Health & Lifestyle

ଭୃସଙ୍ଗ ପତ୍ରର ଗୁଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ !!

ଭୃସଙ୍ଗ ପତ୍ରର ବାସ୍ନା ହିଁ ତାହାର ପରିଚୟ l ଭୃସଙ୍ଗ ପତ୍ରର ସ୍ୱତନ୍ତ୍ର ବାସ୍ନା ଖାଦ୍ୟର ସୁଗନ୍ଧ ଦ୍ବିଗୁଣିତ କରିଦିଏ l ଘରେ ପ୍ରସ୍ତୁତ ଡାଲି ହେଉ କିମ୍ବା ଭୋଜିଭାତର ଖଟା ଏ ସବୁରେ ଭୃସଙ୍ଗ ପତ୍ରକୁ ଆଗ ଖୋଜାଯାଏ l ଏମିତିରେ ଦେଖିବାକୁ ଗଲେ ଦକ୍ଷିଣ ଭାରତରେ ଭୃସଙ୍ଗ ପତ୍ରର ଆଦର ବହୁତ ବେଶୀ l

26 July, 2021 2:06 PM IST By: Sugyan Kumar Nayak

ଭୃସଙ୍ଗ ପତ୍ରର ବାସ୍ନା ହିଁ ତାହାର ପରିଚୟ l ଭୃସଙ୍ଗ ପତ୍ରର ସ୍ୱତନ୍ତ୍ର ବାସ୍ନା ଖାଦ୍ୟର ସୁଗନ୍ଧ ଦ୍ବିଗୁଣିତ କରିଦିଏ l ଘରେ ପ୍ରସ୍ତୁତ ଡାଲି ହେଉ କିମ୍ବା ଭୋଜିଭାତର ଖଟା ଏ ସବୁରେ ଭୃସଙ୍ଗ ପତ୍ରକୁ ଆଗ ଖୋଜାଯାଏ l ଏମିତିରେ ଦେଖିବାକୁ ଗଲେ ଦକ୍ଷିଣ ଭାରତରେ ଭୃସଙ୍ଗ ପତ୍ରର ଆଦର ବହୁତ ବେଶୀ l ଏହାର ପତ୍ରରୁ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଚଟଣୀ ପ୍ରସ୍ତୁତ କରାଯାଏ l ଦକ୍ଷିଣ ଭାରତର ରୋଷେଇରେ ଏହା ଏକ ଅବିଚ୍ଛେଦ୍ୟ ଅଂଶ ଅଟେ l ଭୋଜନ ପ୍ରସ୍ତୁତିରେ ଭୃସଙ୍ଗ ପତ୍ରର ବ୍ୟବହାର ବ୍ୟତୀତ ଏହାର ଅନେକ ଔଷଧୀୟ ଗୁଣ ରହିଛି l ଭାରତୀୟମାନଙ୍କ ରୋଷେଇ ଘରେ ଭୃସଙ୍ଗ ପତ୍ରର ବ୍ୟବହାର ହୋଇଥାଏ। ଏହା ଖାଇବାରେ ସ୍ବାଦ ଏବଂ ବାସ୍ନାକୁ ବଢ଼ାଇଥାଏ। ଭୃସଙ୍ଗ ପତ୍ରରେ ରହିଥିବା ପୋଷକତତ୍ତ୍ବ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଆୟୁର୍ବେଦରେ ଭୃସଙ୍ଗ ପତ୍ରକୁ ପେଟରୋଗ ପାଇଁ ରାମବାଣ କୁହାଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହାର କେତେକ ଔଷଧୀୟ ଗୁଣ ସମ୍ପର୍କରେ l

ମଧୁମେହ ରୋଗୀଙ୍କ ପାଇଁ  ଭୃସଙ୍ଗ ପତ୍ର ଚା ’ଖାଇବା ଏକ ଭଲ ବିକଳ୍ପ । ଏକ ଅଧ୍ୟୟନ ଅନୁଯାୟୀ, ଭୃସଙ୍ଗ ପତ୍ର ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ପ୍ରାୟ ୪୫ ପ୍ରତିଶତ ହ୍ରାସ କରିବାରେ ସହାୟକ ହୋଇପାରେ । ମଧୁମେହ ରୋଗୀମାନେ ପ୍ରତିଦିନ ଭୃସଙ୍ଗ ପତ୍ର ଚା ’ବ୍ୟବହାର କରି ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିପାରିବେ ।

