Horticulture

ଗୋଟେ ଗଛ ରୁ ୧୯ କି.ଗ୍ରା ଟମାଟୋ

ଗୋଟେ ଗଛ ରୁ ୧୯ କି.ଗ୍ରା ଟମାଟୋ

15 March, 2019 8:04 AM IST By: KJ Staff

ସାଧାରଣତଃ ଆପଣ ଗୋଟେ ଟମାଟୋ ଗଛ ରୁ ୫-୧୦ କି.ଗ୍ରା ପର୍ଯ୍ୟନ୍ତ ଅମଳ ପାଉଥିବେ ହେଲେ ଆଇ. ଆଇ.ଏଚ.ଆର ,ବ୍ୟାଙ୍ଗାଲୋର ରେ ଉଦ୍ଭାବନ ହେଇଥିବା ଏହି କିସମ ର ଟମାଟୋ ଗଛ ରୁ ପାଇବେ ଏକା ବେଳେ ୧୯ କି.ଗ୍ରା ର ଅମଳ |ଏହି କିସମ ର ନାମ ଅର୍କ ରକ୍ଷକ |ଅର୍କବତୀ ନଦୀ ତଟ ରେ ଅବସ୍ତିତ ଏହି ଅନୁଷ୍ଠାନ ରୁ ଉଦ୍ଭାବନ ହେଇଥିବା ସମସ୍ତ କିସମ ର ମୂଳ ନାମ ରେ ଅର୍କ ରହିଥାଏ |

ଏହି କିସମ ଅମଳ ଟମାଟୋ ଚାଷୀଙ୍କ ଲାଇ ନୂତନ ସମ୍ଭାବନା ସୃଷ୍ଟି କରିଛି |ତେବେ ବିଶେଷଜ୍ଞ ଙ୍କ ମତରେ ଆଜି ପର୍ଯ୍ୟନ୍ତ ସର୍ବାଧିକ ଅମଳ ୧୫ .ଗ୍ରା ହୋଇଥିଲା  ,ତାହା ହାରାହାରି ହେକ୍ଟର ପିଛା ୩୫ ଟନ ରହୁଥିଲା ହେଲେ ଏହି କିସମ ଚାଷ ଦ୍ୱାରା ହେକ୍ଟର ପିଛା ୧୯୦ ଟନ ମିଳିପାରିବ ବୋଲି ପ୍ରମାଣିତ ହୋଇଛି |

ଏହି ଟମାଟୋ କିସମ କୁ ଚାଷ କରୁଥିବା ଜଣେ ଚାଷୀ ,ଚାନ୍ଦରପ୍ପା ମତ ଦେଇଛନ୍ତି ଯେ ୨୦୦୦ଟମାଟୋ ଚାରା ଆଣି ସେ ଅଧା ଏକର ଫାର୍ମ ରେ ଚାଷ କରିଥିଲେ ଏବଂ ସେଥିରୁ ସେ ୩୮ ଟନର ଅମଳ ପାଇଥିଲେ ମାତ୍ର ଅନ୍ୟ କୌଣସି କିସମ ରୁ ତାହା ସର୍ବାଧିକ ୨୦ ଟନ ହିଁ ମିଳୁଥିଲା |ଏହାକୁ ଚାଷ କଲା ପରେ ସେ କି.ଗ୍ରା ପିଛା ୩ ଲକ୍ଷ ପର୍ଯ୍ୟନ୍ତ ଲାଭ ପାଇଛନ୍ତି ଏବଂ ୮୦,୦୦୦ ଟଙ୍କା କମ ଖର୍ଚ୍ଚ ହୋଇଛି |

ଏହା ଅଧିକ ଫଳ ଦେଉଥିବା କିସମ ହେବ ସହ ଟମାଟୋ ର ମୁଖ୍ୟ ୩ ଟି ରୋଗ ଯଥା କର୍ଲ ଭୁତାଣୁ ,ଝାଉଁଳା ରୋଗ ପ୍ରତିରୋଧ କରିପାରିବ ଏବଂ ଫଳରେ କୀଟନାଶକ ଏବଂ ଔଷଧ ଖର୍ଚ୍ଚ କମ ହେବ ତଥା ସତକଡ଼ା ୧୦ ଭାଗ ଖର୍ଚ୍ଚ ଲାଘବ ହେବ ବୋଲି ମତ ଦେଇଛନ୍ତି ବିଶେଷଜ୍ଞନ ,ଡଃ ସଦାଶିବ |

ଏହା ଅଧିକ ନାଲି ରଙ୍ଗ ର ହେବ ସଙ୍ଗେ ସଙ୍ଗେ ଏହାର ଆୟୁଷ ମଧ୍ୟ ଅଧିକ |ଅର୍ଥାତ ଆପଣ ଏହାକୁ ଦୀର୍ଘ ଦିନ ଯାଏ ସାଇତି ରଖିପାରିବେ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)