Horticulture

ଗୋଲାପ ଫୁଲ ର ରୋଗ..

ଗୋଲାପ ଫୁଲ ର ରୋଗ ଓ ତାର ପ୍ରତିକାର :

24 January, 2019 1:57 PM IST By: KJ Staff

୧)କଳା ଦାଗ :
ପତ୍ର ଧୀରେ ଧୀରେ ହଳଦିଆ ପଡ଼ିଯାଏ ଓ କଳା ରଙ୍ଗ ର ଦାଗ ଦେଖାଗଲେ ,ଏହାକୁ କଳା ଦାଗ ରୋଗ ବୋଲି କୁହାଯାଏ|ଏହି ରୋଗ ହେଲେ ପତ୍ର ଶୁଖିଯିବା ସହ ଝଡ଼ିଯାଏ |ଗଛର ବୁଦ୍ଧି ଏବଂ ଫୁଲ ଅମଳ ମଧ୍ୟ କମିଯାଏ |

ପ୍ରତିକାର :
ଆକ୍ରାନ୍ତ ହୋଇଥିବା ପତ୍ର ଛିଣ୍ଡାଇଦିଅନ୍ତୁ |
ଗଛ ରେ ବେଶୀ ପାଣି ଦିଅନ୍ତୁ ନାହିଁ | ଏହା ଶୁଖିଲା ରହିବ ସହ ବାୟୁ ଚଳାଚଳ ଠିକ ଭାବେ ହୋଇବା ଦରକାର |

୨)ପାଉଁଶିଆ ରୋଗ :

ଲକ୍ଷଣ :
ଧଳା ପାଉଁଶିଆ ଭଳି ପଦାର୍ଥ ବା ପାଉଡର ପତ୍ର ବା କାନ୍ଦ ଚାରିପାଖେ ଲାଗିଥାଏ |ପତ୍ର ଝଡ଼ିଯାଏ ଏବଂ କାଢ଼ ଖୋଲେ ନାହିଁ |ସାଧାରଣତଃ ଆଦ୍ରତା ରାତିରେ ବଢିଲେ ଓ ଦିନରେ ଅଧିକ କମିଗଲେ ଏହି ରୋଗ ଦେଖାଯାଏ |
ପ୍ରତିକାର :
ସଲଫର ୦.୩% କିମ୍ବା କାରବେଣ୍ଡାଜିମ ୦.୧ % ;୨-୩ ଥର ୧୨-୧୫ ଦିନ ବ୍ୟବଧାନରେ ସ୍ପ୍ରେ କରନ୍ତୁ |

୩)ଡାଏବ୍ୟାକ ରୋଗ :
ଲକ୍ଷଣ :
ଏହି ରୋଗ ସାଧାରଣତଃ ପ୍ରୂନିଙ୍ଗ ବା କାଣ୍ଟଛାଣ୍ଟ କଲା ବେଳେ କଟା ଅଂଶ ଓ ସେହି ଓ଼ଖାପଖି ଜାଗା ସୁଖୀ କଲା ପଡ଼ିଯାଏ |ଧୀରେ ଧୀରେ ଚେର ରୁ ସଂକ୍ରମଣ ହୋଇ ଗଛ ମରିଯାଏ |
ପ୍ରତିକାର :
କଟା ଅଂଶ ରେ ଚୌବାଟିଆ ପେଷ୍ଟ ଲଗାନ୍ତୁ |


ଗୋଲାପ ଫୁଲ ବିଷୟରେ ଅନ୍ୟ କିଛି ଜାଣିବାକୁ ଚାହୁଁଥିଲେ କମେନ୍ଟ ବକ୍ସ ରେ ଲେଖନ୍ତୁ ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)