Horticulture

ଉଦ୍ୟାନ କୃଷି ପାଇଁ ସରକାର ଯୋଗାଇବେ ମାଗଣା ଚାରା ଓ ସବସିଡି...

ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ରାଜ୍ୟ ସରକାରଙ୍କ ସ୍ତରରୁ କୃଷକମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି ।

10 May, 2023 11:28 AM IST By: Priyambada Rana

ଆମ ଦେଶର ଅଧିକାଂଶ କୃଷକ ଉଦ୍ୟାନ କୃଷି ଉପରେ ନିର୍ଭର କରିଥାନ୍ତି । ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ ସମେତ ଅନ୍ୟ ସମସ୍ତ ରାଜ୍ୟରେ ଚାଷୀ ଭାଇମାନେ ଉଦ୍ୟାନ କୃଷି କରି ନିଜର ଜୀବିକା ନିର୍ବାହ କରିଥାନ୍ତି ।ଉଦ୍ୟାନ କୃଷି ଦ୍ୱାରା କୃଷକମାନେ ନିଜର ଆୟ ଦ୍ୱିଗୁଣିତ କରିବା ସହ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରନ୍ତି । ଏଥି ସହିତ ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ରାଜ୍ୟ ସରକାରଙ୍କ ସ୍ତରରୁ କୃଷକମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି ।

 ଏଥି ସହିତ ବର୍ତ୍ତମାନ ବିହାର ସରକାର ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ଏକ ବଡ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର କୃଷକମାନଙ୍କୁ ଉଦ୍ୟାନ କୃଷି ପାଇଁ ମାଗଣା ଚାରା ପ୍ରଦାନ କରୁଥିବାବେଳେ ଚାଷୀଙ୍କୁ ମଧ୍ୟ ବହୁ ପରିମାଣର ସବସିଡି ପ୍ରଦାନ କରାଯିବା ନେଇ ବ୍ୟବସ୍ଥା କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ଯୋଜନାରେ କୃଷକମାନେ ବହୁତ ଖୁସି ଅଛନ୍ତି।

କୃଷକମାନେ ମାଗଣା ଚାରା ପାଇବେ-

ବିହାରର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ନାଳନ୍ଦା ଜିଲ୍ଲାର ଜଣେ କୃଷକ  ୧୫ ହେକ୍ଟର ଘରୋଇ ଜମିରେ ଆମ୍ବ ବଗିଚା କରିଛନ୍ତି, ଏ ନେଇ ତାଙ୍କୁ ମାଗଣା ଚାରା ଦିଆଯାଇଛି। ଆନ୍ତରିକ ଉଦ୍ୟାନ କୃଷି ମିଶନ ଅଧୀନରେ ୧୦ ହେକ୍ଟରରେ ଆମ୍ବ ବଗିଚା ସେହିପରି ଆଉ ଜଣେ କୃଷକ ୫ ହେକ୍ଟରରେ ଗୁଆ ଏବଂ ୫ ହେକ୍ଟରରେ କଦଳୀ ଏବଂ ଅନ୍ୟାନ୍ୟ ଚାଷ କରୁଥିବା ବେଳେ ତାଙ୍କୁ ମଧ୍ୟ ସବିସିଡି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

