Horticulture

ଛାତ ଉପରେ ମହିଳାଙ୍କ ସୁନ୍ଦର ବଗିଚା, ଆସନ୍ତୁ ଜାଣିବା !!

ଘରେ ବଗିଚା ବନେଇବାକୁ ସମସ୍ତଙ୍କର ଇଛା ଥାଏ l ହେଲେ ଜାଗା କମ ଥିବାରୁ କେହି କେହି ଏହା କରିପାରନ୍ତି ନାହିଁ l କମ ଜାଗାରେ ମଧ୍ୟ ଆପଣ ସୁନ୍ଦର ବଗିଚାଟିଏ ପ୍ରସ୍ତୁତ କରିପାରିବେ l ଯେଉଁଥିରେ ସଜା ଯାଉଥିବା ଫୁଲରୁ ନେଇ ଫଳ ଓ ପରିବା ମଧ୍ୟ ଲଗାଇ ପାରିବେ l

25 September, 2021 9:23 AM IST By: Sugyan Kumar Nayak

ଘରେ ବଗିଚା ବନେଇବାକୁ ସମସ୍ତଙ୍କର ଇଛା ଥାଏ l ହେଲେ ଜାଗା କମ ଥିବାରୁ କେହି କେହି ଏହା କରିପାରନ୍ତି ନାହିଁ l କମ ଜାଗାରେ ମଧ୍ୟ ଆପଣ ସୁନ୍ଦର ବଗିଚାଟିଏ ପ୍ରସ୍ତୁତ କରିପାରିବେ l ଯେଉଁଥିରେ ସଜା ଯାଉଥିବା ଫୁଲରୁ ନେଇ ଫଳ ଓ ପରିବା ମଧ୍ୟ ଲଗାଇ ପାରିବେ l ଆଜି ମୁଁ ଆପଣଙ୍କୁ ସେମିତି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛି ଯିଏକି ନିଜ ଛାତ ଉପରେ ରଙ୍ଗ ବେରଙ୍ଗର ଫୁଲ ଲଗାଇ ଏକ ସୁନ୍ଦର ବଗିଚା ସୃଷ୍ଟି କରିଛନ୍ତି l ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ପାଟନାରେ ବାସ କରୁଥିବା ରଶ୍ମି ଶୁକ୍ଳାଙ୍କ କଥା l ଆସନ୍ତୁ ତାଙ୍କର ଏହି ବଗିଚା ବିଷୟରେ ଜାଣିବା l ପାଟନା ଜିଲ୍ଲାର ବାସିନ୍ଦା ରଶ୍ମି ଶୁକ୍ଳା କୁହନ୍ତି, ତାଙ୍କ ବାପା ଜଣେ କୃଷି ଅଧିକାରୀ ଅଟନ୍ତି l ସେଥିପାଇଁ ସେ ବଡ ବଡ ଗଛ ବିଷୟରେ ପିଲା ବେଳୁ ଶୁଣିଆସିଥିଲେ l ସେ ନିଜ ଘରର ଛାତ ଉପର ବିଭିନ୍ନ ପ୍ରକାର ଋତୁ କାଳୀନ ପରିବା ଓ ଫୁଲ ଲଗାଇଛନ୍ତି l ଯାହା ପକ୍ଷୀମାନଙ୍କର ବାସ ଭୂମି ମଧ୍ୟ ହୋଇଯାଇଥିଲା l

ପକ୍ଷୀମାନଙ୍କର ଆକର୍ଷଣ କେନ୍ଦ୍ର

ତାଙ୍କ ଘରର ଛାତ ଉପରେ ବହୁତ ପ୍ରକାର ଫୁଲ ଓ ଫଳ ବଗିଚା ପକ୍ଷୀମାନଙ୍କର ଆକର୍ଷଣର କେନ୍ଦ୍ର ପାଲଟିଛି l ସେ ବଗିଚାରେ ବିଭିନ୍ନ ପ୍ରକାର ପକ୍ଷୀ ରହୁଛନ୍ତି l ସେ ବଗିଚାର ଆରମ୍ଭ ମାତ୍ର ୫ଟି ଗଛରୁ କରିଥିଲେ l ରଶ୍ମି ଶୁକ୍ଳା ଏକ ଫ୍ଲାଟରେ ରୁହନ୍ତି l ସେଥିପାଇଁ ତାଙ୍କ ପାଖରେ ବହୁତ କମ ଜାଗା ଥିଲା l ତେଣୁ ସେ ତାଙ୍କ ଛାତ ଉପରେ ୫ପ୍ରକାର ଗଛକୁ ନେଇ ଏହାର ଆରମ୍ଭ କରିଥିଲେ l ତାଙ୍କର ୧୦୦୦ ସ୍କୋୟାର ଫୁଟର ଘରରେ ଛାତ ବହୁତ ବଡ ଥିଲା l ସେଥରେ ୪ଟି ପାଣି ଟାଙ୍କି ଥିଲା l ବାକି ଜାଗାରେ ସେ ଏହି ଗଛ ସବୁ ଲଗାଇବାରେ ସଫଳ ହେଇଛନ୍ତି l ଏହି ବର୍ଷ ରଶ୍ମି ଜଣେ ଭଲ ଗୃହିଣୀ ହେବl ସହିତ ନିଜର ଦାୟିତ୍ୱକୁ ମଧ୍ୟ ଭଲ ଭାବେ ତୁଲାଇ ଅଛନ୍ତି l ଆପଣ ମଧ୍ୟ ଇଛା କଲେ ନିଜର ଘର ଛାତ ଉପରେ ଗୋଟିଏ ସୁନ୍ଦର ବଗିଚା କରିପାରିବେ l ଛୋଟ ବଗିଚାରୁ ଘରର ଆବଶ୍ୟକୀୟ ପନିପରିବା ମିଳିବା ସହିତ ଆପଣଙ୍କୁ ଆତ୍ମ ସନ୍ତୋଷ ମଧ୍ୟ ମିଳିପାରିବ l   

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)