Horticulture

ପାତ୍ର ରେ ବାଇଗଣ ଚାଷ ...

ବର୍ତ୍ତମାନ ଯୁଗ ରେ ଲୋକ ଗାଁ ଭୁଲି ସହର ରେ ରହିବା ର ରୁଚି ପ୍ରକାଶ କରୁଛନ୍ତି ।ତେବେ ସହରାଞ୍ଚଳ ରେ ଜାଗା ବା ଜମି ଅଭାବ କଥା ସମସ୍ତେ ଜାଣିଥିବା ।ତେଣୁ ଏହି ପରି ପରିସ୍ଥିତିରେ ଜମି ଅଭାବ ରେ ମଧ୍ୟ ଚାଷ କରିପାରିଲେ ଆମେ ବେଶ୍ ଲାଭବାନ ହୋଇପାରିବା ।ତେବେ ଏହା ଲାଗି ଆବଶ୍ୟକ ବିଭିନ୍ନ ପାତ୍ର ! ଏହାକୁ ଅର୍ବାନ୍ ଗର୍ଦେନିଂ ମଧ୍ୟ କୁହାଯାଏ।

18 February, 2019 9:34 AM IST By: KJ Staff

ବର୍ତ୍ତମାନ ଯୁଗ ରେ ଲୋକ ଗାଁ ଭୁଲି ସହର ରେ ରହିବା ର ରୁଚି ପ୍ରକାଶ କରୁଛନ୍ତି ।ତେବେ ସହରାଞ୍ଚଳ ରେ ଜାଗା ବା ଜମି ଅଭାବ କଥା ସମସ୍ତେ ଜାଣିଥିବା ।ତେଣୁ ଏହି ପରି ପରିସ୍ଥିତିରେ ଜମି ଅଭାବ ରେ ମଧ୍ୟ ଚାଷ କରିପାରିଲେ ଆମେ ବେଶ୍ ଲାଭବାନ ହୋଇପାରିବା ।ତେବେ ଏହା ଲାଗି ଆବଶ୍ୟକ ବିଭିନ୍ନ ପାତ୍ର ! ଏହାକୁ ଅର୍ବାନ୍ ଗର୍ଦେନିଂ ମଧ୍ୟ କୁହାଯାଏ।

ଏହି ଉପାୟ ଯେ କେବଳ ବାଇଗଣ ଚାଷ କରି ହେବ ତାହା ନୁହେଁ !ବିଭିନ୍ନ ପନି ପରିବା ଯେପରି ଖଡା, ପାଳଙ୍ଗ ଭେଣ୍ଡି ଇତ୍ୟାଦି ମଧ୍ୟ ଲଗାଇପରିବେ ।ତେବେ ଭଲ ଭାବେ ସ୍ଥାନ ବା ଜାଗା ର ଉପଯୁକ୍ତ ବ୍ୟବହାର କରିପାରିଲେ ଆମେ ନିଜ ଲାଗି ଉତ୍ପାଦନ କରିବା ସଙ୍ଗେ ଉତ୍ପାଦନ ବୃଦ୍ଧି ହେତୁ ବଜାରରେ ବିକ୍ରି କରି ସେଥିରୁ ବେଶ୍ ଲାଭବାନ ମଧ୍ୟ ହୋଇପାରିବା ।


ତେବେ ଜାଣି ରଖନ୍ତୁ ଏହା ଲାଗି ଆବଶ୍ୟକ ସାମଗ୍ରୀ:
- କିଛି ଉର୍ବର ମାଟି
- ଜଳ ନିଷ୍କାସନ ଲାଗି ସୁବିଧା ଥିବା ଏକ ପାତ୍ର
- ଉପଯୁକ୍ତ ସ୍ଥାନ
- ଆବଶ୍ୟକ ସୂର୍ଯ୍ୟାଲୋକ

 

କେମିତି କରିବେ ପାତ୍ର ରେ ଚାଷ !!


