Horticulture

ଗୋଲ ମରିଚ ଚାଷ କରି ଲାଭ ପାଆନ୍ତୁ, ଏହାର ଲଗାଇବା ପଦ୍ଧତି ଜାଣନ୍ତୁ !!

ଭୋଜନକୁ ସ୍ୱାଦଯୁକ୍ତ କରିବା ପାଇଁ ଗୋଲ ମରିଚ ବ୍ୟବହାର ହୋଇଥାଏ। ଗୋଲ ମରିଚରେ ଅନେକ ଔଷଧୀୟ ଏବଂ ଆୟର୍ବେଦିକ ଗୁଣ ରହିଛି।

07 September, 2021 5:18 PM IST By: Sugyan Kumar Nayak

ଭୋଜନକୁ ସ୍ୱାଦଯୁକ୍ତ କରିବା ପାଇଁ ଗୋଲ ମରିଚ ବ୍ୟବହାର ହୋଇଥାଏ। ଗୋଲ ମରିଚରେ ଅନେକ ଔଷଧୀୟ ଏବଂ ଆୟର୍ବେଦିକ ଗୁଣ ରହିଛି।  ଅନେକ ରୋଗକୁ ଭଲ କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ମନେରଖନ୍ତୁ, ଭାରତରେ ପ୍ରଥମେ ଗୋଲ ମରିଚ ଚାଷ କରାଯାଇଥିଲା। ଭାରତ ବ୍ୟତୀତ ଇଣ୍ଡୋନେସିଆ,ବୋର୍ଣ୍ଣିଓ, ମାଲୟ, ଶ୍ରୀଲଙ୍କା ଏବଂ ସିଆମ୍ ପରି ଅନ୍ୟ ଦେଶରେ ମଧ୍ୟ ଏହା ଚାଷ କରାଯାଏ। ମାଲାବାର ଜଙ୍ଗଲରୁ ବହୁ ସଂଖ୍ୟାରେ ଗୋଲ ମରିଚ ମିଳିଥାଏ। ଏହାର ପତ୍ରଗୁଡ଼ିକ ଲମ୍ବା ୧୨ ରୁ ୧୮ ସେ.ମି. ମଧ୍ୟରେ ହୋଇଥାଏ। ଏହାର ଚେର ଅସ୍ଥାୟୀ ଏବଂ ୨ ମିଟର ଗଭୀରକୁ ଯାଏ । ଗୋଲ ମରିଚ ଗଛରେ ଧଳା ରଙ୍ଗର ଫୁଲ ଫୁଟିଥାଏ। ଉପଯୁକ୍ତ ଜଳବାୟୁରେ ଗୋଲ ମରିଚ ଚାଷ କରାଯାଏ। ଶୀତଳ ଜଳବାୟୁ ଏହି ଚାଷ ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଗୋଲ ମରିଚ ଚାଷ ପାଇଁ ବାର୍ଷିକ ୨୦୦୦ ମିଲିଲିଟର ବର୍ଷା ଆବଶ୍ୟକ ହୋଇଥାଏ। ଗୋଲ ମରିଚ ନାଲି ମାଟି ଏବଂ ନାଲି ଲାଟରାଇଟ୍ ମାଟି ଚାଷ ପାଇଁ ସର୍ବୋତ୍ତମ। ଏହି ଚାଷ ପାଇଁ ଭୂମିର ପି.ଏଚ ମାନ ୫ ରୁ ୬ ମଧ୍ୟରେ ହେବା ଆବଶ୍ୟକ।

ଗଛ ରୋପଣ କରିବାର ପଦ୍ଧତି

ଗୋଲ ମରିଚ ରୋପଣ ପାଇଁ କଲୋମ୍ ର ଆବଶ୍ୟକ ହୋଇଥାଏ। ଏହାର ଗୋଟେ କିମ୍ବା  ଦୁଇ କାଲୋମ୍ କୁ କାଟି ସେପ୍ଟେମ୍ବର ମଧ୍ୟଭାଗରେ ଧାଡ଼ିରେ ଲଗାଯିବା ଉଚିତ୍। ଗୋଟିଏ ହେକ୍ଟର ଜମିରେ  ୧୬୬୬ ଟି ଚାରା ରୋପଣ କରାଯାଏ। ଏହି ଚାରା ୩୦ କିମ୍ବା ୪୫ ମିଟର ଉଚ୍ଚତା  ବିଶିଷ୍ଟ ହୋଇଥାଏ। ଏହାର ଫଳଗୁଡ଼ିକୁ ସହଜରେ କାଟିବା ପାଇଁ ୮ ରୁ ୯ ମିଟର ଉଚ୍ଚତା ପଯ୍ୟନ୍ତ ବଢ଼ିବାକୁ ଦିଆଯାଏ। ଏହି ଗଛ ଅତି କମରେ ୨୫ ରୁ ୩୦ ବର୍ଷ ପଯ୍ୟନ୍ତ ବୃଦ୍ଧି ପାଇଥାଏ। ଭୂମିର ପି.ଏଚ୍ ଅନୁଯାୟୀ ଅମୋନିଆ ସଲଫେଟ ଏବଂ ନାଇଟ୍ରୋଜେନ୍ ମିଶ୍ରିତ କରିବା ଉଚିତ୍। ଏହା ସହିତ ଫସଲରେ ୧୦୦ ଗ୍ରାମ ପୋଟାସିୟମ ସହ ୭୫୦ ଗ୍ରାମ ମାଗ୍ନେଶିୟମ୍ ସଲଫେଟ୍ ମାଟିରେ ମିଶ୍ରଣ କରିବା ଉଚିତ୍। ଯେଉଁ ଭୂମିରେ ଏସିଡ୍ ଥାଏ,୫୦୦ ଗ୍ରାମ ଡୋଲାମିଟିକ ଚୂନ ୨ ବର୍ଷରେ ଥରେ ବ୍ୟବହାର କରିବାକୁ ପଡ଼ିଥାଏ।

