କ୍ଷୀର ଏବଂ କ୍ଷୀର ଉତ୍ପାଦ ବିଭିନ୍ନ ପ୍ରକାରର ପୋଷକତତ୍ତ୍ୱରେ ପରିପୂର୍ଣ୍ଣ ହୋଇଥାଏ । ପ୍ରୋବାୟୋଟିକ କ୍ଷୀରରେ ଥିବା ସୂକ୍ଷ୍ମ ପୋଷକତତ୍ତ୍ୱ ଶରୀର ପାଇଁ ଲାଭକାରୀ ହୋଇଥାଏ । ତେଣୁ ଏଥିପାଇଁ ଏହା ସାଧାରଣ କ୍ଷୀର ଠାରୁ ଅଧିକ ଭଲ ବୋଲି ଜଣାଯାଏ । ମଣିଷର ଶରୀର ପ୍ରତି ପ୍ରୋବାୟୋଟିକ କ୍ଷୀରର ଭଲ ପ୍ରଭାବ ରହିଥିବାର ଜଣାଯାଇଛି ।
କ) ଏହି ପରିବର୍ତ୍ତନ କ୍ଷୀରର ମାନଦଣ୍ଡ ଅବା କିଛିଟା ଅବକ୍ଷୟକୁ ପୂରଣ କରିବା ପାଇଁ ଏବଂ କ୍ଷୀରକୁ ଗରମ କରିବାର ବିଧି ଅଥବା ଅଧିକ ଗରମ କରି ଫୁଟାଇବା ଇତ୍ୟାଦି । ଏହି ଫରମେଣ୍ଟସନ କାରଣରୁ କ୍ଷୀରର ଗୁଣରେ ଏବଂ ପରିମାଣରେ ଏହି ଦୁଇ ମୁଖ୍ୟ କାରଣର ପରିବର୍ତନ ଆସିଅଛି ।
ଖ) ଜୀବାଣୁ କ୍ଷୟ ଏବଂ କ୍ଷୀରର ଗୁଣାତ୍ମକ କ୍ରିୟା ଏହି ଭିନ୍ନ ପ୍ରକାରର ପଦାର୍ଥର ପ୍ରସ୍ତୁତ କରିଥାଏ ।
ଗ) ଏହି ପ୍ରକାରର ସାମଗ୍ରୀରେ ଏଞ୍ଜାଇମର ବି ମିଶ୍ରଣ କରାଯାଏ, ଯାହା କି କ୍ଷୀରରେ ଥିବା ସ୍ନେହସାର, ପ୍ରୋଟିନ, କାର୍ବୋହାଇଡ୍ରେଟ ଅବା ଶର୍କରାର ଛୋଟ ଛୋଟ ଉତ୍ପାଦରେ ପରିବର୍ତ୍ତନ କରି ଦେଇଥାଏ ।
ଘ) ଏଥି ମଧ୍ୟରେ କିଛି ଭିଟାମିନ, ରୋଗପ୍ରତିରୋଧୀ ଉତ୍ପାଦ, ଆମିନୋ ଅମ୍ଳ , ଜୈବିକ ଅମ୍ଳ ଇତ୍ୟାଦିର ଗଠନ କରିଥାଏ, ଯାହା କି ଏହା ଅନ୍ତିମ ଉତ୍ପାଦର ବିଭିନ୍ନ ସ୍ୱତନ୍ତ୍ରତା ପ୍ରଦାନ କରିଥାଏ ।
କ୍ଷୀରର ଅବସ୍ଥାରେ ଆସିଥିବା ପରିବର୍ତ୍ତନ
ଶର୍କରା ଜୀବାଣୁମାନଙ୍କ ପାଇଁ ଶକ୍ତିର ମୁଖ୍ୟ ସ୍ରୋତ ହୋଇଥାଏ, ତେଣୁ ଏଥିରେ ଜୀବାଣୁ ବିକଶିତ ହୋଇ ଭିନ୍ନ ଭିନ୍ନ ପଦାର୍ଥର ନିର୍ମାଣ କରିଥାନ୍ତି । କ୍ଷୀରରେ ଥିବା କାର୍ବୋହାଇଡ୍ରେଟ ଲାକଟିକ ଅମ୍ଳରେ ପରିଣତ ହୋଇଯାଇ ଥାଏ l ପ୍ରୋବାୟୋଟିକ କ୍ଷୀରରେ ଥିବା ପ୍ରୋଟିନ - ଜୀବାଣୁ ଏବଂ ଏଞ୍ଜାଇମ ସହ ପ୍ରତିକ୍ରିୟା କରି ଆମୀନୋ ଅମ୍ଳରେ ମିଶି ଛୋଟ ଛୋଟ ପ୍ରୋଟିନରେ ହେଇଯାନ୍ତି , ଏହା ଛଡା ଏଥିରେ ଜୀବାଣୁ ପ୍ରୋଟିନ ବି ରହିଥାନ୍ତି । ପ୍ରୋବାୟୋଟିକ କ୍ଷୀର ଶିଶୁ , ବୟସ୍କ ଏବଂ ପେଟ ରୋଗ ଥିବା ଲୋକମାନଙ୍କ ପାଇଁ ସହଜରେ ହଜମ ହେଉଥିବା ଆହାର ଅଟେ ପ୍ରୋବାୟୋଟିକ କ୍ଷୀରରେ ଥିବା ଆମିନୋ ଅମ୍ଳ ଯେମିତି କି ଅଲନିନ, ଲ୍ୟୁସିନ, ଲାଇସିନ, ହିଷ୍ଟିଡିନ ଆଦିର ମାତ୍ରା ସାଧାରଣ କ୍ଷୀର ଠାରୁ ଅଧିକ ହୋଇଥାଏ । ପ୍ରୋବାୟୋଟିକ କ୍ଷୀରରେ ସାଧାରଣ କ୍ଷୀର ଅପେକ୍ଷା ଅଧିକ ଭିଟାମିନ ରହିଥାଏ । ତେଣୁ ପ୍ରୋବାୟୋଟିକ କ୍ଷୀରକୁ ଭିଟାମିନର ଏକ ଭଲ ଉତ୍ସ ବୋଲି କୁହାଯାଏ । ଫୋଲେଟ, ବାଇୟୋଟିନ , ଫୋଲିକ ଏସିଡ, ରାଇବୋଫ୍ଲୋବିନ (B2), B6, B1 ଇତ୍ୟାଦି ଭିଟାମିନ ଭରପୁର ହୋଇ ରହିଥାଏ ।
ପ୍ରୋବାୟୋଟିକ କ୍ଷୀରର ଫାଇଦା
ଯଦି ପ୍ରୋବାୟୋଟିକ କ୍ଷୀରର ଲାଭ କଥା କହିବ ତେବେ ଏହାର ଅନେକ ଭଲ କଥା ନଜରକୁ ଆସେ:-
-
ପ୍ରୋବାୟୋଟିକ କ୍ଷୀର ହାନିକାରକ ଜୀବାଣୁମାନଙ୍କୁ ଶରୀରରେ ବୃଦ୍ଧି ହେବାକୁ ରୋକି ଦେଇଥାଏ ।
-
ପ୍ରୋବାୟୋଟିକ କ୍ଷୀର ବଦହଜମି, ପେଟ ଯନ୍ତ୍ରଣା ଓ ପତଳାଝାଡା ପରି ସମସ୍ୟାର ନିୟନ୍ତ୍ରଣ କରିଥାଏ ।