Health & Lifestyle

ରାତିରେ ଶୋଇବା ପୂର୍ବରୁ ପାଣିରେ ଭିଜାଇ ରଖନ୍ତୁ ଏହି ୫ ଟି ଜିନିଷ, ଦୂର ହୋଇଯିବ ଅନେକ ରୋଗ...

କିଛି ଖାଦ୍ୟ ପଦାର୍ଥକୁ ପାଣିରେ ଭିଜାଇ ରଖିବା ଦ୍ୱାରା, ଏହାର ଉତ୍ତାପ ହ୍ରାସ ହେବା ସହିତ ଏଥିରେ ଥିବା କିଛି ପୋଷକ ତତ୍ତ୍ୱ ମଧ୍ୟ ବୃଦ୍ଧି ପାଇଥାଏ । ତେଣୁ ଏପରି ଖାଦ୍ୟ ପ୍ରତିଦିନ ଖାଇବା ଦ୍ୱାରା ଏହା ପେଟକୁ ଅନେକ ସମସ୍ୟାରୁ ରକ୍ଷା କରିଥାଏ ଏବଂ ଶରୀର ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ ।

10 May, 2023 1:46 PM IST By: Priyambada Rana

କିଛି ଖାଦ୍ୟ ପଦାର୍ଥକୁ ପାଣିରେ ଭିଜାଇ ରଖିବା ଦ୍ୱାରା, ଏହାର ଉତ୍ତାପ ହ୍ରାସ ହେବା ସହିତ ଏଥିରେ ଥିବା କିଛି ପୋଷକ ତତ୍ତ୍ୱ ମଧ୍ୟ ବୃଦ୍ଧି ପାଇଥାଏ । ତେଣୁ ଏପରି ଖାଦ୍ୟ ପ୍ରତିଦିନ ଖାଇବା ଦ୍ୱାରା ଏହା ପେଟକୁ ଅନେକ ସମସ୍ୟାରୁ ରକ୍ଷା କରିଥାଏ ଏବଂ ଶରୀର ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ । ତେଣୁ, ଆପଣ ନିଶ୍ଚିତ ଭାବରେ କିଛି ଖାଦ୍ୟ ବିଷୟରେ ଜାଣିବା ଉଚିତ ଯାହାକୁ ଆପଣ ରାତିରେ ଶୋଇବା ପୂର୍ବରୁ ଭିଜାଇ ରଖି ସକାଳେ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଫାଇଦା ମିଳିଥାଏ ।ତେବେ ଏପରି କରିବା ଦ୍ୱାରା ଆପଣଙ୍କୁ କିପରି ଲାଭ ମିଳିଥାଏ ତାହା ମଧ୍ୟ ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ....

ଖାଇବା ପୂର୍ବରୁ ଏହି ୫ଟି ଜିନିଷକୁ ରାତିସାରା ପାଣିରେ ଭିଜାନ୍ତୁ-

୧.କଠିନ ଶସ୍ୟ-

ମୁଗ, ସୋଲା, ସୋୟାବିନ୍ ମଞ୍ଜି ଆଦି ରାତିରେ ଶୋଇବା ପୂର୍ବରୁ ଭିଜାଇ ରଖନ୍ତୁ ।ଏହା ଦ୍ୱାରା ଉକ୍ତ ଖାଦ୍ୟ ପଦାର୍ଥରେ ଥିବା ଫାଇଟିକ୍ ଏସିଡ୍ ହ୍ରାସ କରିବାରେ ସାହାଯ୍ୟ କରେ, ଯାହାକୁ ଫାଇଟେଟ୍ ମଧ୍ୟ କୁହାଯାଏ ।ଫାଇଟିକ୍ ଏସିଡକୁ ବେଳେବେଳେ ଏକ ଆଣ୍ଟି-ପୁଷ୍ଟିକର କୁହାଯାଏ କାରଣ ଏହା କେତେକ ପ୍ରୋଟିନ୍ ଏବଂ ଖଣିଜ ପଦାର୍ଥ ଯେପରିକି ଲୁହା, ଜିଙ୍କ ଏବଂ କ୍ୟାଲସିୟମ୍ ସହିତ ଜଡ଼ିତ । ଏହି ପୋଷକ ତତ୍ତ୍ୱକୁ ବାନ୍ଧିବା ଦ୍ୱାରା ଏହା ଆମ ଶରୀରରେ ଅବଶୋଷିତ ହେବାର କ୍ଷମତାକୁ ହ୍ରାସ କରିଥାଏ, ଯାହା ଦ୍ୱାରା ଆମେ ସେଗୁଡ଼ିକର ଲାଭ ପାଇପାରିବା ନାହିଁ ।