ପ୍ରଥମେ ଚୟନ-ପ୍ରଥମେ ସେବା ଭିତ୍ତିରେ ମିଳିବ ଲାଭ-

ଏହାର ଲାଭ ପାଇବା ପାଇଁ କୃଷକମାନେ ଅନଲାଇନରେ ଆବେଦନ କରିପାରିବେ । ଏଥିରେ, ଚୟନ ପ୍ରଥମ ଆସିବା-ପ୍ରଥମ ସେବା ଆଧାରରେ ହେବ ଅର୍ଥାତ୍ ଯିଏ ଏହି ଯୋଜନା ଅଧୀନରେ ପ୍ରଥମେ ଆବେଦନ କରିବ ।କେବଳ ସେ ହିଁ ଏହି ଯୋଜନାର ଲାଭ ପାଇ ପାରିବେ । କେବଳ ବିହାର କୃଷକମାନେ କୃଷି ବିଭାଗର ପୋର୍ଟାଲରେ (horticulture.bihar.gov.in) ଅନଲାଇନରେ ଆବେଦନ କରିପାରିବେ । କେବଳ ବିହାର ସରକାର ନୁହେଁ ଓଡ଼ିଶା ସରକାର ମଧ୍ୟ ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି ।ଯାହାକି ଆପଣ ଓଡ଼ିଶା ସରକାରଙ୍କ କୃଷି ବିଭାଗ ୱେବସାଇଟ୍ ଏବଂ ଉଦ୍ୟାନ କୃଷି ୱେବସାଇଟରେ ଭିଜିଟ୍ କରି ଅଧିକ ସୂଚନା ପାଇ ପାରିବେ ।

ଏହିପରି ଖର୍ଚ୍ଚ ହେବ ଟଙ୍କା -

ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ୫୦ ପ୍ରତିଶତ ସବସିଡି ପରେ ହେକ୍ଟର ପିଛା ତିନି କିସ୍ତିରେ ୫୦,୦୦୦ ଟଙ୍କା ଖର୍ଚ୍ଚ ହେବ। ପ୍ରଥମ ବର୍ଷରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ପାଣ୍ଠି ଉପଲବ୍ଧ ହେବ । ଏହା ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ହେବ। ଗୋଟିଏ ହେକ୍ଟରରେ ଲଗାଯିବାକୁ ଥିବା ୪୦୦ ଗଛର ମୂଲ୍ୟ ୨୯,୦୦୦ଟଙ୍କା ହେବ । ଅବଶିଷ୍ଟ ପରିମାଣ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ । ଦ୍ୱିତୀୟ ବର୍ଷରେ ୧୦ ହଜାର, ତୃତୀୟ ବର୍ଷରେ ମଧ୍ୟ ସବସିଡି ହିସାବରେ କେବଳ ୧୦ ହଜାର ଟଙ୍କା ଦିଆଯିବ ।ଅବଶ୍ୟ, ଏହି ସମୟ ମଧ୍ୟରେ ଉଦ୍ଭିଦଗୁଡିକ ସୁସ୍ଥ ରହିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟାନ କୃଷି ମିଶନ ଅଧୀନରେ ହେକ୍ଟରରେ ଆମ୍ବ ବଗିଚା ଲଗାଯିବ। ୫ ହେକ୍ଟର ପିଛା ୧୦୦ଟି ଉଦ୍ଭିଦ ପାଇଁ ୧୮ହଜାର ଟଙ୍କା ଖର୍ଚ୍ଚ ହେବ । ଆମ୍ବ କିସମ ମଧ୍ୟରେ ମାଲଦା, ଗୁଲାବ ଖାସ୍, ଅମ୍ରାପାଲି, ମଲ୍ଲିକା, ବାମ୍ବାୟା ଅନ୍ତର୍ଭୁକ୍ତ ।

ଏହି ଡକ୍ୟୁମେଣ୍ଟ ଆବଶ୍ୟକ-

ଏହି ଯୋଜନାରେ ଅନ୍ତର୍କେତେକ ଦଲିଲ ମଧ୍ୟ ଚାଷୀଙ୍କ ପାଇଁ ଆବଶ୍ୟକ ।ଆବେଦନ ସହିତ ଜମି ରସିଦ, ପରିଚୟ ପତ୍ର, ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋ, ବ୍ୟାଙ୍କ ପାସବୁକ୍ ର ସବିଶେଷ ତଥ୍ୟ ପୂରଣ କରିବାକୁ ପଡିବ। ସଠିକ୍ ଦଲିଲ ନଥିଲେ ଆବୋଦନକାରୀ ଯୋଗ୍ୟ ବିବେଚିତ ହେବେ ନାହିଁ ।

ଫୁଲ ଚାଷ କଲେ ୪୦% ସବସିଡି ଦେବେ ସରକାର....

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)