Horticulture

ଅଁଳା ଏକ ଲାଭଜନକ ଚାଷ, ଆପଣ ଜାଣନ୍ତୁ !!

ଅଁଳା ଏକ ସାଧାରଣ ଫଳ ନୁହେଁ, ଏଥିରେ ଔଷଧୀୟ ଗୁଣ ସହ ଭିଟାମିନ୍-ସି, ଏ, ଇ , କ୍ୟାଲସିୟମ୍, ଆଇରନ୍, ଫସଫରସ୍, ଏବଂ ଅନ୍ୟାନ୍ୟ ପୁଷ୍ଟିକର ପଦାର୍ଥ ଭରପୂର ରହିଛି, ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ |

07 September, 2021 5:25 PM IST By: Sugyan Kumar Nayak

ଅଁଳା ଏକ ସାଧାରଣ ଫଳ ନୁହେଁ, ଏଥିରେ ଔଷଧୀୟ ଗୁଣ ସହ ଭିଟାମିନ୍-ସି, ଏ, ଇ , କ୍ୟାଲସିୟମ୍, ଆଇରନ୍, ଫସଫରସ୍, ଏବଂ ଅନ୍ୟାନ୍ୟ ପୁଷ୍ଟିକର ପଦାର୍ଥ ଭରପୂର ରହିଛି, ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ | ଏହାର ଆକାର ସବୁଜ ଓ ଗୋଲାକାର। ଖାଇବାକୁ ସୁସ୍ବାଦୁ। ଚୀନ୍ ଏବଂ ମିଆଁମାରର ଉପ-ଟ୍ରପିକାଲ୍ ଅଞ୍ଚଳରେ ଏହା ମିଳିଥାଏ।

ଅଁଳା ଚାଷ ପାଇଁ ଉପଯୁକ୍ତ ଜଳବାୟୁ

ଅଁଳା ଚାଷ ପାଇଁ ଗରମ ଜଳବାୟୁ ଆବଶ୍ୟକ। ଏହି ଗଛ ଅଧିକ ଗରମ ଏବଂ ଥଣ୍ଡା ଦ୍ୱାରା ପ୍ରଭାବିତ ହୁଏ ନାହିଁ। 46 ଡିଗ୍ରୀ ତାପମାତ୍ରାକୁ ସହ୍ୟ କରିବାର କ୍ଷମତା ଏହାର ଅଛି। 3 ବର୍ଷ ପର୍ଯ୍ୟନ୍ତ ମେ ରୁ ଜୁନ୍ ମାସ ଗରମ  ଓ ଥଣ୍ଡା ମାସରେ ଏହାର ଯତ୍ନ ନେଇ ଗଛକୁ ରକ୍ଷା କରାଯିବା ଆବଶ୍ୟକ।

ଉପଯୁକ୍ତ ମାଟି

ଏହା ବାଲି ଜମି ବ୍ୟତୀତ  ଅନ୍ୟ ସମସ୍ତ ଜମିରେ ଚାଷ କରାଯାଇପାରିବ । ଅଁଳା ଉଦ୍ଭିଦ ଅତ୍ୟନ୍ତ କଠିନ।  ତେଣୁ ଏହାକୁ ସାଧାରଣ ମାଟିରେ ଚାଷ କରାଯାଇପାରିବ। ଏହାର ଚାଷ ପାଇଁ ଗାତ ଖୋଳିବା ଏବଂ ଗାତଗୁଡିକ ପାଣିରେ ଭରିବା ଉଚିତ୍। ଖୋଳା ଯାଇଥିବା ଗର୍ତ୍ତରେ 55-60 କିଲୋ ଖତ, 10 କିଲୋ ଜିପସମ୍ ଏବଂ 10 କିଲୋ ବାଲି ମିଶାନ୍ତୁ। ଗର୍ତ୍ତରେ ପ୍ରାୟ 5 କିଲୋ ପରିମାଣରେ କମ୍ପୋଷ୍ଟ ମିଶ୍ରଣ କରି ଗର୍ତ୍ତ ଭରନ୍ତୁ। 20 ରୁ 25 ଦିନ ପରେ ବୃକ୍ଷରୋପଣ ଆରମ୍ଭ କରନ୍ତୁ |

ଜଳସେଚନ

ଅଁଳା ଗଛରେ ଶୀତ ଦିନେ 10 ରୁ 15 ଥର ଜଳସେଚନ କରାଯିବା ଆବଶ୍ୟକ। ଏପ୍ରିଲ ରୁ ଜୁନ୍ ପର୍ଯ୍ୟନ୍ତ ଜଳସେଚନ ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଅଁଳା ଫଳ 4 ରୁ 5 ବର୍ଷ ପରେ ହୋଇଥାଏ।  ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ଏହାର ଫଳ ପାଚିଯାଏ । ଅଁଳା ଅମଳ ହେବା ସମୟରେ ଚୋପାର ରଙ୍ଗ ହାଲୁକା ସବୁଜ ଓ ହଳଦିଆ ଦୋଖାଯାଏ। ଏହାର ଅମଳ ହାତରେ କରାଯାଇଥାଏ ଯାହା ଫଳରେ ଫଳଗୁଡିକ କଣା ହୋଇନଥାଏ।

ସ୍ୱାସ୍ଥ୍ୟ ପାଇଁ ଅଁଳା ଫଳ ବ୍ୟବହାର କରନ୍ତୁ। ଅଁଳା ସ୍ୱାସ୍ଥ୍ୟ ପାଇଁ ଉପକାରୀ । ସହଜରେ ମିଳିଥାଏ ଏବଂ ଶରୀରର ରୋଗ ମୁକ୍ତ କରିଥାଏ। ଅଁଳା ରସ ଆଖି ପାଇଁ ଲାଭଦାୟକ। ଆଖିର ଶକ୍ତିକୁ ବଢାଇଥାଏ। ଅଁଳା ରକ୍ତକୁ ନିୟନ୍ତ୍ରଣ କରିଥାଏ। ବୈଜ୍ଞାନିକମାନେ 25 ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଅଁଳା ଫଳ ବିଷୟରେ ଅଧ୍ୟୟନ କରିଛନ୍ତି।ବୈଜ୍ଞାନିକମାନେ କୁହନ୍ତି,ଅଁଳା ରକ୍ତ ପ୍ରବାହ ଠାରୁ ଆରମ୍ଭ କରି ଆଣ୍ଟି-ଏଜିଙ୍ଗ୍ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଏହାର ଔଷଧୀୟ ଗୁଣ ହେତୁ ଅନେକ ରୋଗରୁ ରକ୍ଷା କରେ। ଭାରତୀୟ ବଜାର ଓ ଆନ୍ତର୍ଜାତୀୟ ବଜାରରେ ମଧ୍ୟ ଏହି ଫଳର ଭଲ ଚାହିଦା ରହିଛି। ଏହି ଫଳ ବଜାର କିମ୍ବା ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଗୁଡିକରେ ବିକ୍ରି କରି ଭଲ ଲାଭ ପାଇପାରିବେ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)