Horticulture

୫ଟି ଫଳ ଗଛ ଶୀଘ୍ର ବଢେ ଏବଂ କମ୍ ସମୟରେ ଅଧିକ ଲାଭ ହୁଏ !!

ଭାରତରେ ଅଧିକାଂଶ ଗଛ ଫଳ ଦେବା ଅଧିକ ସମୟ ନେଇଥାଏ। ଆଉ କିଛି ଫଳ ଗଛ ଅଛି ରୋପଣର କିଛି ମାସ ମଧ୍ୟରେ ଫଳ ଦେବା ଆରମ୍ଭ କରେ । ଯାହାଫଳରେ ଚାଷୀ ଲାଭବାନ୍ ହୋଇଥାନ୍ତି। କିଛି ଗଛ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ କମ୍ ସମୟରେ ଅଧିକ ଫଳ ଦେଇଥାଆନ୍ତି ଯଥା-

06 September, 2021 7:31 PM IST By: Sugyan Kumar Nayak

ଭାରତରେ ଅଧିକାଂଶ ଗଛ ଫଳ ଦେବା ଅଧିକ ସମୟ ନେଇଥାଏ। ଆଉ କିଛି ଫଳ ଗଛ ଅଛି ରୋପଣର କିଛି ମାସ ମଧ୍ୟରେ ଫଳ ଦେବା ଆରମ୍ଭ କରେ । ଯାହାଫଳରେ ଚାଷୀ ଲାଭବାନ୍ ହୋଇଥାନ୍ତି। କିଛି ଗଛ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ କମ୍ ସମୟରେ ଅଧିକ ଫଳ ଦେଇଥାଆନ୍ତି ଯଥା-

୧. ଅମୃତ ଭଣ୍ଡା – ଏହି ଗଛ୨୦ ରୁ ୨୫ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ବଢିଥାଏ। କମ୍ ସମୟରେ ଫଳ ଦେବା ଆରମ୍ଭ କରେ। ହଳଦିଆ ରଙ୍ଗ ହୋଇଥିବା ସମୟରେ ଗଛରୁ ଫଳ ତୋଳା ଯାଇଥାଏ। ଯାହାଫଳରେ ଏହା ସ୍ବାଦ ମିଠା ଲାଗେ।

୨. ଲେମ୍ବୁ ଗଛ- ଭାରତରେ ଲେମ୍ବୁ ଗଛର ଲୋକପ୍ରିୟତା ଅଧିକ। ଏଥିରେ ଭିଟାମିନ୍-ସି, ପୋଟାସିୟମ୍, ଫୋଲିକ୍ ଏସିଡ୍ ଏବଂ ଅନ୍ୟାନ୍ୟ ପୋଷକତତ୍ତ୍ୱ ରହିଥାଏ। ଯାହାଫଳରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ୟୁରେକା ଓ ମେୟର କିସମଗୁଡିକ ଶୀଘ୍ର ବଢିବା ସହ ଫଳ ହୋଇଥାଏ।

୩. ଡିମିରି ଗଛ - ଏହି ଫଳ ଭିତରେ କଞ୍ଚା ମଞ୍ଜି ଥାଏ। ସାଧାରଣତଃ ଲୋକ ଏହାକୁ ଶୁଖେଇ ଖାଇବା ପାଇଁ ପସନ୍ଦ କରିଥାଆନ୍ତି। ଏଥିରେ ଆଇରନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଆଇରନ୍ ଅଭାବ ଓ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

୪. ବରକୋଳି ଗଛ – ଏହି ଗଛ ବିଭିନ୍ନ ଶାଖା ପ୍ରଶାଖା ଦେଇ ସିଧା ବଢ଼ିଥାଏ। ଏହାର ଫଳଗୁଡ଼ିକ ଗୋଲାକାର। ସ୍ବାଦ ଖଟା ଏବଂ ରସଯୁକ୍ତ। ବିଭିନ୍ନ ସମୟରେ ଏହି ଫଳ ପାଚିଥାଏ। ପ୍ରାରମ୍ଭରେ ସବୁଜ ରଙ୍ଗର ଏବଂ ପାଚିବା ବେଳେ ଲାଲ ରଙ୍ଗ ହୋଇଥାଏ।

୫. ପିଜୁଳି ଗଛ- ମଞ୍ଜିରୁ ଏହି ଗଛ ସୃଷ୍ଟି ହୁଏ। ଫଳ ହେବା ପାଇଁ ୨ ରୁ ୬ ବର୍ଷ ଲାଗିଥାଏ। ଗ୍ରାଫ୍ଟିଙ୍ଗ୍ ଦ୍ୱାରା ଶୀଘ୍ର ଫଳ ଦେବା ଆରମ୍ଭ କରିଥାଏ। ଏହାର ସ୍ବାଦ ମିଠା ଏବଂ ସୁଗନ୍ଧିତ। ଏହା ଉପରୁ ଦେଖିବା ପାଇଁ  ସବୁଜ  ରଙ୍ଗର ଏବଂ ଭିତରେ ମଞ୍ଜି ଥାଏ। ଏହାକୁ କଞ୍ଚାରେ ମଧ୍ୟ  ଖାଇହୁଏ। ଅନେକ ଲୋକ ମଧ୍ୟ ଚଟଣି କରି ଏହାକୁ ଖାଇଥାନ୍ତି।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)