Horticulture

7th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ, ନୂଆ ବର୍ଷରେ ପୁଣି ବଢ଼ିବ ଦରମା

ନୂତନ ବର୍ଷ ଆରମ୍ଭରେ ହିଁ କେନ୍ଦ୍ର ଓ ରାଜ୍ୟ କର୍ମଚାରୀମାନଙ୍କୁ ବହୁତ ବଡ଼ ଖୁସି ଖବର ମିଳିପାରେ । କର୍ମଚାରୀମାନଙ୍କ ଦରମା ବୃଦ୍ଧି ହୋଇପାରେ ।

18 December, 2021 2:23 PM IST By: Sudesna Nayak

ନୂତନ ବର୍ଷ ଆରମ୍ଭରେ ହିଁ କେନ୍ଦ୍ର ଓ ରାଜ୍ୟ କର୍ମଚାରୀମାନଙ୍କୁ ବହୁତ ବଡ଼ ଖୁସି ଖବର ମିଳିପାରେ । କର୍ମଚାରୀମାନଙ୍କ ଦରମା ବୃଦ୍ଧି ହୋଇପାରେ ।

ସୂଚନା ଅନୁଯାୟୀ ମୋଦି ସରକାର ଏହାର ପ୍ରସ୍ତୁତି ଶେଷ କରିନେଇଛନ୍ତି । ପ୍ରଥମେ ମହଙ୍ଗା ଭତ୍ତା (Dearness Allowance) ପରେ HRA ଏବଂ TA ପଦୋନ୍ନତି ମିଳବା ପରେ ବର୍ତ୍ତମାନ ନୂତନ ବର୍ଷରେ ପୁନର୍ବାର ଏକ ଉପହାର ମିଳିପାରେ । ବାସ୍ତବରେ, ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ପାଇଁ ଚର୍ଚ୍ଚା ଚାଲିଛି । ଯାହାକୁ ନେଇ କର୍ମଚାରୀମାନେ ବହୁତ ଖୁସି ।

ମୁଦ୍ରାସ୍ଫୀତି ବୃଦ୍ଧିକୁ ଦୃଷ୍ଟିରେ ରଖି ଏହା ସରକାରଙ୍କ ଏକ ଉତ୍ତମ ବଡ ପଦକ୍ଷେପ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୋଦି ସରକାର ମଧ୍ୟ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ଫିଟମେଣ୍ଟ ଫ୍ୟାକ୍ଟର୍ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ ମୌଳିକ ବେତନ ସ୍ଥିର କରେ । ଯଦି କେନ୍ଦ୍ର ସରକାର ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରନ୍ତି, ତେବେ କେନ୍ଦ୍ର କର୍ମଚାରୀଙ୍କ ଦରମା ମଧ୍ୟ ସ୍ୱୟଂଚାଳିତ ଭାବେ ବୃଦ୍ଧି ପାଇବ ।

୨୦୧୬ରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରାଯାଇଥିଲା,ଖୁସିରେ ଥିଲେ ସରକାରୀ କର୍ମଚାରୀ

ଏହାପୂର୍ବରୁ ୨୦୧୬ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ (Fitment Factor) ବୃଦ୍ଧି କରାଯାଇଥିଲା । ସେହି ବର୍ଷ ସପ୍ତମ ବେତନ ଆୟୋଗ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା । ସେହି ସମୟରେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ସିଧାସଳଖ ୬୦୦୦ ରୁ ୧୮,୦୦୦ ଟଙ୍କାକୁ ଦରମା ବୃଦ୍ଧି କରାଯାଇଥିଲା । ଏବେ ପୁଣି ଥରେ ସରକାର ୨୦୨୨ ମସିହାରେ କେନ୍ଦ୍ରୀୟ କର୍ମଚାରୀଙ୍କ (CG Employees Salary) ଦରମା ବୃଦ୍ଧି କରିପାରେ ବୋଲି ଜଣାପଡୁଛି ।

ସୂଚନାନୁସାରେ କହିବାକୁ ଗଲେ, ବର୍ଷ ଆରମ୍ଭରେ କେନ୍ଦ୍ର ଓ ରାଜ୍ୟ କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ପାଇପାରେ । ଫିଟମେଣ୍ଟ ବୃଦ୍ଧି ସହିତ କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ବେତନ ପୁଣି ଥରେ ବୃଦ୍ଧି ପାଇବ । ଫିଟମେଣ୍ଟ ଫ୍ୟାକ୍ଟରର ସମ୍ଭାବ୍ୟ ବୃଦ୍ଧି ସର୍ବନିମ୍ନ ୨୬,୦୦୦ ଟଙ୍କା ବେତନ ହୋଇପାରେ ।

ଫିଟମେଣ୍ଟ ଫ୍ୟାକ୍ଟର୍ କ’ଣ ଜାଣନ୍ତୁ ?

ଫିଟମେଣ୍ଟ ଫ୍ୟାକ୍ଟର୍ ହେଉଛି କେନ୍ଦ୍ର କର୍ମଚାରୀମାନଙ୍କ ଦରମାକୁ ଅଢେଇ ଗୁଣରୁ ଅଧିକ ବଢ଼ାଇଥାଏ । ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଅନୁଯାୟୀ, କେନ୍ଦ୍ର କର୍ମଚାରୀଙ୍କ ଦରମା ଭତ୍ତା ବ୍ୟତୀତ ସେମାନଙ୍କର ଯେଉଁ ମୌଳିକ ଦରମା (Basic Salary) ଓ ଫିଟମେଣ୍ଟ ଫ୍ୟାକ୍ଟର୍ (Fitment factor) ଦ୍ୱାରା ନିର୍ଣ୍ଣୟ କରାଯାଏ ।

Reliance Jio: ମାତ୍ରା ୧ ଟଙ୍କାରେ କରନ୍ତୁ ରିଚାର୍ଜ; ୩୦ ଦିନ ଯାଏଁ ମିଳିବ ଫ୍ରି ଡାଟା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)