Horticulture

ବିଶ୍ବ ବଜାରରେ ବଢୁଛି ଭାରତୀୟ ଡ୍ରାଗନ ଫଳର ଚାହିଦା

ବର୍ତ୍ତମାନ ପର୍ଯ୍ୟନ୍ତ ଥାଇଲ୍ୟାଣ୍ଡ, ଭିଏତନାମ, ଇସ୍ରାଏଲ୍, ଶ୍ରୀଲଙ୍କା ଏବଂ ଆମେରିକା ଭଳି ଦେଶରେ ଡ୍ରାଗନ୍ ଫଳ ଚାଷ କରାଯାଉଥିଲା । ହେଲେ ଏବେ ଭାରତର ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜୁରାଟ ଏବଂ ରାଜସ୍ଥାନର ଗରମ, ବାଲିଆ ଏବଂ ଆଦ୍ର ଜଳବାୟୁ ଅଞ୍ଚଳରେ ମଧ୍ୟ ଚାଷ କରାଯାଉଛି ।

20 June, 2022 5:42 PM IST By: Shuvanshu Kar

ଦେଶରେ ଉଦ୍ୟାନ କୃଷି(Indian horticulture ) ଫସଲ ଚାଷ ପାଇଁ ପାରମ୍ପାରିକ ପଦ୍ଧତି ଗ୍ରହଣ କରାଯାଉଥିଲା । ଏଥିରେ ଉତ୍ପାଦନ ଭଲ ହେଉଥଇଲା, କିନ୍ତୁ ପାଣିପାଗ ବଦଳିବା ଏବଂ ଅଦିନିଆ ବର୍ଷା ହେତୁ ଫସଲ ନଷ୍ଟ ହେବାର ଆଶଙ୍କା ରହିଥିଲା । ବର୍ତ୍ତମାନ ଚାଷୀମାନେ ଉନ୍ନତ କୌଶଳ ଆପଣାଉଛନ୍ତି । କେବଳ ଭାରତରେ ନୁହେଁ, ବୈଦେଶିକ ବଜାରରେ ମଧ୍ୟ ଭାରତର ଫଳ ଏବଂ ପନିପରିବାର ଚାହିଦା ବଢୁ ।

ଏହି ଉଦ୍ୟାନ କୃଷି ମଧ୍ୟରୁ କେତେକ ଉର୍ବର ଜମି ଆବଶ୍ୟକ କରନ୍ତି ନାହିଁ । ଆସନ୍ତୁ ଡ୍ରାଗନ୍ ଫଳର ଚାଷ ବିଷୟରେ ଆଲୋଚନା କରିବା । ବର୍ତ୍ତମାନ ପର୍ଯ୍ୟନ୍ତ ଥାଇଲ୍ୟାଣ୍ଡ, ଭିଏତନାମ, ଇସ୍ରାଏଲ୍, ଶ୍ରୀଲଙ୍କା ଏବଂ ଆମେରିକା ଭଳି ଦେଶରେ ଡ୍ରାଗନ୍ ଫଳ ଚାଷ କରାଯାଉଥିଲା । ହେଲେ ଏବେ ଭାରତର ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜୁରାଟ ଏବଂ ରାଜସ୍ଥାନର ଗରମ, ବାଲିଆ ଏବଂ ଆଦ୍ର ଜଳବାୟୁ ଅଞ୍ଚଳରେ ମଧ୍ୟ ଚାଷ କରାଯାଉଛି ।

