Horticulture

ଜାଣନ୍ତୁ, କିପରି କରିବା ଗାଜର ଚାଷ...

ଶୀତଦିନେ ଗାଜର(Carrot) ଖାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥା’ନ୍ତି। ଏଥିରେ ଭିଟାମିନ୍‌ ଏ(Vitamin-A), ଭିଟାମିନ୍ ସି, ଭିଟାମିନ୍‌ କେ, ଭିଟାମିନ୍‌ ବି-୮, ପୋଟାସିୟମ୍‌, ଏସିଡ୍‌, ଫୋଲେଟ୍‌, ଆଇରନ୍‌, ମାଙ୍ଗାନିଜ୍‌ ପରି ଅନେକ ଭିଟାମିନ୍‌ ଓ ମିନେରାଲ୍ସ ରହିଛି। ଏପରିକି ଗାଜରରେ ପ୍ରଚୁର ମାତ୍ରାରେ ଫାଇବର୍‌ ଓ ବିଟା-କେରାଟିନ୍‌ ମଧ୍ୟ ରହିଛି। ଗାଜର ଖାଇବା ଦ୍ଵାରା କିଡ଼ନୀ ଭଲ ଭାବରେ କାର୍ଯ୍ୟ କରିଥାଏ ଏବଂ ପରିସ୍ରା ପରିଷ୍କାର ହୁଏ । ଇଉରୋପ ମହାଦେଶରେ କାମଳ ରୋଗ ହେଲେ ଗାଜର ରସ ପିଇବାକୁ ଦିଆଯାଏ ।

19 January, 2023 8:00 PM IST By: Priyambada Rana

ଶୀତଦିନେ ଗାଜର(Carrot) ଖାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥା’ନ୍ତି। ଏଥିରେ ଭିଟାମିନ୍‌ ଏ(Vitamin-A), ଭିଟାମିନ୍ ସି, ଭିଟାମିନ୍‌ କେ, ଭିଟାମିନ୍‌ ବି-୮, ପୋଟାସିୟମ୍‌, ଏସିଡ୍‌, ଫୋଲେଟ୍‌, ଆଇରନ୍‌, ମାଙ୍ଗାନିଜ୍‌ ପରି ଅନେକ ଭିଟାମିନ୍‌ ଓ ମିନେରାଲ୍ସ ରହିଛି। ଏପରିକି ଗାଜରରେ ପ୍ରଚୁର ମାତ୍ରାରେ ଫାଇବର୍‌ ଓ ବିଟା-କେରାଟିନ୍‌ ମଧ୍ୟ ରହିଛି। ଗାଜର ଖାଇବା ଦ୍ଵାରା କିଡ଼ନୀ ଭଲ ଭାବରେ କାର୍ଯ୍ୟ କରିଥାଏ ଏବଂ ପରିସ୍ରା ପରିଷ୍କାର ହୁଏ । ଇଉରୋପ ମହାଦେଶରେ କାମଳ ରୋଗ ହେଲେ ଗାଜର ରସ ପିଇବାକୁ ଦିଆଯାଏ ।

ଲଗାଇବା ସମୟ:

ଗାଜର ଏକ ଶୀତଦିନିଆ ଫସଲ। ଖରା ଅଧିକ ହେଲେ ଗାଜର ବଢ଼ିପାରେ ନାହିଁ । ଆମ ରାଜ୍ୟରେ ଅକ୍ଟୋବର ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଗାଜର ଲଗାଯାଇପାରିବ । ତେବେ ପାହାଡ଼ିଆ ଅଞ୍ଚଳରେ ଅଗଷ୍ଟ ମାସ ଠାରୁ ମଧ୍ୟ ଏହା ଚାଷ କରାଯାଇପାରିବ ।

ମାଟି:

ଏହି ଫସଲ ପାଇଁ ନିଗିଡା ଦୋରସା ମାଟି ଆବଶ୍ୟକ । ଜମିକୁ ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରି ବିଲଟିକୁ ସମାନ କରିବା ଦରକାର । ବିଲରୁ ଯେପରି ଅଧିକ ପାଣି ଗଡ଼ିଯାଇ ପାରିବ, ସେଥିପାଇଁ ମଧ୍ୟ ନାଳ ରଖିବା ଆବଶ୍ୟକ ।

ବିହନ କିସମ:

