Horticulture

କୁଣ୍ଡ ରେ ଲଗାନ୍ତୁ କଦଳୀ ଗଛ !

କୁଣ୍ଡ ରେ ଲଗାନ୍ତୁ କଦଳୀ ଗଛ !

13 February, 2020 9:12 AM IST By: KJ Staff

ନିଜ ଜମି ରେ ବା ଘର ବାଡ଼ି ପଟେ ବହୁତ ଲୋକଙ୍କର କଦଳୀ ଗଛ ଟେ ନିଶ୍ଚିନ୍ତ ଥାଏ ତେବେ ଯାହାର ବଡ ବାଡ଼ି ବା ବଗିଚା ନାହିଁ ସେମାନେ କୁଣ୍ଡ ରେ ମଧ୍ୟ କଦଳୀ ଗଛ ଟେ ଲଗାଇପାରିବେ |ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କଦଳୀ ର ଏକ ବାମନ କିସମ ଯାହାକୁ ଦ୍ୱାରଫ କ୍ୟାଭେଣ୍ଡିସ ବୋଲି କୁହାଯାଏ ,ସେହି କିସମ କୁ ଆପଣ କୁଣ୍ଡ ରେ ଲଗାଇପାରିବେ |ଏହି ଗଛ ବିଶେଷ କରି ଓଡିଶା ର ପାଣିପାଗ ରେ ଭଲ ଭାବେ ବଢ଼ିପାରିବ |
ଏହି କିସମ ର କଦଳୀ ଗଛ ଅଧିକ ବଡ ଉଚ୍ଚତା ଯାଏ ମଧ୍ୟ ବଢିବ ନାହିଁ ତେଣୁ ଏହାକୁ ଆପଣ କୁଣ୍ଡ ରେ ଚାଷ କରିପାରିବେ |
ତେବେ ଆସନ୍ତୁ ଜାଣିବା ଏହାର ଚାଷ ପ୍ରଣାଳୀ

୧)ଖରା ହେଉଥିବା ସ୍ଥାନ ଟିକୁ ପ୍ରଥମେ ଚୟନ କରନ୍ତୁ |ବାମନ କିସମ ର ଗଛ କୁ ଯଦି ଉପଯୁକ୍ତ ସୂର୍ଯ୍ୟାଲୋକ ଅଭାବ ହୋଇଥାଏ ତେବେ ତାହା ଭଲ ଭାବେ ଫଳ ଦେଇପାରେ ନାହିଁ |

୨)ଏବେ ବଜାରର ରେ ଉପଲବ୍ଧ ବାମନ କିସମ ର କଦଳୀ ଚାରା ଆଣନ୍ତୁ|ଏହାକୁ ଏକ ୬ ରୁ ୮ ଇଞ୍ଚ ର କୁଣ୍ଡ ରେ ଲଗାନ୍ତୁ |କୁଣ୍ଡ ଠାରୁ କଦଳୀ ଗଛ ମଧ୍ୟରେ ୩ ଇଞ୍ଚ ର ବ୍ୟବଧାନ ଆବଶ୍ୟକ |ଏହି ଗଛ କୁ କିଛି ଦିନ ପରେ ଅନ୍ୟ ଏକ କୁଣ୍ଡ ରେ ପୁନଃ ରୋପଣ କରିବାକୁ ପଡେ କାରଣ ଏହା ସେହି କୁଣ୍ଡ ରେ ବଢେ ନାହିଁ |୨ ବର୍ଷକୁ ଠାରେ ପୂର୍ବ କୁଣ୍ଡ ଠାରୁ ୨ ଇଞ୍ଚ ଅଧିକ ଅଦା କୁଣ୍ଡ ରେ ଗଛ କୁ ପୁନଃ ରୋପଣ କରିବେ |

ମୃତିକା :

ଦୋରସା ମାଟି ସହ ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ତା କଦଳୀ ଲାଗି ନିହାତି ଅବୟସ୍କ |ମାଟି ରେ କିଛି ଜୈବିକ ଖତ ମଧ୍ୟ ମିଶାନ୍ତୁ |ଏହା ଦ୍ୱାରା କଦଳୀ ର ଅମଳ ଅଧିକ ଏବଂ ସ୍ୱାଦିଷ୍ଟ ହୋଇଥାଏ |

ଜଳସେଚନ :

୨ ରୁ ୩ ଦିନ କୁ ଠାରେ ମାଟି ରେ ଜଳ ର ମାତ୍ରା କୁ ଯାଞ୍ଚ କରିଲା ପରେ ଜଳସେଚନ କରନ୍ତୁ |ମାଟି ରେ ସର୍ବଦା ଉପଯୁକ୍ତ ପରିମାଣ ର ଜଳ ରହିବା ଆବଶ୍ୟକ |ଅଧିକ ଶୁଖିଲା ବା ଅଧିକ ପାଣି ଉଭୟ ଗଛ ଲାଗି କ୍ଷେଟିକରକ |

ପ୍ରୂନିଙ୍ଗ:


ଗଛ ର ସୁନ୍ଦର ଆକାର ଏବଂ ଉପଯୁକ୍ତ ବୃଦ୍ଧି ଲାଗି ପ୍ରୂନିଙ୍ଗ କରାଯାଏ |ଏହା ଦ୍ୱାରା ଅନାବଶ୍ୟକ ବା ପଚି ଯାଉଥିବା ଗଛ ର ଅଂଶ କୁ କାଟି ଦିଆଯାଏ ଏବଂ ଫଳରେ ଏହା ଦ୍ୱାରା ଗଛ ଟି ର ସୁସ୍ତ ସବଳ ବୃଦ୍ଧି ହୋଇଥାଏ |
ଏହାକୁ ଆପଣ ବର୍ଷକୁ ୨ ଥର କରି ପାରିବେ |ଗଛ ର ଅଧିକ ବୃଦ୍ଧି ହେବା ପୂର୍ବରୁ ଏବଂ କଦଳୀ ଥରେ ଅମଳ ହୋଇସାରିଲା ପରେ ପ୍ରୂନିଙ୍ଗ କରନ୍ତୁ |
ମନେ ରଖନ୍ତୁ ଅତ୍ୟଧିକ କଦଳୀ ପୁଆ କୁ ଓପାଡି ଦିଅନ୍ତୁ|ଏହା ଦ୍ୱାରା ଗଛ ର ଖାଦ୍ୟ ଏବଂ ଶକ୍ତି ସଂରକ୍ଷଣ ହୁଏ ଏବଂ ଭଲ ଅମଳ ହୋଇଥାଏ |ଅଧିକ କଦଳୀ ପୁଆ ରହିଲେ ଅମଳ ଭଲ ହୁଏ ନାହିଁ |
ଏହି ପୁଆ କୁ ଓପାଡି ଓପାଡି ଅନ୍ୟତ୍ର ରୋପଣ କରିପାରିବେ |
ଯେଉଁ ପୁଆ ଟି ରୁ କଦଳୀ କାନ୍ଦି ଅମଳ କରିବେ ତାକୁ ଓପାଡି ଦିଅନ୍ତୁ ,ଏହା କେବଳ ଥରେ ହିଁ ଫଳ ଦେଇଥାଏ |

ଏହି ପ୍ରଣାଳୀ ରେ ଆପଣ ନିଜ ଘରେ ଅଳ୍ପ ସ୍ଥନ ରେ ମଧ୍ୟ ଏକ ସୁନ୍ଦର କଦଳୀ ଗଛ ଲଗାଇପାରିବେ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)