Horticulture

ଆଧାର କାର୍ଡରେ ବାରମ୍ବାର ସଂଶୋଧନ ପଡିପାରେ ମହଙ୍ଗା, ପଢନ୍ତୁ ପୁରା ଖବର...

ଆଧାର କାର୍ଡ ହେଉଛି ଏକ ଅତି ଆବଶ୍ୟକ ପରିଚୟ ପତ୍ର । ଆଜିକାଲି ଆଧାର କାର୍ଡ (Aadhaar Card) ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟରେ ପରିଣତ ହୋଇଛି । ଅଧିକାଂଶ ସରକାରୀ ଯୋଜନାର ଲାଭ ପାଇବା ପାଇଁ ଲୋକଙ୍କ ପାଖରେ ଆଧାର କାର୍ଡ଼ ଥିବା ବାଧ୍ୟତାମୂଳକ କରାଯାଇଛି ।

09 December, 2021 12:36 PM IST By: Sudesna Nayak

ଆଧାର କାର୍ଡ ହେଉଛି ଏକ ଅତି ଆବଶ୍ୟକ ପରିଚୟ ପତ୍ର । ଆଜିକାଲି ଆଧାର କାର୍ଡ (Aadhaar Card) ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟରେ ପରିଣତ ହୋଇଛି । ଅଧିକାଂଶ ସରକାରୀ ଯୋଜନାର ଲାଭ ପାଇବା ପାଇଁ ଲୋକଙ୍କ ପାଖରେ ଆଧାର କାର୍ଡ଼ ଥିବା ବାଧ୍ୟତାମୂଳକ କରାଯାଇଛି ।

ଏପରି ପରିସ୍ଥିତିରେ, ଆପଣଙ୍କର ଆଧାର କାର୍ଡରେ ନାମ, ଠିକଣା, ଜନ୍ମ ତାରିଖ ଏବଂ ଅନ୍ୟାନ୍ୟ ସୂଚନା ସଠିକ୍ ଭାବରେ ଅପଡେଟ୍ ହେବା ଉଚିତ । କିନ୍ତୁ ଆଧାର କାର୍ଡ ତିଆରି କରିବା ସମୟରେ ସଂପୂର୍ଣ୍ଣ ସୂଚନା ଅଭାବରୁ ଅନେକ ଲୋକ ଭୁଲ କରନ୍ତି । ଏହି ତ୍ରୁଟିଗୁଡ଼ିକୁ ସଂଶୋଧନ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

ଆଧାର କାର୍ଡରେ କିଛି ଜିନିଷ ଅଛି, ଯାହାକୁ ଆପଣ ବାରମ୍ବାର ସଂଶୋଧନ କରିପାରିବେ ନାହିଁ । ତେବେ ଜାଣନ୍ତୁ ଆଧାର କାର୍ଡ ତିଆରି କରିବା ସମୟରେ କେଉଁ କେଉଁ ଜିନିଷ ଉପରେ ଧ୍ୟାନ ଦେବା ଉଚିତ୍ ।

ୟୁଆଇଡିଏଆଇ ଆଧାର ସଂଶୋଧନ ନିୟମରେ ପରିବର୍ତ୍ତନ ଆଣିଛନ୍ତି । ଏଣିକି ଆପଣ ଆଧାର କାର୍ଡରେ ନିଜ ନାଁ, ଜେଣ୍ଡର ଓ ଜନ୍ମତାରିଖକୁ ବାରମ୍ବାର ସଂଶୋଧନ କରିପାରିବେ ନାହିଁ। ଏଥିରେ ଅଙ୍କୁଶ ଲଗାଇଛି ୟୁଆଇଡିଏଆଇ । ଆଧାର ସଂଶୋଧନର ବାରମ୍ବାରତା ଉପରେ ଅଙ୍କୁଶ ଲଗାଇ ଏହାକୁ ସିମିତ ରଖାଯାଇଛି ।

ଆଧାରକାର୍ଡରେ ନିଜ ନାଁ କେତେଥର ସଂଶୋଧନ କରିପାରିବେ ?

ୟୁଆଇଡିଏଆଇ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଉପଭୋକ୍ତା ଅଧାରକାର୍ଡରେ ନିଜ ନାଁ ମାତ୍ର ଦୁଇଥର ସଂଶୋଧନ କରିପାରିବେ ।

ଆଧାରକାର୍ଡରେ ଜନ୍ମତାରିଖ ପରିବର୍ତ୍ତନ ନିୟମକୁ ଅଧିକ କଡ଼ା କରାଯାଇଛି । ଉପଭୋକ୍ତା ଏହାକୁ ଥରେ ମାତ୍ର ସଂଶୋଧନ କରିପାରିବେ।

ଆଧାରକାର୍ଡରେ ଜେଣ୍ଡର ଅପଡେଟ୍‌ କେବଳ ଥରେ ମାତ୍ର ସଂଶୋଧନ କରିପାରିବେ।

ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥର ସଂଶୋଧନ କରିବାକୁ ଚାହୁଁଥିଲେ

ୟୁଆଇଡିଏଆଇ ନିର୍ଦ୍ଧାରିତ କରିଥିବା ସମୟ ସୀମା ମଧ୍ୟରୁ ଯଦି ଆପଣ ଅଧିକ ଥର ସଂଶୋଧନ କରିବାକୁ ଚାହୁଁଛନ୍ତି ତେବେ ଏକ ବିଶେଷ ମାଧ୍ୟମ ଦେଇ ଆପଣଙ୍କୁ ଯିବାକୁ ପଡ଼ିବ । ଏଥିପାଇଁ ଆପଣଙ୍କୁ ୟୁଆଇଡିଏଆଇର ଆଞ୍ଚଳିକ ଶାଖାକୁ ଯାଇ ଶାଖା ଅଧିକାରୀଙ୍କ ପରାମର୍ଶ କ୍ରମେ ଆପଣ ଅଧିକଥର ସଂଶୋଧନ କରିପାରିବେ ।

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)