ୍ତି ତାହାଲେ ସାବଧାନ ହୋଇଯାଆନ୍ତୁ । ଏହି ଅଭ୍ୟାସ ଆପଣଙ୍କୁ ବିପଦରେ ପକାଇପାରେ । ନିକଟରେ ହୋଇଥିବା ଏହି ଅଧ୍ୟୟନରୁ ଜଣାପଡି଼ଛି ଯେ, ମିଠା ଖାଇବାକୁ ପସନ୍ଦ କରୁଥିବା ଲୋକେ ବା ଅଧିକ ମିଠା ଖାଉଥିବା ଲୋକଙ୍କୁ ହୃତରୋଗ ହେବାର ଆଶଙ୍କା ଅଧିକ ଥାଏ । ମିଠା ପାନୀୟ, ମିଠା ଓ ଫଳ ରସରେ ଥିବା ଚିନି ହୃଦରୋଗ( Heart Disease) ବିପଦକୁ ବଢାଇଥାଏ ।

ସେହିପରି ଜାମା ଇଣ୍ଟରନାଲ ମେଡିସିନ୍ସ ପକ୍ଷରୁ ୧୫ ବର୍ଷର ଅଧ୍ୟୟନ ପରେ ଡକ୍ଟର ଓ ତାଙ୍କ ସହକର୍ମୀ ଜାଣିବାକୁ ପାଇଥିଲେ ଯେ, ଅଧିକ ଶର୍କରାଯୁକ୍ତ ଖାଦ୍ୟ ସହ ହୃଦରୋଗରେ ହେଉଥିବା ମୃତ୍ୟୁର ଏକ ଗଭୀର ସମ୍ପର୍କ ରହିଛି। ୮ ପ୍ରତିଶତ ଶର୍କରାଯୁକ୍ତ ଖାଦ୍ୟ ଖାଉଥିବା ଲୋକଙ୍କ ତୁଳନାରେ ୧୭ରୁ ୨୧ ପ୍ରତିଶତ ଅଧିକ ଚିନି ଖାଉଥିବା ଲୋକଙ୍କଠାରେ ହୃଦରୋଗର ଆଶଙ୍କା ୩୮ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଥାଏ ।

ଖରା ଦିନେ କିପରି ନେବେ ତ୍ୱଚାର ଯତ୍ନ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)