Horticulture

ଜାଣିଲେ ଆଶ୍ଚର୍ଯ୍ୟ ହେବେ !!ସାଲାଡ଼ ରେ ଖାଇପାରିବେ ଏହି ଫୁଲ !

ଜାଣିଲେ ଆଶ୍ଚର୍ଯ୍ୟ ହେବେ !!ସାଲାଡ଼ ରେ ଖାଇପାରିବେ ଏହି ଫୁଲ !

06 February, 2020 3:10 PM IST By: KJ Staff

ସାଲାଡ଼ ଲାଗି ଆପଣ ବିଭିନ୍ନ ପରିବା ଯଥା ଟମାଟର କାକୁଡି ମୂଳା ବିଟ ଇତ୍ୟାଦି ର ବ୍ୟବହାର କରୁଥିବେ ହେଲେ ଜାଣନ୍ତି କି ଏମିତି ଭି ଫୁଲ ଅଛି ଯାହାକୁ ଆପଣ ସାଲାଡ ଭାବେ ଖାଇ ପାରିବେ |ସେହି ସମସ୍ତ ଫୁଲ କୁ ଆପଣ ନିଜ ଘର ଉଦ୍ୟାନ ରେ ଲଗାଇ ପାରିବେ ଫଳରେ ଘର ର ଶୋଭା ବଢିବ ସହ ଏହା ଆପଣଙ୍କ ଲାଗି ପୃଷ୍ଟିକର ଖାଦ୍ୟ ଭାବେ ମଧ୍ୟ କାର୍ଯ୍ୟ କରିବ|

ଆସନ୍ତୁ ଜାଣିବା ଏହି ସମସ୍ତ ଫୁଲ ବିଷୟରେ :

୧)ଛୋଟ ଗେଣ୍ଡୁ ବା କ୍ୟାଲେଣ୍ଡୁଳା :

ଏହା ବର୍ଷକୁ ଠାରେ ହିଁ ଫୁଟିଥାଏ ଏବଂ ଏହାର ଫୁଲ ରଙ୍ଗ ହଳଦିଆ |ଏହା ପ୍ରାୟେ ଶୀତ ଦିନ ରେ ଫୁଟିଥାଏ ଏବଂ ଖରା ଦିନେ ଫୁଟିବା ବନ୍ଦ ହୋଇଯାଏ |ଏହାର ପାଖୁଡା କୁ ସାଲାଡ଼ ,ସୁପ ,ଏବଂ ଖାଦ୍ୟ ରେ ସୁନ୍ଦର ରଙ୍ଗ ଦେବ ଲାଗି ବ୍ୟବହାର କରାଯାଏ |
ଏହାକୁ କେଶର ପରି ବ୍ୟବହାର କରିପାରିବେ |ଏହାର ଶୁଖିଲା ପାଖୁଡା କୁ ସାଇତି ରଖିପାରିବେ |

 

୨)ଚାମମାଇଲ :

ଡେସି ଫୁଲ ସଦୃଶ ଏହି ଫୁଲ ମଧ୍ୟ ବର୍ଷକୁ ଠାରେ ଫୁଟିଥାଏ|ଏହାର ମଧୁର ଏବଂ ସେଉ ପରି ବାସ୍ନା ହେତୁ ଏହା ଚା ରେ ବ୍ୟବହାର କରାଯାଇଥାଏ |ଏହାକୁ ବସନ୍ତ ଋତୁ ରେ ଲଗାଇଲେ ଏହା ଖରା ଦିନ ଶେଷ ପର୍ଯ୍ୟନ୍ତ ଫୁଲ ଦେଇଥାଏ |ଏହାର ଫୁଲ ପାଖୁଡା ଝାଡ଼ିବା ଆରମ୍ଭ କଲେ ଏହି ଫୁଲ ର ଅମଳ କରାଯାଇଥାଏ |
୩ ରୁ ୪ ଟି ଫୁଲ ଆଣି ଫୁଟୁଥିବା ପାଣି ରେ ପକାନ୍ତୁ |ଏହାକୁ ଅଳ୍ପ ସମୟ ପରେ କାଢି ପିଅନ୍ତୁ |

୩)ଛୋଟ ଟଗର:

ଏହି ଫୁଲ କୁ ଆପଣ ବହୁ ବାର ଛାଇ ଥିବା ସ୍ଥାନରେ ବଢ଼ିଥିବାର ଦେଖିଥିବେ|ଟଗର ସଦୃଶ ଏହି ଫୁଲ ମୁଖ୍ୟତ ଧଳା ବା ପିଙ୍କ ରଙ୍ଗ ର ହୋଇଥାଏ |ଏହାକୁ ଆପଣ ଘରେ ଖରା ପଡୁଥିବା ସ୍ଥାନ ରେ ରଖିଲେ ମଧ୍ୟ ଏହା ଭଲ ଭାବେ ବଢି ଫୁଲ ଦେଇପାରିବ |ଏହାର ମଧୁର ବାସ୍ନା ହେତୁ ଏହାକୁ ବିଭିନ୍ନ ଖାଦ୍ୟ ରେ ବ୍ୟବହାର କରାଯାଇଥାଏ |

୪)ଗୋଲାପ :

ଏହା ବିଷୟରେ ଆପଣ ନିଶ୍ଚିନ୍ତ ଜାଣିଥିବେ |ଗୋଲାପ ରୁ ବିଭିନ୍ନ ଖାଦ୍ୟ ଯଥା ଗୋଲାପ ଡ୍ରିଙ୍କ ,ମିଠା ବ୍ୟଞ୍ଜନ ଏପରିକି ଏହାର ବାସ୍ନା ଓ ରଙ୍ଗ ଲାଗି ଏହାକୁ ହାଲବା ଇତ୍ୟାଦି ପ୍ରସ୍ତୁତି ରେ ମଧ୍ୟ ବ୍ୟବହାର କରାଯାଏ |
ଗୋଲାପ ର ପାଖୁଡା କୁ ଆପଣ ବିଭିନ୍ନ ପ୍ରକାର ବ୍ୟବହାର କରିପାରିବେ ଏବଂ ଏହାକୁ ଶୁଖାଇ ସାଇତି ରଖିପାରିବେ |
ଏଥିରେ ଜେଲି ମଧ୍ୟ ପ୍ରସ୍ତୁତ କରାଯାଏ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)