ଭୃସଙ୍ଗ ପତ୍ରରେ ବାୟୁନାଶୀ ଗୁଣ ରହିଥାଏ ଯାହା କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ଦୂରରେ ରଖିଥାଏ। ଭୃସଙ୍ଗ ପତ୍ର ଆଣ୍ଟି ବ୍ୟାକ୍ଟେରିଆ ଭଳି କାମ କରିଥାଏ ଯେଉଁଥିରେ ସମସ୍ତ ପ୍ରକାର ପେଟ ରୋଗ ଭଲ ହୋଇଯାଇଥାଏ।

ଭୃସଙ୍ଗ ପତ୍ରରେ ଆଣ୍ଟି ଅକ୍ସିଡାଣ୍ଟ,ଆଣ୍ଟି ବ୍ୟାକ୍ଟେରିଆ ଏବଂ ଆଣ୍ଟି ଫଙ୍ଗସର ଗୁଣ ରହିଥାଏ ଯାହା ତ୍ୱଚାକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ।

ଏଥିରେ ଭିଟାମିନ୍-ଏ ରହିଛି ଯାହା ଆମ ଆଖି ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ। ଭିଟାମିନ୍-ଏ ଅଭାବରେ ଅନ୍ଧାରକଣା ରୋଗ ହୋଇଥାଏ ଯାହା ଦ୍ୱାରା ଆଖିର ଦୃଷ୍ଟିଶକ୍ତି କମିଯାଇଥାଏ। ଖାଲି ପେଟରେ ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଆଖିର ଦୃଷ୍ଟି ଶକ୍ତି ବଢ଼ିଥାଏ।

ଭୃସଙ୍ଗ ପତ୍ର ପେଟରେ ପିତ୍ତ ଦୋଷକୁ ଦୂର କରିଥାଏ। ଭୃଷଙ୍ଗ ପତ୍ରକୁ ବାଟି ଏହାର ରସକୁ କ୍ଷୀରରେ ମିଶାଇ ଦିନକୁ ଦୁଇ ତିନିଥର ପିଇବା ଦ୍ୱାରା ମଧ୍ୟ ତରଳ ଝାଡ଼ାରୁ ଉପଶମ ମିଳିଥାଏ।

ଭୃସଙ୍ଗ ପତ୍ରରେ ଥିବା ପୋଷକ ତତ୍ତ୍ବ ଦ୍ୱାରା ଶୀଘ୍ର ବାଳ ପାଚିନଥାଏ। ଚୁଟି ଝଡ଼ିବା ସମସ୍ୟା ମଧ୍ୟ କମିଯାଇଥାଏ। ଏହା ରୁପି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।

ଖାଲି ପେଟରେ ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଓଜନ କମିଥାଏ। ଏଥିପାଇଁ ପାଣିରେ ୧୦/୨୦ଟି  ଭୃସଙ୍ଗ ପତ୍ର ଫୁଟାଇ ଦିଅନ୍ତୁ। ଏହା ପରେ ଏଥିରେ ଲେମ୍ବୁ ଏବଂ ମହୁ ମିଶାଇ ପିଇ ଦିଅନ୍ତୁ। ପ୍ରତିଦିନ ଖାଲି ପେଟରେ ଏହାକୁ ପିଅନ୍ତୁ।

ଶରୀରର କୌଣସି ସ୍ଥାନରେ କଟିଯାଏ ବା ଖଣ୍ଡିଆ ହୋଇଯାଏ। ତେବେ ଏହି ପତ୍ରକୁ ବାଟି ଲଗାଇଲେ ତାହା ଶୀଘ୍ର ଭଲ ହେଇଯାଇଥାଏ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)