Horticulture

ପାଣିପାଗ ପରିବର୍ତନ ରେ କଦଳୀ ଚାଷ ର ଦୁର୍ଦଶା

ପାଣିପାଗ ପରିବର୍ତନ ରେ କଦଳୀ ଚାଷ ର ଦୁର୍ଦଶା

05 September, 2019 3:12 PM IST By: KJ Staff


ପରିବେଶ ,ପ୍ରଦୂଷଣ ଏବଂ ଏବେ ପାଣିପାଗ ପରିବର୍ତନ |ଏନେଇ ବିଶେଷ ଭାବେ ଫସଲ ଏବଂ ଚାଷ କାମ ହିଁ ଅଧିକ କ୍ଷେତିଗ୍ରସ୍ତ ହେଉଛନ୍ତି |ପାଣିପାଗ ପରିବର୍ତନ ,ଅନିୟମିତ ବର୍ଷା ସହ ଅତ୍ୟଧିକ ତାପମାତ୍ରା ବୃଦ୍ଧି ପରେ ,ସବୁଠାରୁ ଅଧିକ କଦଳୀ ର ଉପ୍ତାଦନ କରୁଥିବା ଦେଶ ,ଭାରତ ରେ କଦଳୀ ଚାଷ ବିଶେଷ ଭାବେ କ୍ଷେତିଗ୍ରସ୍ତ ହେବାର ସମ୍ଭାବନା ରହିଛି ବୋଲି ଏକ ଗବେଷଣା ରୁ ଜଣା ପଡିଛି |

ଏକ୍ସଟର ବିଶ୍ୱବିଦ୍ୟାଳୟ ର ଗବେଷକ ଏବଂ ତାଙ୍କର ମୁଖ୍ୟ ଡାନ ଵେବର ,ପାଣିପାଗ ପରିବର୍ତନ ଏବଂ ଭବିଷ୍ୟତ ରେ ଏହାର କଦଳୀ ଚାଷ ଉପରେ କିପରି ଭାବେ ପ୍ରଭାବ ପକାଇବା ତାହା ନେଇ ବିଶେଷ ଭାବେ ଗବେଷଣା କରିଥିଲେ |
ଗବେଷଣା ଅନୁଯାୟୀ ବିଶ୍ୱ ର ୨୭ ଟି ଦେଶ ଯାହା ହାରାହାରି ଶତକଡା ୮୭ ଭାଗ ର କଦଳୀ ଉତ୍ପାଦନ କରନ୍ତି ,ସେ ସମସ୍ତ ଦେଶରେ ୧୯୬୧ ମସିହା ରୁ ଅନୁକୂଳ ବାତାବରଣ ଏବଂ ପରିବେଶ ପରିବର୍ତନ ପରେ କଦଳୀ ଉତ୍ପାଦନ ବୃଦ୍ଧି ପାଇଛି |

ମାତ୍ର ଏହି ପରିବର୍ତନ ଜାରି ରହିଲେ ୨୦୫୦ ସୁଦ୍ଧା ଉତ୍ପାଦନ ବହୁ ମାତ୍ର ରେ ହ୍ରାସ ପାଇଁ ପରେ ବା ସମ୍ପୂର୍ଣ ଉତ୍ପାଦନ ବନ୍ଦ ହେଇଯାଇପାରେ ବୋଲି ଉଲ୍ଲେଖ କରିଛି ,ବିଶ୍ୱ ର ଏକ ପ୍ରସିଦ୍ଧ ଜର୍ଣ୍ଣାଲ ,"ନେଚର କ୍ଲାଇମେଟ ଚେଞ୍ଜ "|
ଏହାର ସବୁଠାରୁ ଅଧିକ ପ୍ରଭାବ ବିଶେଷ ଭାବେ ୧୦ ଟି ଦେଶ ,ଯଥା ସବୁଠାରୁ ଅଧିକ ଉତ୍ପାଦନ କରୁଥିବା ଭାରତ ଏବଂ ୪ର୍ଥ ରେ ଥିବା ବ୍ରାଜ଼ୀଲ ରେ ଦେଖିବାକୁ ମିଳିବ |ଉତ୍ପାଦନ ଧୀରେ ଧୀରେ ହ୍ରାସ ପାଇଁ ପରବର୍ତୀ କାଳ ରେ ସର୍ବନିମ୍ନ ହେବାର ମଧ୍ୟ ଆଶଙ୍କା ରହିଛି |ସର୍ବନିମ୍ନ ନ ହେଲେ ମଧ୍ୟ ଉତ୍ପାଦନରେ ହ୍ରାସ ହେବା ସୁନିଶ୍ଚିତ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)