୨.ମେଥି-

ଗୋଟା ମେଥିକୁ ପାଣିରେ ଭିଜାଇବା ଦ୍ୱାରା ଏଥିରେ ଥିବା ଫାଇବରର ମାତ୍ରା ବୃଦ୍ଧି ପାଇଥାଏ ଏବଂ ଏହାର ଗୁଣବତ୍ତା ମଧ୍ୟ ବଢ଼ିଥାଏ । ମେଥିକୁ ପାଣିରେ ଭିଜାଇ ରଖିବା ଦ୍ୱାରା ଏହା ଶରୀରର ପାଚନ କ୍ରିୟାକୁ ମଧ୍ୟ ସକ୍ରିୟ କରିଥାଏ । ଯଦ୍ୱାରା ଆମେ ଖାଉଥିବା ଖାଦ୍ୟ ଶିଘ୍ର ହଜମ ହୋଇଯାଇଥାଏ ।

୩. ଫ୍ଲେକ୍ସସିଡ୍ ଓ ଆଲମଣ୍ଡ-

ଫ୍ଲେକ୍ସସିଡ୍ ଓ ଆଲମଣ୍ଡରେ ଭରପୁର ମାତ୍ରାରେ ପ୍ରୋଟିନ୍ ଭରି ହୋଇ ରହିଥାଏ । ଏହା ବ୍ୟତୀତ, ଭିଜିବା ପରେ ଏହି ଦୁଇଟି ଖାଦ୍ୟରେ ଥିବା ଫାଇବର୍ ଅଂଶ ଓ ପୋଷକ ତତ୍ତ୍ୱ ମଧ୍ୟ ବୃଦ୍ଧି ପାଇଥାଏ । ଏହା ଆମ ପେଟକୁ ଥଣ୍ଡା ରଖିବା ସହ ଦିନ ସାରା ଆମକୁ ଆକ୍ଟିଭ୍ ମଧ୍ୟ ରଖିଥାଏ ।

୪. ପାଣିରେ ଆମ୍ବ ଭିଜାଇ ଖାଆନ୍ତୁ-

ପାଣିରେ ଭିଜାଇଥିବା ଆମ୍ବ ଖାଇବା ଦ୍ୱାରା ଏହା ଉତ୍ତାପକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।ଆହୁରି ମଧ୍ୟ, ଆମ୍ବ ଗରମ ହେତୁ କିଛି ଲୋକ ଦାଗ ଏବଂ ଚର୍ମ ସଂକ୍ରମଣର ସାମ୍ନା କରିଥାନ୍ତି ।ଏପରି ପରିସ୍ଥିତିରେ, ସେମାନଙ୍କୁ ପାଣିରେ ଭିଜାଇ ଖାଇବା ଦ୍ୱାରା ଏହି ସମସ୍ୟାରୁ ରକ୍ଷା ମିଳିଥାଏ ।

୫.ପାଣିରେ କିସମିସ୍ ଭିଜାଇ ଖାଆନ୍ତୁ-

ପାଣିରେ ଭିଜାଯାଇଥିବା କିସମିସ୍ ଖାଇବା ଦ୍ୱାରା ଏହା ଶରୀରରେ ଲୌହର ପରିମାଣ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।ଯଦ୍ୱାରା କୋଷ୍ଠକାଠିନ୍ୟ ଏବଂ କବ୍ଜ ରୋଗୀଙ୍କୁ ଆରାମ ଦେଇଥାଏ । ତେଣୁ, ଏହି ସବୁ ଜିନିଷକୁ ଭିଜାଇ ଖାଇବା ଦ୍ୱାରା ଶରୀରର ବିଭିନ୍ନ ସମସ୍ୟାକୁ ମୁକ୍ତି ମିଳିଥାଏ ।

ଡାଇବେଟିସ କଣ୍ଟ୍ରୋଲ ପାଇଁ ବ୍ରେକଫାଷ୍ଟରେ ଖାଆନ୍ତୁ ଏହି ୫ଟି ଖାଦ୍ୟ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)