ଗାଜର – ପୁଷାକେସର, ପୁଷା ୟମଦଗ୍ରୀ, ପୁଷାମେଘାଳି, ହିସାର ଗୌରୀକ୍, ନେସ୍, ବ୍ୟାଣ୍ଟନି ଇତ୍ୟାଦି ।

ଲଗାଇବା ପ୍ରଣାଳୀ:

ଜମି ଚାଷ କରି ସାରିବା ପରେ ବିଲରେ ପ୍ରତି ଏକଫୁଟ ଛଡ଼ାରେ ସିଆର କରନ୍ତୁ । ଏହି ସିଆରରେ ଏକର ପିଛା ୧୦ ଗାଡ଼ି ହିସାବରେ ଭଲ ଖତ ଦିଅନ୍ତୁ । ଏଥି ସହିତ ଏକର ପ୍ରତି ୧୦ କି.ଗ୍ରା. ଯବକ୍ଷାରଜାନ, ୨୦ କି.ଗ୍ରା. ଫସ୍‌ଫରସ୍ ଓ ୩୦ କି.ଗ୍ରା. ପଟାସ୍ ସାର ପ୍ରୟୋଗ କରି ଅଳ୍ପ ମାଟି ବା ଖତ ଘୋଡ଼ାଇ ଦିଅନ୍ତୁ । ତାପରେ ସେହି ସିଆରରେ ମଞ୍ଜି ବୁଣି ମଞ୍ଜିକୁ ମାଟି ଦ୍ୱାରା ଘୋଡ଼ାଇ ପକାନ୍ତୁ । ବିଲରେ ପାଗ ଥିବାବେଳେ ହିଁ ମଞ୍ଜି ଲଗାନ୍ତୁ । ଗଛ ଉଠିବାର ୧୫ ଦିନପରେ ପ୍ରତି ୪ ଇଞ୍ଚ ଛଡ଼ାରେ ଗୋଟିଏ ଲେଖାଏଁ ଗଛ ରଖି ବଳକା ଗଛ ଉପାଡ଼ି ଦିଅନ୍ତୁ ଏବଂ ବିଲରୁ ଅନାବନା ଘାସ ବାଛି ପକାନ୍ତୁ । ଗଛଗୁଡ଼ିକ ୩୦ ଦିନର ହୋଇଗଲେ ଏକର ପ୍ରତି ୧୦ କି.ଗ୍ରା. ଯବକ୍ଷାରଜାନ ସାର ଦେଇ ହୁଡ଼ା ଦିଅନ୍ତୁ ।

ଗାଜର ଶୀତଦିନିଆ ଫସଲ ହୋଇଥିବାରୁ ପାଣି ଆବଶ୍ୟକ ହୋଇଥାଏ । ଶୀତଦିନେ ପ୍ରାୟ ୮ ରୁ ୧୦ ଦିନରେ ପାଣି ଦେବାକୁ ହୁଏ । କିନ୍ତୁ କେବେ ହେଲେ ଅଧିକ ପରିମାଣରେ ପାଣି ଦିଅନ୍ତୁ ନାହିଁ । ଅମଳ ପୂର୍ବରୁ ହାଲୁକା ଭାବେ ପାଣି ଦେଲେ ଉପାଡ଼ିବା ପାଇଁ ସହଜ ହୋଇଥାଏ ।

ଅମଳ:

ଏକ ଏକରରୁ ପ୍ରାୟ ୫୦ ରୁ ୬୦ କ୍ରିଷ୍ଟାଲ୍ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଉପାଡ଼ି ସାରିବା ପରେ ଭଲ ଭାବରେ ପାଣିରେ ଧୋଇ ଚେ ର ଇତ୍ୟାଦି ଛିଣ୍ଡାଇ ଦେବା ଉଚିତ୍ । ସାଧାରଣତଃ ଗାଜର ଏକ ସପ୍ତାହ ପର୍ଯ୍ୟନ୍ତ ରହି ଥାଏ । ଏକ ଏକର ରେ ଗାଜର ଚାଷ କଲେ ପ୍ରାୟ ୪୦, ୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ । ଖର୍ଚ୍ଚ ବାବଦକୁ ପ୍ରାୟ ୨୦,୦୦୦ ଟଙ୍କା ବାଦ ଦେଲେ ଲାଭ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।

ଆସ କରିବା କମଳା ଚାଷ, ଜାଣନ୍ତୁ କେତେ ମିଳିବ ଲାଭ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)