Horticulture

ଆମ୍ବ ଓ କାଜୁ ଚାଷୀ ହୋଇପାରିବେ କୋଟିପତି !

ଆମ୍ବ ଓ କାଜୁ ଚାଷୀ ହୋଇପାରିବେ କୋଟିପତି !

19 June, 2019 6:19 PM IST By: KJ Staff

ଛତିସଗର୍ଡ଼ ର ଯଶପୁରାନଗର ଜିଲ୍ଲା ମେଂଦୁଲଦୁଲା ଅଞ୍ଚଳର ଚାଷୀ ମାନେ ଏବେ ପ୍ରାଚୀନ ପଦ୍ଧତି ରେ ଧାନ ଚାଷ ନା କରି କାଜୁ ଓ ଆମ୍ବ ଚାଷ କରି ନିଜର ଆୟ ଦ୍ବିଗୁଣିତ କରୁଛନ୍ତି |ଠିକ ୭ ବର୍ଷ ପୂର୍ବେ ଏହି ଅଞ୍ଚଳର ଚାଷୀ ମାନେ ଧାନ ଚାଷ ଛାଡି ଏହି ପରି ଆମ୍ବ ଓ କାଜୁ ଚାଷ କରିବାର ନିର୍ଣ୍ଣୟ ନେବା ସାଙ୍ଗରେ ହାରାହାରି ହଜାର ଏକର ର ଜମି ରେ ଦଶହେରି ,ଲାଙ୍ଗରା ,ଆମ୍ରପାଲି ପ୍ରଜାତି ର ଆମ୍ବ ଗଛ ଲଗାଇଥିଲେ |

ବର୍ତ୍ତମାନ ଏହି ସମସ୍ତ ଗଛ ବଡ ହୋଇ ଭଲ ପରିମାଣରେ ଅମଳ ଦେବା ହେତୁ ଚାଷୀ ମାନେ ଏହାକୁ ବିକି ବେଶ ଲାଭବାନ ହେଉଛନ୍ତି |ଏହା ଜୈବିକ ରୂପ ରେ ହୋଇଥିବା ହେତୁ ଏହି ଆମ୍ବ ର ବଜାରରେ ବେଶ ଅଧିକ ଚାହିଦା ରହିଛି |


କାଜୁ ଚାଷ ରୁ ଲାଭ :


ଆମ୍ବ ପରେ ଏଠିକାର ଚାଷୀ ମାନେ ନିଜର ଆୟ ବୃଦ୍ଧି ଲାଗି କାଜୁଚାଷ ମଧ୍ୟ କରିବା ଆରମ୍ଭ କରିଛନ୍ତି|ତେଣୁ କାଜୁ ଗଛ ଲଗାଇବା ସହ ନିଜର ବଳକା ଜମି ରେ ସେମାନେ ଆମ୍ବ ମଧ୍ୟ ଲଗାଇଛନ୍ତି |ଏଠାକାର ଆମ୍ବ ଅନ୍ୟ ରାଜ୍ୟ ମାନଙ୍କରେ ବେଶ ଲୋକପ୍ରିୟ ହୋଇପାରିଛି |ତେଣୁ କି.ଗ୍ରା ପ୍ରତି ୫୦ ଟଙ୍କା ରେ ମଧ୍ୟ ଏହି ଆମ୍ବ ବିକ୍ରି ହେଉଛି |

ଆମ୍ବ ଓ କାଜୁ ଚାଷ ରୁ ମିଳିଛି ସୁନାମ :


ଏହି ଅଞ୍ଚଳ ର ନିକଟବର୍ତୀ ଚାଷୀ ମାନେ ମଧ୍ୟ ଏଥିରୁ ପ୍ରେରଣା ପାଇଁ ଏବେ କାଜୁ ଓ ଆମ୍ବ ଚାଷ କରିବାର ପ୍ରୟାସ କରୁଛନ୍ତି |ଏବେ ଅତ୍ୟଧିକ ମାତ୍ରା ରେ ଚାଷ କରିବା ହେତୁ ଏହି ଅଞ୍ଚଳ ର ଚାଷୀ ମାନେ ବେଶ ସୁନାମ ଅର୍ଜନ କରିବା ସାଙ୍ଗରେ ଏବେ ମିଳିତ ଚାଷ ଦ୍ୱାରା ଜଣେ ଚାଷୀ ବର୍ଷକୁ ଲକ୍ଷ ଟଙ୍କା ର ଅଧିକ ଲାଭ ପାଇବାରେ ସକ୍ଷମ ହେଉଛନ୍ତି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)