Horticulture

ଅମୃତ ସ୍ୱରୂପ ଅମୃତଭଣ୍ଡା !

ଅମୃତ ସ୍ୱରୂପ ଅମୃତଭଣ୍ଡା !

24 September, 2019 3:06 PM IST By: KJ Staff

ଫଳ ମଧ୍ୟରୁ ସବୁଠାରୁ ଅଧିକ ଭିଟାମିନ ଓ ମିନେରାଲ ଯୁକ୍ତ ,ଅମୃତଭଣ୍ଡା |ଏହାକୁ ଫଳ ଭାବେ ବା କଞ୍ଚା ଅମୃତଭଣ୍ଡା କୁ ତରକାରୀ କରି ଖାଇପାରିବେ |ବହୁ ପ୍ରକାର ରୋଗ ରଉପଚାର ଏବଂ ଅଧିକ ସୁସ୍ଥ ସବଳ ଜୀବନ ଲାଗି ଏହି ଫଳ ଅନ୍ୟତମ |ଜଣାନ୍ତୁ ଅମୃତଭଣ୍ଡା ର କେତୋଟି ଟି ବିଶେଷ ଉପାଦେୟତା :

୧)ଭିଟାମିନ ସି ରେ ଭରପୁର ଏହି ଫଳ ଆପଣଙ୍କ ନିତିଦିନିଆ ଭିଟାମିନ ସି ର ଆବଶ୍ୟକତା କୁ ପୁର୍ଣ କରିଥାଏ |ଭିଟାମିନ ସି ରୋଗ ପ୍ରତିରୋଧକ ଶକ୍ତି ବଢାଏ ,କୋମଳ ଓ ସୁସ୍ଥ ତ୍ୱଚା ଦେବା ସହ ଆପଣାକୁ ଅଧିକ ଉର୍ଜା ମଧ୍ୟ ଯୋଗାଇଥାଏ |ଏହା ବିଭିନ୍ନ ପ୍ରକାର ହୃଦ ଜନିତ ରୋଗ ,କ୍ୟାନ୍ସର ଇତ୍ୟାଦି ମଧ୍ୟ ଦୂର କରିଥାଏ |

୨)ଭିଟାମିନ ଥିବା ରୁ ଏହା ଦୃଷ୍ଟିଶକ୍ତି ଏବଂ ଆଖି କୁ ସୁସ୍ଥ ରଖିଥାଏ |ଯଦି ଆପଣ ବହୁତ ସମୟ କମ୍ପ୍ୟୁଟର ବା ଟି.ଭି ସାମ୍ମନାରେ ବସୁଛନ୍ତି ତେବେ ଗାଜର ସହ ଅମୃତଭଣ୍ଡା କୁ ବାଟି ତାର ଜୁସ ପିୟନ୍ତୁ |ଏହା ଚକ୍ଷୁ ଉପଚାର କରିଥାଏ |


୩)ଆପଣଙ୍କ ତ୍ୱଚା କୁ ଦୀର୍ଘ ଦିନ ଧରି ସୁସ୍ଥ ରଖିବାରେ ଅମୃତଭଣ୍ଡା ବିଶେଷ ଭାବେ ସାହାଯ୍ୟ କରିଥାଏ |ଯଦି ତ୍ୱଚା କୁ ବହୁ ଦିନ ଜାରି ବାର୍ଦ୍ଧକ୍ୟ ରୁ ଦୂର ରଖିବାକୁ ଚାହୁଁଛନ୍ତି ତେବେ ନିୟମିତ ନିଜ ସାଲାଡ଼ ବା ଖାଦ୍ୟ ରେ ଅମୃତଭଣ୍ଡା କୁ ସ୍ଥାନ ଦିଅନ୍ତୁ |

୪)ହଜମ ଶକ୍ତି ବୃଦ୍ଧି ଏବଂ ଖାଦ୍ୟ ହଜମ କରିବାରେ ଅମୃତଭଣ୍ଡା ବହୁତ ସାହାଯ୍ୟ କରିଥାଏ |ଏପରିକି ଯଦି ଆପଣ କୋଷ୍ଠକାଠିନ୍ୟ ପରି ସମସ୍ୟା ରେ ପୀଡିତ ତେବେ ଏହାକୁ ବ୍ୟଞ୍ଜନ ରେ ସାମିଲ କରନ୍ତୁ | ଏଥିରେ ଥିବା ପ୍ୟାପେଁ ଆପଣଙ୍କ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ |


୫)ଯଦି ନିଜ କେଶ ର ଉପଚାର ଚାହୁଁଛନ୍ତି ତେବେ ମଧ୍ୟ ଅମୃତଭଣ୍ଡା ର ବ୍ୟବହାର କରନ୍ତୁ |କେଶ ର ଚମକ ବୃଦ୍ଧି ଏପରିକି ଦାନ୍ଡରଫ ଦୂରରେ ରଖିବାରେ ଅମୃତଭଣ୍ଡା ବେଶ ସହାୟକ |ଏହାକୁ ବାଟି ୧ ଚାମଚ ଦହି ରେ ମିଶାଇ ପ୍ୟାକ ପରି ସପ୍ତାହ କୁ ୨ ଥର କେଶ ରେ ଲଗାନ୍ତୁ |


୬)ଯଦି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଅମୃତଭଣ୍ଡା ସବୁଠାରୁ ଉପକାରୀ |ଏହାକୁ ଜଳଖିଆ ରେ ଖାଆନ୍ତୁ |ଏହା ଆପଣାକୁ ଅଧିକ ଶକ୍ତି ଦେବା ସହ ଦିନ ଭରି ଭୋକ ଲାଗିବାକୁ ଦେବା ନାହିଁ |ଏଥିରେ ଫାଇବର ଅଧିକ ଏବଂ ସୁଗାର ମାତ୍ରା ଖୁବ କମ ରହିଥାଏ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)