- ପ୍ରତ୍ୟେକ ବାଇଗଣ ଗଛ କୁ ଅତି କମ୍ ରେ ୩୦.୫ ସେ. ମି ର ଜଗ ଦରକାର ହୁଏ ତେଣୁ ପ୍ରତ୍ୟେକ ଗଛ ଲାଗି ଭିନ୍ନ ଏକ ୨୦ ଲିଟର କାପାଚିଟି ପାତ୍ର ର ବ୍ୟବହାର କରନ୍ତୁ ।
- ତେଣୁ ଏହା ଲାଗି ଆପଣ ପ୍ଲାଷ୍ଟିକ କୁଣ୍ଡ ,ବାଲ୍ଟି , ଅଖା ବା ପ୍ଲାଷ୍ଟିକ ବୋତଲ ର ମଧ୍ୟ ବ୍ୟବହାର କରିପାରିବେ
- ତେବେ ଏହା ଲାଗି ଅଧିକ ଉପଯୋଗୀ ମାଟି ର କୁଣ୍ଡ   ଏ ଅଧିକ ପାଣି ଧରି ରଖିବା ସହ ଗଛ ଚେର କୁ ଉପଯୁକ୍ତ ତାପମାତ୍ରା ଦେଇଥାଏ।
- ପାତ୍ର ରେ ଜଳ ନିଷ୍କାସନ ଲାଗି ସୁବିଧା ନିହାତି ଥିବା ଆବଶ୍ୟକ ।
- ଗଛ ଲଗାଇବା ଆଗରୁ ପାତ୍ର କୁ ଭଲ ଭାବେ ଧୋଇ ଦିଅନ୍ତୁ ...ଏହା ଦ୍ବାରା ଅହିତକରି କବକ ଓ ଜୀବାଣୁ ନଷ୍ଟ ହୋଇଥାନ୍ତି ।
- ପାତ୍ର ରେ ୨ ଭାଗ ଉର୍ବର ମାଟି , ବାଲି ସହ ୧ ଭାଗ ଖତ ,ଏବଂ ଅଳ୍ପ ସାର ମିଶାଇ ସେହି ମିଶ୍ରଣ କୁ ପାତ୍ର ରେ ଭରନ୍ତୁ । ପାତ୍ର ମୁହଁରୁ ୧/୨ ଇଞ୍ଚ ଜାଗା ଛାଡି ଦିଅନ୍ତୁ

- ମାଟି ଭର୍ତି କରି ମଝିରେ ଛୋଟ ଗାତ ଖୋଳି ବାଇଗଣ ଚାରା ଲଗାନ୍ତୁ। ଚାରା ର ଚେର ପ୍ରତି ସାବଧାନ ରୁହନ୍ତୁ ଯେପରି ଏହା ନଷ୍ଟ ନ ହୁଏ ।
- ୨ ଦିନକୁ ଥରେ ସେ ଗଛ ରେ ପାଣି ଦିଅନ୍ତୁ ।ପରେ ମାଟି ର ଆଦ୍ରତା ଦେଖି ସେଥିରେ ପାଣି ଦିଅନ୍ତୁ।ଅଧିକ ପାଣି ହେଲେ ଗଛ ର ମୂଳ ଶଢ଼ୀ ବାର ସମ୍ଭାବନା ଅଛି ।
- ଏହି ପାତ୍ର କୁ ଉପଯୁକ୍ତ ସ୍ଥାନ ରେ ରଖନ୍ତୁ। ଏହାକୁ ଦିନକୁ ୬-୭ ଘଣ୍ଟା ର ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ଆବଶ୍ୟକ ହୋଇଥାଏ।
- ଖରା ଦିନେ ଜଳ ସଂରକ୍ଷଣ ଲାଗି ନଡ଼ିଆ କତା ଦ୍ଵାରା ମୁଳଚିଂନ କରନ୍ତୁ।ଏହା ଅନାବନା ଗଛ ଉଠିବାକୁ ଦିଏ ନାହିଁ।

ଏହାର ଅଧିକ ଯତ୍ନ ଏବଂ ଅମଳ କାଲି ପ୍ରକାଶ ପାଇବା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)