ଗୋଲମରିଚର  କିସମ

ଭଲ ଅମଳକ୍ଷମ ଗୋଲ ମରିଚ ମଧ୍ୟରେ ନିମ୍ନ କିସମଗୁଡ଼ିକ ଅନ୍ୟତମ ଅଟନ୍ତି l

 ପନ୍ନିୟୁର-1

ପନ୍ନିୟୁର-3

ପନ୍ନିୟୁର-8

କରିମୁଣ୍ଡା

କୁଥିରାବଲି

ଉପଯୁକ୍ତ ଖତ ଏବଂ ସାର

ଏହି ଚାଷ ପାଇଁ, 50 କିଲୋ କମ୍ପୋଷ୍ଟ,  20 କିଲୋ ଲିମ୍ବ , 50 କିଲୋ ଅରଡ଼ି ମିଶାନ୍ତୁ।  ଜାନୁଆରୀ, ଫେବୃଆରୀରେ ମାସରେ ଗଛ  ଲଗାନ୍ତୁ। ଏହା ସହ 20 ବର୍ଷ ପୁରୁଣା ଗଛରେ 10 କିଲୋ ଖତ ଦିଆନ୍ତୁ।

କୀଟନାଶକ ରୋକିବା ପ୍ରଣାଳୀ

ଫଳଗୁଡିକ ନରମ ପ୍ରକୃତିର ହୋଇଥିବାରୁ କୀଟ ପୋକ ଶୀଘ୍ର ଧରିଥାଏ। ଏହାର ପ୍ରତିରୋଧ ପାଇଁ, ଗର୍ତ୍ତରେ କିରୋସିନ, ଲିମ୍ବ ପତ୍ର ସହ ଉଷୁମ ଜଳ ମିଶ୍ରିତ କରି ସ୍ପ୍ରେ କରାଯିବା ଉଚିତ୍ |

କୃଷିପାଇଁ ଜଳସେଚନର ପଦ୍ଧତି

ଏହା ଜଳସେଚନ ଉପରେ ଆଧାରିତ।ଯଦି କୌଣସି କାରଣରୁ ବର୍ଷା କମ୍ ହୁଏ ତେବେ ଆବଶ୍ୟକ ହେଲେ ଗୋଲ ମରିଚ ଫସଲରେ ଜଳସେଚନ କରାଯିବା ଉଚିତ୍।

ଜୁଲାଇ ମାସ ମଧ୍ୟରେ ଧଳା ଏବଂ ହାଲୁକା ହଳଦିଆ ଫୁଲ ଦେଖିବାକୁ ମିଳିଥାଏ। ଏହାର ଫଳ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ପାଚିବା ଆରମ୍ଭ କରିଥାଏ। ଏହାର ଫଳ ଗୋଲାକାର ଆକାରର ୩ ରୁ ୬ ମି.ମି ହୋଇଥାଏ। ଦକ୍ଷିଣ ଆଫ୍ରିକାରେ ଏହି ଗୋଲ ମରିଚ ନଭେମ୍ବରରୁ ଜାନୁୟାରୀ ମାସରେ ପାଚିଥାଏ। ତାହା ପରେ ଏହାକୁ ୫ ରୁ ୭ ଦିନ ଖରାରେ ସୁଖା ଯାଏ। ଯେତେବଳେ କଳା ଗୋଲ ମରିଚର ମଞ୍ଜି ସମ୍ପୂର୍ଣ୍ଣ ଶୁଖିଯାଏ, ସେଗୁଡିକ ସଙ୍କୁଚିତ ହୋଇଥାଏ। ଏହି ଶସ୍ୟ ଗୁଡ଼ିକର ରଙ୍ଗ ହାଲକା କଳା ରଙ୍ଗ ହୋଇଯାଏ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)