ମଟର ଏକ ଡାଲି ଜାତିଆ ଫସଲ |ଏହା କୁ ଚାଷ କଲେ ଅମଳ ଭଲ ମିଳିବ ସହ ଏହା ମାଟି ରେ ଯବକ୍ଷାରଜାନ ର ମାତ୍ର ବଢ଼ାଇବାରେ ସାହାଯ୍ୟ କରେ ତେଣୁ ମଟର ପରେ ଲଗାଯାଇଥିବା ଫସଲ ହୃଷ୍ଟ ପୃଷ୍ଠା ହୁଏ |ଏହାକୁ ମୁଖ୍ୟତ ଶୀତ ଦିନରେ ଚାଷ କରାଯାଏ ଏବଂ ଏହା ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତି ରେ ମଧ୍ୟ କାର୍ଯ୍ୟକାରୀ ହୋଇଥାଏ |ମଟର ର ଚାହିଦା ବର୍ଷ ସାରା ଥାଏ ତେଣୁ ଏହାକୁ ଠାରେ ଲଗାଇଲେ ଚାଷୀ ମାନେ ବହୁ ଫାୟଦା ପାଇବେ |ଜମିରେ ଭିନ୍ନ ଭିନ୍ନ ପ୍ରକାରର କିସମ ଲଗାଇଲେ ଲାଭ ଅଧିକ ପାଇବେ |
ତେବେ ଏହାର ଚାଷ ପ୍ରଣାଳୀ …
କିସମ :
ସହଲା କିସମ :କଷି ନନ୍ଦିନୀ ,କଷି ଉଦୟ ,କଷି ମୁକ୍ତି,ଆଜାଦ -୩ ଇତ୍ୟାଦି
ବିଳମ୍ବ କିସମ :କଷି ଶକ୍ତି ,ଆଜାଦ ମଟର -୧
ମୃତିକା :
ମଟର ଚାଷ ପ୍ରାୟେ ସମସ୍ତ ପ୍ରକାର ମାଟି ରେ କରିପାରିବେ |ମାଟିରେ ଜୈବ ଅଙ୍ଗାର ବହୁ ପରିମାଣରେ ରହିବ ଆବଶ୍ୟକ ଏବଂ ପି.ଏଚ ୬ ରୁ ୭.୫ ମଧ୍ୟ ରହିବ ଉଚିତ |
ଲଗାଇବା ସମୟ :
ଅକ୍ଟୋବର ଶେଷ ସପ୍ତାହ ରୁ ଆରମ୍ଭ କରି ନଭେମ୍ବର ଶେଷ ସପ୍ତାହ ଯାଏ ଏହାକୁ ଲଗାଇପାରିବେ |ତାପମାତ୍ରା ଅଧିକ ଥିବା ସମୟରେ ଏହାକୁ ଲଗାନ୍ତୁ ନାହିଁ କାରଣ ଏହା ଦ୍ୱରା ଅମଳ କାମ ଆସେ|
ମଞ୍ଜି ର ପରିମାଣ :
ମଞ୍ଜି ର ପରିମାଣ କିସମ ଅନୁସାରେ ଭିନ୍ନ ଭିନ୍ନ ଥାଏ |ସହଲା କିସମର ମଞ୍ଜି ହେକ୍ଟର ପ୍ରତି ୧୮୦ କି,ଗ୍ରା ଏବଂ ବିଳମ୍ବ କିସମ ର ୧୦୦ ରୁ ୧୨୦ କି.ଗ୍ରା ମଞ୍ଜି ଆବଶ୍ୟକ |
ଏହାର ଅବଶିଷ୍ଟାଂଶ କାଲି ପ୍ରକାଶିତ ହେବ