ଡ୍ରାଗନ୍ ଫଳ ମୂଳତଃ ଏକ ଭାରତୀୟ ଫଳ ନୁହେଁ, କିନ୍ତୁ ପଦ୍ମ ଭଳି ଦେଖାଯାଉଥିବା ଏହି ଫଳ ଭାରତର ଅଧିକାଂଶ ଅଞ୍ଚଳରେ ଚାଷ କରାଯାଏ ଏବଂ ବିଦେଶକୁ ରପ୍ତାନି ହୁଏ । ବାସ୍ତବରେ, ଡ୍ରାଗନ୍ ଫଳ ବାଲିଆ ମାଟି ବ୍ୟତୀତ କମ୍ ଉର୍ବର ମୃତ୍ତିକାରେ ଚାଷ କରାଯାଇପାରେ । ଭାରତର ଅଧିକାଂଶ ଅଞ୍ଚଳର ମାଟି ଏବଂ ଜଳବାୟୁ ଏହି ଚାଷ ପାଇଁ ଉପଯୁକ୍ତ । ଡ୍ରାଗନ୍ ଫଳରେ ଫାଇବର, ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ପରି ପୋଷକ ତତ୍ତ୍ୱରେ ଭରପୂର ରହିଛି । ଏହା ଉଚ୍ଚରକ୍ତଚାପ, ମଧୁମେହ, ସଂକ୍ରମଣ ଏବଂ କୋରୋନା ଭଳି ରୋଗ ଦୂର କରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । କୋରୋନା ମହାମାରୀ ସମୟରେ ଏହାର ଚାହିଦାକୁ ଦୃଷ୍ଟିରେ ରଖି ଭାରତର କୃଷକମାନେ ମଧ୍ୟ ଏହାର ଚାଷ ଆରମ୍ଭ କରିଛନ୍ତି ।

ପ୍ରଚୁର ଲାଭ ପାଇଁ ଡ୍ରାଗନ ଫ୍ରୁଟ ଚାଷ

ଡ୍ରାଗନ୍ ଫ୍ରୁଟ୍ ବିଷୟରେ ଆପଣ ଜାଣନ୍ତି କି ? ?

ଡ୍ରାଗନ୍ ଫଳର ଚାଷ ପାଇଁ, ଆପଣ ମାତ୍ର 1 ଏକର ଜମିରେ 1700 ଗଛ ଲଗାଇ ଆରମ୍ଭ କରିପାରିବେ । ସଠିକ୍ ଭାବରେ ମଞ୍ଜି ବୁଣିବା ଏବଂ ପ୍ରତିରୋପଣ କରିବା ପରେ ଦ୍ୱିତୀୟ ବର୍ଷରେ ଫଳ ଧରିବା ଆରମ୍ଭ କରେ । ଯଦି ସଠିକ୍ ଟେକ୍ନୋଲୋଜି ସହିତ ଚାଷ କରାଯାଏ, ଡ୍ରାଗନ୍ ଫଳର କେବଳ ଗୋଟିଏ ଗଛରୁ 50ରୁ 60 ଫଳ ମିଳିପାରିବ, ଯେଉଁଥିରେ ଗୋଟିଏ ଫଳର ଓଜନ 400 ଗ୍ରାମ ଅଟେ ।

ଏହି ଉପାୟରେ, ସଠିକ୍ ଟେକ୍ନୋଲୋଜି ଏବଂ ଯତ୍ନ ସହିତ, ଏକ ଏକର ବଗିଚାରୁ ପ୍ରାୟ 10 ଟନ୍ ଉତ୍ପାଦନ କରି 10 ଲକ୍ଷ ରୋଜଗାର କରିପାରିବ । ମାର୍ଚ୍ଚ-ଜୁଲାଇ ପର୍ଯ୍ୟନ୍ତ ସମୟ ଡ୍ରାଗନ ଫଳ ଚାଷ ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ମାର୍ଚ୍ଚରେ ମଞ୍ଜି ବୁଣିବା ଏବଂ ପ୍ରତିରୋପଣ କରିବା ପରେ, ଡ୍ରାଗନ୍ ଫଳ ଗଛରେ ମେ-ଜୁନଠାରୁ ଫୁଲ ଧରିବା ଆରମ୍ଭ ହୁଏ ଏବଂ ଡିସେମ୍ବର ସୁଦ୍ଧା ଏଥିରେ ଫଳ ଧରିଥାଏ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)